ଓଏଏସ୍ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା
ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍ ରେଜଲ୍ଟ। ଓଏଏସ୍ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା। ସେ ୪୭ ନମ୍ବର ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି । ଜୁନାଗଡ଼ ସହର ମଧ୍ୟମପଡାର ଜଗନ୍ନାଥ ଦଣ୍ଡସେନା ଓ ଶାନ୍ତି ଦଣ୍ଡସେନାଙ୍କ ପୁଅ ଅଟନ୍ତି ଲଲାଟେନ୍ଦୁ। ଏହି ସଫଳତା ପାଇଁ ତାଙ୍କୁ ଅନେକ ଲୋକ ଶୁଭେଚ୍ଛା ଜ୍ଞାପନ କରୁଛନ୍ତି। ସୂଚନା ଯୋଗ୍ୟ, ଓଏଏସ୍ ପରୀକ୍ଷାରେ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ […] The post ଓଏଏସ୍ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା appeared first on Dharitri Odia News.
ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍ ରେଜଲ୍ଟ। ଓଏଏସ୍ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା। ସେ ୪୭ ନମ୍ବର ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି । ଜୁନାଗଡ଼ ସହର ମଧ୍ୟମପଡାର ଜଗନ୍ନାଥ ଦଣ୍ଡସେନା ଓ ଶାନ୍ତି ଦଣ୍ଡସେନାଙ୍କ ପୁଅ ଅଟନ୍ତି ଲଲାଟେନ୍ଦୁ। ଏହି ସଫଳତା ପାଇଁ ତାଙ୍କୁ ଅନେକ ଲୋକ ଶୁଭେଚ୍ଛା ଜ୍ଞାପନ କରୁଛନ୍ତି।
ସୂଚନା ଯୋଗ୍ୟ, ଓଏଏସ୍ ପରୀକ୍ଷାରେ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍ ଟେନ୍ରେ ୫ ମହିଳା ଏବଂ ୫ ପୁରୁଷ ଅଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର ହୋଇଥିବା ବେଳେ ପ୍ରିଙ୍କିଲ ପରବୀନ ପରିଡ଼ା ଦ୍ୱିତୀୟ ଏବଂ ଦୀପ୍ତିରଞ୍ଜନ ପତି ତୃତୀୟ ସ୍ଥାନରେ ରହିଛନ୍ତି।
ସେହିପରି ୪ର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ ରହିଥିବା ବେଳେ ୫ମ ସ୍ଥାନରେ ଆଜାଦ ସାହୁ, ୬ଷ୍ଠ ସ୍ଥାନରେ ଦୀପମ ରାଉତ, ୭ମ ସ୍ଥାନରେ ଦେବଦ୍ରତ ଗୌଡ଼,୮ମ ସ୍ଥାନରେ ଆଦିତ୍ୟ ଦୀପଙ୍କର ରାଉତ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ରହିଥିବା ବେଳେ ୧୦ମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।
The post ଓଏଏସ୍ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା appeared first on Dharitri Odia News.