ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଏହାକୁ ନେଇ ରିଙ୍କୁ ସିଂ’ଙ୍କ ବାପା ବଡ ପ୍ରତିକ୍ରିୟା ଦେଇଛନ୍ତି। ରିଙ୍କୁଙ୍କ ପିତା କହିଛନ୍ତି ଯେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ, ପୁଅର ନିଶ୍ଚୟ ଚୟନ ହେବ। ଏଥିପାଇଁ ତାଙ୍କର ପୁରା ପରିବାର ଉତ୍ସାହିତ ଥିଲା ଏବଂ ଏଥିପାଇଁ ପରିବାର ପକ୍ଷରୁ ବାଣ, ପିଠା ଅଣାଯାଇଥିଲା। […] The post ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌ appeared first on Dharitri Odia News.

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଏହାକୁ ନେଇ ରିଙ୍କୁ ସିଂ’ଙ୍କ ବାପା ବଡ ପ୍ରତିକ୍ରିୟା ଦେଇଛନ୍ତି।

ରିଙ୍କୁଙ୍କ ପିତା କହିଛନ୍ତି ଯେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ, ପୁଅର ନିଶ୍ଚୟ ଚୟନ ହେବ। ଏଥିପାଇଁ ତାଙ୍କର ପୁରା ପରିବାର ଉତ୍ସାହିତ ଥିଲା ଏବଂ ଏଥିପାଇଁ ପରିବାର ପକ୍ଷରୁ ବାଣ, ପିଠା ଅଣାଯାଇଥିଲା। କିନ୍ତୁ ରିଙ୍କୁଙ୍କର ଚୟନ ନ ହେବା ପରେ ପରିବାରେ ନିରାଶ ଖେଳିଯାଇଥିଲା। ରିଙ୍କୁ ମଧ୍ୟ ଫୋନ କରି ମା’ଙ୍କ ସହ କଥା ହୋଇଥିଲେ। ତେବେ ୧୫ ଜଣିଆ ଦଳ ସହ ରିଙ୍କୁ ସିଂ ରିଜର୍ଭ ଖେଳାଳି ଭାବେ ଦଳରେ ସାମିଲ କରାଯାଇଛି।

ଭାରତୀୟ ଟିମ୍: ରୋହିତ ଶର୍ମା(ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା(ଉପ-ଅଧିନାୟକ), ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଳଦୀପ ଯାଦବ, ଯୁଜବେନ୍ଦ୍ର ଚହଲ , ଅର୍ଶଦୀପ ସିଂ, ଜସପ୍ରିତ୍‌ ବୁମ୍‌ରା, ମହମ୍ମଦ ସିରାଜ।

ରିଜର୍ଭ ଖେଳାଳି – (ଶୁବମନ ଗିଲ, ରିଙ୍କୁ ସିଂ, ଖଲିଲ ଅହମ୍ମଦ ଏବଂ ଆବେଶ ଖାନ)

 

The post ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌ appeared first on Dharitri Odia News.