ଶମ୍ବର ଶିକାର କରି କରୁଥିଲେ ମାଂସ ଚାଲାଣ: ମାଡ଼ି ବସିଲେ ରେଞ୍ଜ କର୍ମଚାରୀ
ନାକଟୀଦେଉଳ, ୧୭ା୬(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ଖଳାଶୁଣୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅବାଧରେ ଚାଲିଛି ବନ୍ୟପ୍ରାଣୀ ଶିକାର। ଶିକାରୀମାନେ ଯୋଜନାବଦ୍ଧଭାବେ ତାର ଓ ବାରୁଦ ଗୁଳା ବିଛାଇ ଶମ୍ବର ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ଏଠାରୁ ଶମ୍ବର ଶିକାର କରି ବାଇକ ଯୋଗେ ବାହାରକୁ ଚୋରା ଚାଲାଣ କରାଯାଉଥିବା ବେଳେ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ କର୍ମଚାରୀ ୧୧କେଜି ମାଂସ ଜବତ କରିଛନ୍ତି। ଏଥିରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଦେବଗଡ଼ ଜିଲା ରିଆମାଳ […] The post ଶମ୍ବର ଶିକାର କରି କରୁଥିଲେ ମାଂସ ଚାଲାଣ: ମାଡ଼ି ବସିଲେ ରେଞ୍ଜ କର୍ମଚାରୀ appeared first on Dharitri Odia News.
ନାକଟୀଦେଉଳ, ୧୭ା୬(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ଖଳାଶୁଣୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଅବାଧରେ ଚାଲିଛି ବନ୍ୟପ୍ରାଣୀ ଶିକାର। ଶିକାରୀମାନେ ଯୋଜନାବଦ୍ଧଭାବେ ତାର ଓ ବାରୁଦ ଗୁଳା ବିଛାଇ ଶମ୍ବର ଓ ଅନ୍ୟାନ୍ୟ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ଏଠାରୁ ଶମ୍ବର ଶିକାର କରି ବାଇକ ଯୋଗେ ବାହାରକୁ ଚୋରା ଚାଲାଣ କରାଯାଉଥିବା ବେଳେ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ କର୍ମଚାରୀ ୧୧କେଜି ମାଂସ ଜବତ କରିଛନ୍ତି। ଏଥିରେ ସମ୍ପୃକ୍ତ ଥିବା ୬ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମର ବିଜୟ କୁମାର ବେହେରା, ଅବନୀ ସ୍ବାଇଁ, ସମ୍ବଲପୁର ଜିଲା ନାକଟୀଦେଉଳ ବ୍ଲକ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ଗ୍ରାମର ଚିତ୍ରସେନ ଦେହୁରୀ, ନୂତନ ମଣ୍ଡୁଆମ ଗ୍ରାମର ବସନ୍ତ କିସାନ, ମକୁନ୍ଦ ସିଂ ଏବଂ ଧନେଶ୍ୱର ସିଂ। ସେମାନଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ୩ଟି ଅଫୁଟା ଗୁଳି, ୧ଟି ବାରୁଦ ଗୁଳା, ୩କେଜି ତାର, ୨୫ବଣ୍ଡଲ ଫାସ, ୨ଟି କଟୁରୀ ଜବତ ହୋଇଛି। ଅପରପକ୍ଷରେ ମାଂସ ଚୋରାଚାଲାଣରେ ବ୍ୟବହୃତ ବାଇକ(ନଂ. ଓଡ଼ି୧୫ଜେ-୧୦୬୮)କୁ ଜବତ କରାଯାଇଛି ।
ବାମରା ବନଖଣ୍ଡ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ଅନ୍ତର୍ଗତ ଜଙ୍ଗଲରୁ ସମ୍ପୃକ୍ତ ଶିକାରୀମାନେ ଏକ ଶମ୍ବର ଶିକାର କରି ମାଂସକୁ ଦେବଗଡ ଜିଲା ରିଆମାଳ ଅଞ୍ଚଳକୁ ବାଇକରେ ଚାଲାଣ କରାଯାଉଥିବା ନେଇ ବନ ବିଭାଗକୁ ଖବର ମିଳିଥିଲା। ଏହି ଅନୁସାରେ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଫରେଷ୍ଟର ଅନୁରାଧା ଖର୍ସେଲ, ଭୁବନେଶ୍ୱର ପାଣି, ଫରେଷ୍ଟ ଗାର୍ଡ଼ ନିହାର ରଞ୍ଜନ ବଡ଼ପଣ୍ଡା, ଲିଲି ବିଶି ଚଢାଉ କରିଥିଲେ।
କିସିଣ୍ଡା-ଗୋଧିଢିପ ରାସ୍ତାର ବଳମ ନିକଟ ପିତାବଳିଖମଣଠାରେ ଚଢାଉ ବେଳେ ବିଜୟ କୁମାର ବେହେରା ଏବଂ ଅବନୀ କୁମାର ସ୍ବାଇଁଙ୍କ ବାଇକ ଡ଼ିକିରୁ ଶମ୍ବର ମାଂସ ଜବତ କରାଯାଇଥିଲା। ଉଭୟଙ୍କୁ ବନ ବିଭାଗ କାର୍ଯ୍ୟାଳୟ ଅଣାଯାଇ ପଚରାଉଚରା କରାଯାଇଥିଲା। ତଦନ୍ତ ସମୟରେ ସେମାନେ ଏଥିରେ ସମ୍ପୃକ୍ତ ଅନ୍ୟ ୪ଜଣଙ୍କ ସମ୍ପର୍କରେ କହିଥିଲେ। ସେହି ସୂଚନା ଆଧାରରେ ଅନ୍ୟ ୪ଜଣଙ୍କ ଘରେ ଚଢାଉ କରାଯାଇ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନଙ୍କୁ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଅନୁଯାୟୀ ସୋମବାର ରେଢାଖୋଲ ଅଦାଲତ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
The post ଶମ୍ବର ଶିକାର କରି କରୁଥିଲେ ମାଂସ ଚାଲାଣ: ମାଡ଼ି ବସିଲେ ରେଞ୍ଜ କର୍ମଚାରୀ appeared first on Dharitri Odia News.