ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ
ଜେରୁଜେଲମ୍,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଇରାନ ଗିରଫ କରିନାହିଁ ଏବଂ ସେମାନେ ଆରାମରେ ଦେଶ ଛାଡ଼ି ପାରିବେ। ଏକ ରିପୋର୍ଟ ଅନୁଯାୟୀ, ଇଲାହୀ ଫୋନ୍ ଯୋଗେ କହିଛନ୍ତି, ମାଲବାହୀ ଜାହାଜରେ ଥିବା ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଗିରଫ କରାଯାଇ ନାହିଁ ଏବଂ ସହଜରେ ମୁକ୍ତ ହୋଇପାରିବେ। ଏହି ଜାହାଜରେ ଥିବା ୧୭ ଜଣ […] The post ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ appeared first on Dharitri Odia News.
ଜେରୁଜେଲମ୍,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଇରାନ ଗିରଫ କରିନାହିଁ ଏବଂ ସେମାନେ ଆରାମରେ ଦେଶ ଛାଡ଼ି ପାରିବେ।
ଏକ ରିପୋର୍ଟ ଅନୁଯାୟୀ, ଇଲାହୀ ଫୋନ୍ ଯୋଗେ କହିଛନ୍ତି, ମାଲବାହୀ ଜାହାଜରେ ଥିବା ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଗିରଫ କରାଯାଇ ନାହିଁ ଏବଂ ସହଜରେ ମୁକ୍ତ ହୋଇପାରିବେ।
ଏହି ଜାହାଜରେ ଥିବା ୧୭ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଡେକ୍ କ୍ୟାଡେଟ ଏନ, ଜୋସେ୍ଫ କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିରାପଦରେ ଅବତରଣ କରିବାର କିଛି ଘଣ୍ଟା ପରେ କେରଳର ଥ୍ରିସୁରର ବାସିନ୍ଦା ଜୋସେଫଙ୍କୁ ବିମାନବନ୍ଦରରେ ଆଞ୍ଚଳିକ ପାସପୋର୍ଟ ଅଧିକାରୀ ସ୍ବାଗତ କରିଥିଲେ।
ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଏହି ସପ୍ତାହ ପୂର୍ବରୁ ଇରାନର ପ୍ରତିପକ୍ଷ ଆମୀର ଅବ୍ଦୁଲ୍ଲାଙ୍କ ସହ କଥା ହୋଇଥିବା କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି କେବଳ ଦେଶ ଭିତରେ ନୁହେଁ, ବାହାରେ ମଧ୍ୟ କାମ କରୁଛି। ଜୋସେଫଙ୍କ ଫେରିବା ପରେ ଜୟଶଙ୍କର ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ‘ମହାନ କାର୍ଯ୍ୟ, ଇରାନରେ ଭାରତୀୟ ଦୂତାବାସ। ଖୁସି ଯେ ଶ୍ରୀମତୀ ଏନ୍ ଟେସା ଜୋସେଫ ଘରେ ପହଞ୍ଚିଛନ୍ତି। ମୋଦିଙ୍କ ଗ୍ୟାରେଣ୍ଟି ସବୁବେଳେ କାମ କରେ, ଦେଶରେ ହେଉ କିମ୍ବା ବିଦେଶରେ।
The post ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ appeared first on Dharitri Odia News.