ଗୁଡ଼ିସୂତାରେ କଟି ୨ ଜଣ ଆହତ
କଟକ,୧୪ା୧(କାର୍ତ୍ତିକ ସାହୁ) ମକରରେ ଗୁଡ଼ିଉଡ଼ାକୁ ନେଇ ପୁଣି ଘଟିଛି ଅଘଟଣ। ଗୁଡ଼ିସୂତା ଲାଗି ଦୁଇଜଣଙ୍କ ବେକ ଓ ନାକ କଟିଛି। କଟକ ନୂଆ ବଜାର ରେଲୱେ ଓଭରବ୍ରିଜ ଉପରେ ଘଟିଛି ଏହି ଅଘଟଣ। ଏହି ଓଭରବ୍ରିଜ୍ରେ ବାଇକ୍ରେ ଯାଉଥିବା ବେଳେ ପ୍ଲାଷ୍ଟିକ ଚାଇନା ଗୁଡ଼ିସୂତା ଦୁଇ ବାଇକ ଆରୋହୀଙ୍କ ବେକରେ ଲାଗିଥିଲା। ଜଣଙ୍କ ନାକ କଟିଥିବା ବେଳେ ଆଉ ଜଣଙ୍କ ଆଙ୍ଗୁଠି ଓ ବେକ କଟିଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଘର କଟକ ବୟାଳିଶମୌଜାର ଜୟନ୍ତ ବାରିକ(୩୬)। […] The post ଗୁଡ଼ିସୂତାରେ କଟି ୨ ଜଣ ଆହତ appeared first on Dharitri Odia News.
କଟକ,୧୪ା୧(କାର୍ତ୍ତିକ ସାହୁ) ମକରରେ ଗୁଡ଼ିଉଡ଼ାକୁ ନେଇ ପୁଣି ଘଟିଛି ଅଘଟଣ। ଗୁଡ଼ିସୂତା ଲାଗି ଦୁଇଜଣଙ୍କ ବେକ ଓ ନାକ କଟିଛି। କଟକ ନୂଆ ବଜାର ରେଲୱେ ଓଭରବ୍ରିଜ ଉପରେ ଘଟିଛି ଏହି ଅଘଟଣ। ଏହି ଓଭରବ୍ରିଜ୍ରେ ବାଇକ୍ରେ ଯାଉଥିବା ବେଳେ ପ୍ଲାଷ୍ଟିକ ଚାଇନା ଗୁଡ଼ିସୂତା ଦୁଇ ବାଇକ ଆରୋହୀଙ୍କ ବେକରେ ଲାଗିଥିଲା। ଜଣଙ୍କ ନାକ କଟିଥିବା ବେଳେ ଆଉ ଜଣଙ୍କ ଆଙ୍ଗୁଠି ଓ ବେକ କଟିଛି। ଆହତଙ୍କ ମଧ୍ୟରୁ ଜଣଙ୍କ ଘର କଟକ ବୟାଳିଶମୌଜାର ଜୟନ୍ତ ବାରିକ(୩୬)। ତାଙ୍କର ବେକ ଓ ଆଙ୍ଗୁଳି କଟିଛି। ଅନ୍ୟଜଣେ ଆହତଙ୍କ ଘର ଜଗତସିଂହପୁର ଏରସମା ଅଞ୍ଚଳର ଗୋବିନ୍ଦ ଜେନା(୨୨) ବୋଲି ଜଣା ପଡ଼ିଛି। ଗୋବିନ୍ଦଙ୍କ ନାକରେ ଆଘାତ ଲାଗିଛି। ଗୋବିନ୍ଦଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ନିଆଯାଇ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ଜୟନ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ଗତକାଲି ଅର୍ଥାତ୍ ସୋମବାର ମଧ୍ୟ ତ୍ରିଶୁଳିଆଠାରେ ଜଣଙ୍କ ବେକରେ ଗୁଡିସୂତା ଲାଗିବାରୁ ସେ ଆହତ ହୋଇଥିଲେ।
The post ଗୁଡ଼ିସୂତାରେ କଟି ୨ ଜଣ ଆହତ appeared first on Dharitri Odia News.