ଓଜନ କମାଇବାର ଘରୋଇ ଉପାୟ…
ଫିଟ୍ ଆଣ୍ଡ ଫାଇନ୍ ରହିବାକୁ ହେଲେ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ସେଥିପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି। କିଛି ଲୋକ ଓଜନ କମାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି ତ ଆଉ କିଛି ଲୋକ ଡାଏଟ୍ କଣ୍ଟ୍ରୋଲ୍ ଉପରେ ବିଶ୍ୱାସ କରିଥାନ୍ତି। ହେଲେ ଜାଣନ୍ତି କି ଏମିତି ବି କିଛି ସହଜ ଓ ସରଳ ଘରୋଇ ଟିପ୍ସ ରହିଛି; ଯାହାକୁ ଆପଣେଇ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିହେବ। ଯେମିତିକି: * […] The post ଓଜନ କମାଇବାର ଘରୋଇ ଉପାୟ… appeared first on Dharitri Odia News.
ଫିଟ୍ ଆଣ୍ଡ ଫାଇନ୍ ରହିବାକୁ ହେଲେ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ସେଥିପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି। କିଛି ଲୋକ ଓଜନ କମାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି ତ ଆଉ କିଛି ଲୋକ ଡାଏଟ୍ କଣ୍ଟ୍ରୋଲ୍ ଉପରେ ବିଶ୍ୱାସ କରିଥାନ୍ତି। ହେଲେ ଜାଣନ୍ତି କି ଏମିତି ବି କିଛି ସହଜ ଓ ସରଳ ଘରୋଇ ଟିପ୍ସ ରହିଛି; ଯାହାକୁ ଆପଣେଇ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିହେବ। ଯେମିତିକି: * ସକାଳୁ ଉଠିବା ପରେ ପ୍ରଥମେ କିଛି ସମୟ ପାଇଁ ଚଲାବୁଲା କରିବା। ଏହି ଉପାୟ ଦ୍ୱାରା ଧୀରେ ଧୀରେ ଶରୀରର ଓଜନ କମିବା ସାଙ୍ଗକୁ ବ୍ୟକ୍ତିଙ୍କୁ ଫ୍ରେଶ୍ ଅନୁଭବ ବି ହୋଇଥାଏ। * ପ୍ରତିଦିନ କିଛି କିଛି ସମୟ ଯୋଗ କଲେ ବି ଶରୀରକୁ ଅନେକ ଫାଇଦା ମିଳିଥାଏ। * ସେହିପରି ସକାଳ ସମୟରେ ଏକ ଗ୍ଲାସ୍ ହାଲୁକା ଉଷୁମ ପାଣିରେ ଦୁଇ ଚାମଚ ମହୁ ମିଶାଇ ନିୟମିତ ପିଇଲେ ଶରୀରର ଓଜନ ଧୀରେ ଧୀରେ କମିବାକୁ ଲାଗିଥାଏ। * ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଠିକ୍ ସମୟରେ ପାଣି ପିଇବା ବି ନିହାତି ଜରୁରୀ। * ଭୋଜନ କରିବାର ଏକ ଘଣ୍ଟା ପୂର୍ବରୁ ପାଣି ପିଇଲେ ଏହା ଭୋକକୁ କିଛି ସମୟ ପାଇଁ ଶାନ୍ତ କରି ଦେଇଥାଏ; ଯଦ୍ଦ୍ବାରା ଆବଶ୍ୟକତାଠାରୁ ଆଉ ଅଧିକା ଖାଇହୁଏନି। ଫଳରେ ଓଜନ ବଢ଼ିବାର ଆଶଙ୍କା କମିଯାଏ। * ଲେମନ୍ ଟି ହେଉ କି ଗ୍ରୀନ୍ ଟି ପିଇବା ଦ୍ୱାରା ବି ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିହୁଏ ।
The post ଓଜନ କମାଇବାର ଘରୋଇ ଉପାୟ… appeared first on Dharitri Odia News.