ଐତିହ୍ୟ ପରମ୍ପରା ବିଷୟରେ ଜାଣିବାକୁ ନିଆରା ପ୍ରୟାସ: ଆରମ୍ଭ ହୋଇଛି ‘କଟକ ହେରିଟେଜ୍‌ ଓ୍ବାକ୍‌’

କଟକ: ଐତିହ୍ୟ ଆମର ପୁଞ୍ଜି। ଏହି ପୁଞ୍ଜିକୁ ଆଧାର କରି ହିଁ ଆମେ ଆଗକୁ ବଢ଼ିବାର ପ୍ରେରଣା ପାଉ। ମାତ୍ର ଆମର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଅନେକ ଅଣଦେଖା କରୁଛନ୍ତି। ଏମିତିକି ଅନେକ ଏହାକୁ ଭୁଲି ଗଲେଣି ମଧ୍ୟ। ହେଲେ ସେହି ଐତିହ୍ୟ ସମ୍ପର୍କରେ ପୁଣି ଥରେ ସାଧାରଣ ଲୋକଙ୍କ ଭିତରେ ଜାଗରଣ ସୃଷ୍ଟି ପାଇଁ କଟକର କିଛି ବୁଦ୍ଧିଜୀବି ଓ ଐତିହ୍ୟ ପ୍ରେମୀ ଆରମ୍ଭ କରିଛନ୍ତି 'କଟକ ହେରିଟେଜ୍ ଓ୍ବାକ୍'। ଏଥିରେ କଟକର ହଜାର ହଜାର ବର୍ଷର ଗୌରବଗାଥା, ବାରବାଟୀ ଦୁର୍ଗ, ଦୁର୍ଗ ଚାରିପଟର ଗଡ଼ଖାଇ ଓ ସହରର ପୁରୁଣା କିର୍ତ୍ତିରାଜି ଆଦି ବିଷୟରେ ଅବଗତ କରାଉଛନ୍ତି ଐତିହ୍ୟ ପ୍ରେମୀ।ଗତ ପାଞ୍ଚ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି କଟକ ହେରିଟେଜ ଓ୍ବାକ୍‌ ହେଉଛି ଅତୀତକୁ ଜାଣି ସେଥିରୁ ପ୍ରେରଣା ନେବାର ପ୍ରୟାସ। ଏହି ଐତିହ୍ୟକୁ ଜାଣିଲେ ଆମେ ବାସ୍ତବରେ ଓଡ଼ିଆ ଅସ୍ମିତା କ’ଣ ତାହା ଜାଣିପାରିବା ବୋଲି କୁହନ୍ତି ହେରିଟେଜ ଓ୍ବାକର ଆବାହକ ଦୀପକ ସାମନ୍ତରାୟ। ହେରିଟେଜ ଓ୍ବାକ ସହ ଏହି ବୁଦ୍ଧିଜୀବୀ ମାନେ ହେରିଟେଜ ଓ୍ବାକ ଖଟିର ମଧ୍ୟ ଆୟୋଜନ କରିଥାଆନ୍ତି, ଯେଉଁ ଖଟିରେ ଏହିଭଳି ଐତିହ୍ୟ ସମ୍ପନ୍ନ କିର୍ତ୍ତିରାଜିର ଇତିହାସ ସମ୍ପର୍କରେ ଆଲୋଚନା ହୋଇଥାଏ।

ଐତିହ୍ୟ ପରମ୍ପରା ବିଷୟରେ ଜାଣିବାକୁ ନିଆରା ପ୍ରୟାସ: ଆରମ୍ଭ ହୋଇଛି ‘କଟକ ହେରିଟେଜ୍‌ ଓ୍ବାକ୍‌’

କଟକ: ଐତିହ୍ୟ ଆମର ପୁଞ୍ଜି। ଏହି ପୁଞ୍ଜିକୁ ଆଧାର କରି ହିଁ ଆମେ ଆଗକୁ ବଢ଼ିବାର ପ୍ରେରଣା ପାଉ। ମାତ୍ର ଆମର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଅନେକ ଅଣଦେଖା କରୁଛନ୍ତି। ଏମିତିକି ଅନେକ ଏହାକୁ ଭୁଲି ଗଲେଣି ମଧ୍ୟ। 

ହେଲେ ସେହି ଐତିହ୍ୟ ସମ୍ପର୍କରେ ପୁଣି ଥରେ ସାଧାରଣ ଲୋକଙ୍କ ଭିତରେ ଜାଗରଣ ସୃଷ୍ଟି ପାଇଁ କଟକର କିଛି ବୁଦ୍ଧିଜୀବି ଓ ଐତିହ୍ୟ ପ୍ରେମୀ ଆରମ୍ଭ କରିଛନ୍ତି 'କଟକ ହେରିଟେଜ୍ ଓ୍ବାକ୍'। ଏଥିରେ କଟକର ହଜାର ହଜାର ବର୍ଷର ଗୌରବଗାଥା, ବାରବାଟୀ ଦୁର୍ଗ, ଦୁର୍ଗ ଚାରିପଟର ଗଡ଼ଖାଇ ଓ ସହରର ପୁରୁଣା କିର୍ତ୍ତିରାଜି ଆଦି ବିଷୟରେ ଅବଗତ କରାଉଛନ୍ତି ଐତିହ୍ୟ ପ୍ରେମୀ।

ଗତ ପାଞ୍ଚ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି କଟକ ହେରିଟେଜ ଓ୍ବାକ୍‌ ହେଉଛି ଅତୀତକୁ ଜାଣି ସେଥିରୁ ପ୍ରେରଣା ନେବାର ପ୍ରୟାସ। ଏହି ଐତିହ୍ୟକୁ ଜାଣିଲେ ଆମେ ବାସ୍ତବରେ ଓଡ଼ିଆ ଅସ୍ମିତା କ’ଣ ତାହା ଜାଣିପାରିବା ବୋଲି କୁହନ୍ତି ହେରିଟେଜ ଓ୍ବାକର ଆବାହକ ଦୀପକ ସାମନ୍ତରାୟ। ହେରିଟେଜ ଓ୍ବାକ ସହ ଏହି ବୁଦ୍ଧିଜୀବୀ ମାନେ ହେରିଟେଜ ଓ୍ବାକ ଖଟିର ମଧ୍ୟ ଆୟୋଜନ କରିଥାଆନ୍ତି, ଯେଉଁ ଖଟିରେ ଏହିଭଳି ଐତିହ୍ୟ ସମ୍ପନ୍ନ କିର୍ତ୍ତିରାଜିର ଇତିହାସ ସମ୍ପର୍କରେ ଆଲୋଚନା ହୋଇଥାଏ।