ସଙ୍ଗୀତାଙ୍କୁ ମିଳିପାରେ ବିଜେଡି ଟିକେଟ
ନିମାପଡ଼ା,୬ା୪(ରଞ୍ଜନ ପଟ୍ଟନାୟକ): ବର୍ତ୍ତମାନ ପରିସ୍ଥିତିରେ ନିମାପଡ଼ା ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳୀୟ ଟିକେଟ କାହାକୁ ମିଳିବ ସେ ନେଇ ସସ୍ପେନ୍ସ ଲାଗିରହିଛି। ଗୁରୁବାର ଟିକେଟ ଆଶାରେ ଭାଜପା ଛାଡ଼ି ଦିଲୀପ ନାୟକ ବିଜେଡିରେ ଯୋଗଦେଇଥିଲେ। ଶଙ୍ଖଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଦଳୀୟ ଉତ୍ତରୀୟ ଦେଇ ଦିଲୀପ ଏବଂ ତାଙ୍କ ସମର୍ଥକମାନଙ୍କୁ ସ୍ବାଗତ କରିଥିଲେ। ଏହାର ଦିନକ ପରେ ବିଧାୟକ ଦାଶ ନିଜ ସହଧର୍ମିଣୀ ସଙ୍ଗୀତା ଦାଶଙ୍କୁ ନିମାପଡ଼ାରୁ […] The post ସଙ୍ଗୀତାଙ୍କୁ ମିଳିପାରେ ବିଜେଡି ଟିକେଟ appeared first on Dharitri Odia News.
ନିମାପଡ଼ା,୬ା୪(ରଞ୍ଜନ ପଟ୍ଟନାୟକ): ବର୍ତ୍ତମାନ ପରିସ୍ଥିତିରେ ନିମାପଡ଼ା ବିଜେଡି ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳୀୟ ଟିକେଟ କାହାକୁ ମିଳିବ ସେ ନେଇ ସସ୍ପେନ୍ସ ଲାଗିରହିଛି। ଗୁରୁବାର ଟିକେଟ ଆଶାରେ ଭାଜପା ଛାଡ଼ି ଦିଲୀପ ନାୟକ ବିଜେଡିରେ ଯୋଗଦେଇଥିଲେ। ଶଙ୍ଖଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ ଦଳୀୟ ଉତ୍ତରୀୟ ଦେଇ ଦିଲୀପ ଏବଂ ତାଙ୍କ ସମର୍ଥକମାନଙ୍କୁ ସ୍ବାଗତ କରିଥିଲେ। ଏହାର ଦିନକ ପରେ ବିଧାୟକ ଦାଶ ନିଜ ସହଧର୍ମିଣୀ ସଙ୍ଗୀତା ଦାଶଙ୍କୁ ନିମାପଡ଼ାରୁ ବିଜେଡି ପକ୍ଷରୁ ବିଧାୟିକା ପ୍ରାର୍ଥୀ କରିବା ପାଇଁ ଲବିକୁ ଜୋରଦାର କରିଛନ୍ତି। ସମୀରଙ୍କ ବଦଳରେ ସଙ୍ଗୀତା ଏଠାରୁ ପ୍ରାର୍ଥୀ ହେବେ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି। ନିମାପଡ଼ା ଆସନ ପାଇଁ ଦିନକୁ ଦିନ ବିଜେଡିର ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆସନରେ ବିଜୟ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ନେତୃତ୍ୱ ଏଠାରେ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିବା ନିମନ୍ତେ ଆଗ୍ରହୀ ରହିଛନ୍ତି। ଏପରି ସ୍ଥଳେ ଶୁକ୍ରବାର ଅନ୍ୟ ଏକ ରୋଚକ ଘଟଣା ବିଜେଡି ସମୀକରଣକୁ ଓଲଟପାଲଟ କରିଦେଇଛି। ଶଙ୍ଖଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟ ଜଣେ ମହିଳା ଟିକେଟ ଆଶାୟୀ ସୁଜାତା ସ୍ବାଇଁ ନିଜର ସଂଖ୍ୟାଧିକ ସମର୍ଥକଙ୍କ ସହିତ ବିଜେଡିରେ ଯୋଗଦେଇଛନ୍ତି। ସେହିପରି ଆଶାୟୀ ସୁବ୍ରତ ଛାଟୋଇ ଏଠାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି।
The post ସଙ୍ଗୀତାଙ୍କୁ ମିଳିପାରେ ବିଜେଡି ଟିକେଟ appeared first on Dharitri Odia News.