ସିମ୍‌ଲାରେ ଅଟକିଲା ଟ୍ରେନ୍‌

ସିମ୍‌ଲା,୩୧ା୫: ହିମାଚଳ ପ୍ରଦେଶର ଜଙ୍ଗଲରେ ନିଆଁ ଲାଗି ଲକ୍ଷଲକ୍ଷ ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ଶିମଲା, ମଣ୍ଡି, ବିଳାସପୁର ଏବଂ ସୋଲାନ ଜିଲାରେ ସବୁଜ ବନାନୀ ଲଗାତର ଜଳୁଛି। ବନ ବିଭାଗ କେତେକ ଅଞ୍ଚଳରେ ନିଆଁ ଲିଭାଇବାରେ ନିୟୋଜିତ ଅଛି, କିନ୍ତୁ ଅଗ୍ନିକାଣ୍ଡ ଘଟିଚାଲିଛି। ସୋଲାନ ଏବଂ ଶିମଲାରେ ଜଙ୍ଗଲରେ ନିଆଁ ଲାଗିବା ଆବାସିକ ଅଞ୍ଚଳରେ ପହଞ୍ଚିଛି ଏବଂ କଲକା-ଶିମଲା ରେଳ ଟ୍ରାକ୍‌ରେ ଟ୍ରେନର ଚଳାଚଳ ପ୍ରଭାବିତ ହୋଇଛି। ଶିମଲା ଜଙ୍ଗଲରେ ନିଆଁ ଲାଗିଥିବାରୁ ସାମହିଲ ଏବଂ […] The post ସିମ୍‌ଲାରେ ଅଟକିଲା ଟ୍ରେନ୍‌ appeared first on Dharitri Odia News.

ସିମ୍‌ଲାରେ ଅଟକିଲା ଟ୍ରେନ୍‌

ସିମ୍‌ଲା,୩୧ା୫: ହିମାଚଳ ପ୍ରଦେଶର ଜଙ୍ଗଲରେ ନିଆଁ ଲାଗି ଲକ୍ଷଲକ୍ଷ ବନ୍ୟଜନ୍ତୁଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ଶିମଲା, ମଣ୍ଡି, ବିଳାସପୁର ଏବଂ ସୋଲାନ ଜିଲାରେ ସବୁଜ ବନାନୀ ଲଗାତର ଜଳୁଛି। ବନ ବିଭାଗ କେତେକ ଅଞ୍ଚଳରେ ନିଆଁ ଲିଭାଇବାରେ ନିୟୋଜିତ ଅଛି, କିନ୍ତୁ ଅଗ୍ନିକାଣ୍ଡ ଘଟିଚାଲିଛି। ସୋଲାନ ଏବଂ ଶିମଲାରେ ଜଙ୍ଗଲରେ ନିଆଁ ଲାଗିବା ଆବାସିକ ଅଞ୍ଚଳରେ ପହଞ୍ଚିଛି ଏବଂ କଲକା-ଶିମଲା ରେଳ ଟ୍ରାକ୍‌ରେ ଟ୍ରେନର ଚଳାଚଳ ପ୍ରଭାବିତ ହୋଇଛି। ଶିମଲା ଜଙ୍ଗଲରେ ନିଆଁ ଲାଗିଥିବାରୁ ସାମହିଲ ଏବଂ ତାରାଦେବୀ ନିକଟରେ ଟ୍ରେନ୍‌ଗୁଡ଼ିକ ଅଟକିଛି।

ସୂଚନାନୁସାରେ, ଗତ ତିନି ଦିନ ହେବ ଶିମ୍‌ଲା ଆଖପାଖରେ ଥିବା ଜଙ୍ଗଲ ଜଳୁଛି। ଏହି ନିଆଁ ଜନବସତି ଅଞ୍ଚଳରେ ପହଞ୍ଚିଛି। ପର୍ଯ୍ୟଟନ ଋତୁ ହେତୁ ଶିମ୍‌ଲାକୁ ଆସୁଥିବା ସମସ୍ତ ଟ୍ରେନ୍‌ ସମ୍ପୂର୍ଣ୍ଣ ଭିଡ଼ ରହୁଛି। ନିଆଁ ଯୋଗୁ ଟ୍ରେନ୍‌ ଅଟକି ରହିଥିବାରୁ ଯାତ୍ରୀମାନେ ନାନା ହଇରାଣ ହରକତ ହେଉଛନ୍ତି।

The post ସିମ୍‌ଲାରେ ଅଟକିଲା ଟ୍ରେନ୍‌ appeared first on Dharitri Odia News.