ଓକିଲ ସଂଘ ସଭାପତି ପଦ ନିମନ୍ତେ ନାମାଙ୍କନପତ୍ର ଦାଖଲ

ଦିଗପହଣ୍ଡି,୫ା୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ବିଭିନ୍ନ ପଦବୀ ନିମନ୍ତେ ଆସନ୍ତା ୨୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନରେ ସଭାପତି ପଦବୀ ନିମନ୍ତେ ବୁଧବାର ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧଜ ସିଂହଙ୍କ ନିକଟରେ କୁରେଶୁୁ ପଣ୍ଡା ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ଆଇନଜୀବୀ ରଞ୍ଜନ କୁମାର ବେହେରା, ରବୀନ୍ଦ୍ର କୁମାର ସାହୁ, ପି.ଶିବଶଙ୍କର […] The post ଓକିଲ ସଂଘ ସଭାପତି ପଦ ନିମନ୍ତେ ନାମାଙ୍କନପତ୍ର ଦାଖଲ appeared first on Dharitri Odia News.

ଓକିଲ ସଂଘ ସଭାପତି ପଦ ନିମନ୍ତେ ନାମାଙ୍କନପତ୍ର ଦାଖଲ

ଦିଗପହଣ୍ଡି,୫ା୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ବିଭିନ୍ନ ପଦବୀ ନିମନ୍ତେ ଆସନ୍ତା ୨୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନରେ ସଭାପତି ପଦବୀ ନିମନ୍ତେ ବୁଧବାର ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧଜ ସିଂହଙ୍କ ନିକଟରେ କୁରେଶୁୁ ପଣ୍ଡା ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ସମୟରେ ଆଇନଜୀବୀ ରଞ୍ଜନ କୁମାର ବେହେରା, ରବୀନ୍ଦ୍ର କୁମାର ସାହୁ, ପି.ଶିବଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ। ବୁଧବାରଠାରୁ ଶୁକ୍ରବାର ଅପରାହ୍ନ ୩ ଯାଏ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ। ରବିବାର ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହ ସୋମବାର ବିଭିନ୍ନ ପଦବୀ ନିମନ୍ତେ ଯୋଗ୍ୟ ପ୍ରାର୍ଥୀ ତାଲିକା ପ୍ରକାଶନ କରାଯିବ। ବୁଧବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ନିର୍ଘଣ୍ଟ ସରିବା ପରେ ଗୁରୁବାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶନ କରାଯିବ। ଚଳିତ ମାସ ୨୯ ତାରିଖ ପୂର୍ବାହ୍ନ ସାଢ଼େ ୭ଟାରୁ ଅପରାହ୍ନ ୩ ଯାଏ ସଂଘର ସଦସ୍ୟ ବୃନ୍ଦ ମତଦାନ କରିବେ। ପରେ ମତଗଣନା କାର୍ଯ୍ୟକ୍ରମ ସରିବା ପରେ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ ଅଧିକାରୀ ଜଣାଇଛନ୍ତି।

The post ଓକିଲ ସଂଘ ସଭାପତି ପଦ ନିମନ୍ତେ ନାମାଙ୍କନପତ୍ର ଦାଖଲ appeared first on Dharitri Odia News.