ଓଗାଳପୁର ଗାଁରେ ହାତୀ ଆକ୍ରମଣ, ବୃଦ୍ଧ ଗୁରୁତର
ବେଗୁନିଆ: ବେଗୁନିଆ ଦେଉଳି ପଞ୍ଚାୟତର ଓଗାଳପୁର ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର । ଗୁରୁତର ବୃଦ୍ଧ ଜଣଙ୍କ ହେଉଛନ୍ତି ସେହି ଗାଁର ବୈକୁଣ୍ଠ ରାଉତରାୟ । ଆଜି ଅପରାହ୍ନ ସମୟରେ ବୃଦ୍ଧ ଜଣଙ୍କ ତାଙ୍କ କାଜୁ ବଗିଚାକୁ ଯାଉଥିବା ବେଳେ ବାଟରେ ଗୋଟିଏ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ତୁରନ୍ତ ଗ୍ରାମବାସୀ ପହଞ୍ଚି ବୃଦ୍ଧଙ୍କୁ ହାତୀ କବଳରୁ ଉଦ୍ଧାର କରିବା ସହିତ ଖୋର୍ଦ୍ଧା ଡାକ୍ତରଖାନା ପଛାଇଛନ୍ତି । ହେଲେ ଅବସ୍ଥା ଗୁରୁତର ହେବାରୁ […] The post ଓଗାଳପୁର ଗାଁରେ ହାତୀ ଆକ୍ରମଣ, ବୃଦ୍ଧ ଗୁରୁତର appeared first on KNews Odisha.

ବେଗୁନିଆ: ବେଗୁନିଆ ଦେଉଳି ପଞ୍ଚାୟତର ଓଗାଳପୁର ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର । ଗୁରୁତର ବୃଦ୍ଧ ଜଣଙ୍କ ହେଉଛନ୍ତି ସେହି ଗାଁର ବୈକୁଣ୍ଠ ରାଉତରାୟ । ଆଜି ଅପରାହ୍ନ ସମୟରେ ବୃଦ୍ଧ ଜଣଙ୍କ ତାଙ୍କ କାଜୁ ବଗିଚାକୁ ଯାଉଥିବା ବେଳେ ବାଟରେ ଗୋଟିଏ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ତୁରନ୍ତ ଗ୍ରାମବାସୀ ପହଞ୍ଚି ବୃଦ୍ଧଙ୍କୁ ହାତୀ କବଳରୁ ଉଦ୍ଧାର କରିବା ସହିତ ଖୋର୍ଦ୍ଧା ଡାକ୍ତରଖାନା ପଛାଇଛନ୍ତି । ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ସୂଚନାଯୋଗ୍ଯ ଦେଉଳି ପଞ୍ଚାୟତର ବିଭିନ୍ନ ଗାଁରେ ପାଞ୍ଚୋଟି ହାତୀ ଗଛ କିଛିଦିନ ହେବ ଉପଦ୍ରବ ଚଳାଇ ଆସୁଛନ୍ତି ।
The post ଓଗାଳପୁର ଗାଁରେ ହାତୀ ଆକ୍ରମଣ, ବୃଦ୍ଧ ଗୁରୁତର appeared first on KNews Odisha.