୫-ଟି ଓ ମୋ ସ୍କୁଲ ଅଭିଯାନରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର: ବିଦ୍ୟାଳୟରେ ଭିଜିଲାନ୍ସ ଟେକ୍ନିକାଲ ଟିମ୍
ବାହାନଗା, ୨୩।୭(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ପଞ୍ଚାୟତ ଥାଲସଡା ଗ୍ରାମସ୍ଥିତ ଦାମୋଦର ଉଚ୍ଚବିଦ୍ୟାଳୟରେ ୫-ଟି ଓ ମୋ ସ୍କୁଲ ଅଭିଯାନରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ବାରମ୍ବାର ଭିଜିଲାନ୍ସ ଡିଜି, ଏସ୍ପିଙ୍କଠାରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଜିଲା ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଡିଏସ୍ପି ଦକ୍ଷିଣୀ କୁମାର ମୁର୍ମୁ, ପିଡବ୍ଲ୍ୟୁଡି କନିଷ୍ଠଯନ୍ତ୍ରୀ ଲକ୍ଷ୍ମଣ ମୁର୍ମୁ ଓ ବ୍ଲକର ତତ୍କାଳୀନ ଯନ୍ତ୍ରୀ ଅଜୟ ସିଂ, […] The post ୫-ଟି ଓ ମୋ ସ୍କୁଲ ଅଭିଯାନରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର: ବିଦ୍ୟାଳୟରେ ଭିଜିଲାନ୍ସ ଟେକ୍ନିକାଲ ଟିମ୍ appeared first on Dharitri Odia News.
ବାହାନଗା, ୨୩।୭(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡୁ ପଞ୍ଚାୟତ ଥାଲସଡା ଗ୍ରାମସ୍ଥିତ ଦାମୋଦର ଉଚ୍ଚବିଦ୍ୟାଳୟରେ ୫-ଟି ଓ ମୋ ସ୍କୁଲ ଅଭିଯାନରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଗ୍ରାମବାସୀ ବାରମ୍ବାର ଭିଜିଲାନ୍ସ ଡିଜି, ଏସ୍ପିଙ୍କଠାରେ ଅଭିଯୋଗ କରିଥିଲେ। ମଙ୍ଗଳବାର ଜିଲା ଭିଜିଲାନ୍ସ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସ ଡିଏସ୍ପି ଦକ୍ଷିଣୀ କୁମାର ମୁର୍ମୁ, ପିଡବ୍ଲ୍ୟୁଡି କନିଷ୍ଠଯନ୍ତ୍ରୀ ଲକ୍ଷ୍ମଣ ମୁର୍ମୁ ଓ ବ୍ଲକର ତତ୍କାଳୀନ ଯନ୍ତ୍ରୀ ଅଜୟ ସିଂ, ଅତିରିକ୍ତ ସହାୟକ ଯନ୍ତ୍ରୀ ଲକ୍ଷ୍ମୀକାନ୍ତ ଦାସ, ଦୁଇ କନିଷ୍ଠଯନ୍ତ୍ରୀ ଅଜୟ ବେହେରା, ଗୋପାଳ ଜେନାଙ୍କ ସମେତ ଭିଜିଲାନ୍ସର ଟେକ୍ନିକାଲ ଯନ୍ତ୍ରୀ ଚଢାଉରେ ସାମିଲ ହୋଇ ନିର୍ମାଣ ହୋଇଥିବା ବିଦ୍ୟାଳୟ ଗୃହ କାର୍ଯ୍ୟର ତଦନ୍ତ କରିବା ସହିତ କାଗଜପତ୍ର ଜବତ କରିଛନ୍ତି। ଏହି ସମୟରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ରହି ତଦନ୍ତରେ ସହଯୋଗ କରିଥିେଲେ।
ଗତବର୍ଷ ଦାମୋଦର ଉଚ୍ଚ ବିଦ୍ୟାଳୟକୁ ରାଜ୍ୟ ସରକାର ୫-ଟି ଯୋଜନାରେ ସାମିଲ କରାଇ ୮୫ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ। ସେହିପରି ମୋ ସ୍କୁଲ ଅଭିଯାନରେ ୭୦ଲକ୍ଷ ଟଙ୍କାରୁ ୪୫ଲକ୍ଷ ଟଙ୍କା ହେରଫେର୍ ହୋଇଥିବା ନେଇ ଗ୍ରାମବାସୀ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡାଙ୍କ ନାମରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଗତବର୍ଷ ପ୍ରଥମ ପର୍ଯ୍ୟାୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ମାତ୍ର ସରକାର ବଦଳିବା ପରେ ବାରମ୍ବାର ଗ୍ରାମବାସୀ ଭିଜିଲାନ୍ସ ଡିଜି, ଏସ୍ପିଙ୍କଠାରେ ଅଭିଯୋଗ କରିଥିଲେ। ବିଦ୍ୟାଳୟରେ ୫-ଟି ଓ ମୋ ସ୍କୁଲ ଅଭିଯାନରେ ଆସିଥିବା ଅନୁଦାନରେ ନିର୍ମିତ ପକ୍କା ଘରଗୁଡିକ ନିମ୍ନମାନର ହୋଇଥିବା ଓ କେତୋଟି ପୁରୁଣା ଘରକୁ ମରାମତି ସମେତ ରଙ୍ଗ ମରାଯାଇ ଅର୍ଥ ହେର୍ଫେର୍ ହୋଇଥିବା ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ନିଜେ ଠିକାଦାର ଭାବେ କାର୍ଯ୍ୟାଦେଶ ନେଇ ନିମ୍ନମାନର କାମ କରୁଥିଲେ। କାନ୍ଥର ରଙ୍ଗ ମାରିବାଠାରୁ ଆରମ୍ଭ କରି ଚଟାଣରେ ଟାଇଲ କିଣା ପର୍ଯ୍ୟନ୍ତ ସବୁ ନିଜେ କିଣିଥିଲେ। ବୁଝାବୁଝି କରିବା ସହିତ ଠିକା କାମ କରି ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଛି। ଏ ବାବଦରେ ଭିଜିଲାନ୍ସ ତଦନ୍ତକାରୀ ଡିଏସ୍ପି ଦକ୍ଷିଣୀ କୁମାର ମୁର୍ମୁ କହିଛନ୍ତି, ବିଦ୍ୟାଳୟ ଦୁର୍ନୀତି ବାବଦରେ ଅଭିଯୋଗ ହେବା ପରେ ଦ୍ବିତୀୟଥର ତଦନ୍ତ ଟେକ୍ନିକାଲମାନଙ୍କ ଦ୍ୱାରା ନିର୍ମାଣ କାର୍ଯ୍ୟର ତଦନ୍ତ କରାଯାଉଛି।
The post ୫-ଟି ଓ ମୋ ସ୍କୁଲ ଅଭିଯାନରେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର: ବିଦ୍ୟାଳୟରେ ଭିଜିଲାନ୍ସ ଟେକ୍ନିକାଲ ଟିମ୍ appeared first on Dharitri Odia News.