ଓଏମ୍‌ସି ଉଦ୍ୟାନ କୃଷି ଟିମ୍‌ ଚାମ୍ପିୟନ

ଭୁବନେଶ୍ୱର,୧୪ା୧(ଅନୁରାଧା ମହାରଣା): ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉତ୍ସବରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଉଦ୍ୟାନ କୃଷି ଟିମ୍‌ କ୍ରମାଗତ ଦ୍ୱିତୀୟଥର ଚାମ୍ପିୟନ ଟ୍ରଫି ଜିତିଛି। ଓଏମ୍‌ସିର କ୍ୟାମ୍ପସ -୧ ମଧ୍ୟମ ବର୍ଗ ଉଦ୍ୟାନ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଜିତିଥିବା ବେଳେ କ୍ୟାମ୍ପସ-୨ ବୃହତ୍‌ ବର୍ଗ ଉଦ୍ୟାନ ପ୍ରତିଯୋଗିତାରେ ତୃତୀୟ ପୁରସ୍କାର ହାସଲ କରିଛି। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପକ୍ଷରୁ ପ୍ଲାଣ୍ଟ ଲଭର୍ସ ଆସୋସିଏଶନ ସହଯୋଗରେ ଏକାମ୍ର କାନନ ବଟାନିକାଲ ଗାର୍ଡେନରେ ଏହି ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଓ […] The post ଓଏମ୍‌ସି ଉଦ୍ୟାନ କୃଷି ଟିମ୍‌ ଚାମ୍ପିୟନ appeared first on Dharitri Odia News.

ଓଏମ୍‌ସି  ଉଦ୍ୟାନ କୃଷି ଟିମ୍‌ ଚାମ୍ପିୟନ

ଭୁବନେଶ୍ୱର,୧୪ା୧(ଅନୁରାଧା ମହାରଣା): ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉତ୍ସବରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଉଦ୍ୟାନ କୃଷି ଟିମ୍‌ କ୍ରମାଗତ ଦ୍ୱିତୀୟଥର ଚାମ୍ପିୟନ ଟ୍ରଫି ଜିତିଛି। ଓଏମ୍‌ସିର କ୍ୟାମ୍ପସ -୧ ମଧ୍ୟମ ବର୍ଗ ଉଦ୍ୟାନ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ଜିତିଥିବା ବେଳେ କ୍ୟାମ୍ପସ-୨ ବୃହତ୍‌ ବର୍ଗ ଉଦ୍ୟାନ ପ୍ରତିଯୋଗିତାରେ ତୃତୀୟ ପୁରସ୍କାର ହାସଲ କରିଛି। ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ପକ୍ଷରୁ ପ୍ଲାଣ୍ଟ ଲଭର୍ସ ଆସୋସିଏଶନ ସହଯୋଗରେ ଏକାମ୍ର କାନନ ବଟାନିକାଲ ଗାର୍ଡେନରେ ଏହି ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ, ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ଓ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ବିଜେତାଙ୍କୁ ପୁରସ୍କୃତ କରିଥିଲେ। ସୂଚନାଥାଉକି, ଓଡ଼ିଶା ଖଣି ନିଗମ ବାର୍ଷିକ ପୁଷ୍ପ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ମୋଟ ୩୭ଟି ପୁରସ୍କାର ଜିତିବାର ଗୌରବ ଅର୍ଜନ କରିଛି। ଏଥିମଧ୍ୟରେ ରାଜ୍ୟସ୍ତରୀୟ ଟ୍ରଫି ସହ ସରସ୍ବତୀ ଦେବୀ ମେମୋରିଆଲ ଟ୍ରଫି, ଦୁଇଟି ପ୍ଲାଣ୍ଟ ଲଭର୍ସ ଆସୋସିଏଶନ ଟ୍ରଫି ଏବଂ ବିଶ୍ୱରଞ୍ଜନ ଦାସ ମେମୋରିଆଲ ଟ୍ରଫି ଆଦି ରହିଛି।

The post ଓଏମ୍‌ସି ଉଦ୍ୟାନ କୃଷି ଟିମ୍‌ ଚାମ୍ପିୟନ appeared first on Dharitri Odia News.