ଓଜିଏସ୍ରେ ଟ୍ରାନ୍ସଫର୍ମେଟିଭ୍ ମାଷ୍ଟରକ୍ଲାସ୍
ଭୁବନେଶ୍ୱର, ୨୭।୭: ଓଡିଏମ୍ ଗ୍ଲୋବାଲ ସ୍କୁଲ୍ (ଓଜିଏସ୍)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ‘ ଟ୍ରାନ୍ସଫର୍ମେଟିଭ୍ ମାଷ୍ଟରକ୍ଲାସ୍’ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଅଲିମ୍ପିଆନ୍ ତଥା ଅନ୍ତର୍ଜାତୀୟ ପ୍ରଶିକ୍ଷକ ପରାଗ ପାଟିଲ ସାମିଲ ହୋଇ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଏପରିକି କ୍ରୀଡ଼ା, ନେତୃତ୍ୱ ଏବଂ ବ୍ୟକ୍ତିଗତ ଉକତ୍ର୍ଷ ଦୁନିଆରେ ଅମୂଲ୍ୟ ଜ୍ଞାନ ହାସଲ କରିବା ପାଇଁ ଏହି କାର୍ଯ୍ୟକ୍ରମ ଛାତ୍ରୀଛାତ୍ରମାନଙ୍କୁ ଏକ ଅତୁଳନୀୟ ସୁଯୋଗ ପ୍ରଦାନ କରିଥିଲା। ସେହିଭଳି ଓଜିଏସ୍ ମେଧାବୀ ଓ ଉତ୍ସାହୀ […] The post ଓଜିଏସ୍ରେ ଟ୍ରାନ୍ସଫର୍ମେଟିଭ୍ ମାଷ୍ଟରକ୍ଲାସ୍ appeared first on Dharitri Odia News.
ଭୁବନେଶ୍ୱର, ୨୭।୭: ଓଡିଏମ୍ ଗ୍ଲୋବାଲ ସ୍କୁଲ୍ (ଓଜିଏସ୍)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ‘ ଟ୍ରାନ୍ସଫର୍ମେଟିଭ୍ ମାଷ୍ଟରକ୍ଲାସ୍’ ଶୁକ୍ରବାର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଅଲିମ୍ପିଆନ୍ ତଥା ଅନ୍ତର୍ଜାତୀୟ ପ୍ରଶିକ୍ଷକ ପରାଗ ପାଟିଲ ସାମିଲ ହୋଇ ନିଜର ଅଭିଜ୍ଞତା ବାଣ୍ଟିଥିଲେ। ଏପରିକି କ୍ରୀଡ଼ା, ନେତୃତ୍ୱ ଏବଂ ବ୍ୟକ୍ତିଗତ ଉକତ୍ର୍ଷ ଦୁନିଆରେ ଅମୂଲ୍ୟ ଜ୍ଞାନ ହାସଲ କରିବା ପାଇଁ ଏହି କାର୍ଯ୍ୟକ୍ରମ ଛାତ୍ରୀଛାତ୍ରମାନଙ୍କୁ ଏକ ଅତୁଳନୀୟ ସୁଯୋଗ ପ୍ରଦାନ କରିଥିଲା। ସେହିଭଳି ଓଜିଏସ୍ ମେଧାବୀ ଓ ଉତ୍ସାହୀ ଛାତ୍ରୀଛାତ୍ରଙ୍କ ସହ ଯୋଡ଼ିହେବା ଅତ୍ୟନ୍ତ ଗୌରବର ବିଷୟ ବୋଲି ପାଟିଲ ମତବ୍ୟକ୍ତ କରିଛନ୍ତି। ଏପରିକି ଶିଖିବା ପାଇଁ ସେମାନଙ୍କର ଆଗ୍ରହ ଏବଂ ଉକତ୍ର୍ଷ ପ୍ରତି ସେମାନଙ୍କର ଉତ୍ସାହ ପ୍ରକୃତରେ ପ୍ରେରଣାଦାୟକ। ଏହି ଯୁବ ମାନସିକତା ଭବିଷ୍ୟତରେ ବଡ଼ ସଫଳତା ହାସଲ କରିବେ ବୋଲି ମୋର ବିଶ୍ୱାସ ରହିଛି। ମୋର ଯାତ୍ରା ଏବଂ ସେମାନଙ୍କ ସହିତ ବାଟରେ ମୁଁ ଶିଖିଥିବା ଶିକ୍ଷାକୁ ବାଣ୍ଟିବା ଏକ ଲାଭଦାୟକ ଅନୁଭୂତି। ସେହିପରି ଓଡିଏମ୍ ଏଜୁକେଶନାଲ ଗ୍ରୁପ୍ର ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ କହିଛନ୍ତି, ପରାଗ ପାଟିଲଙ୍କୁ ପାଇ ଆମେ ବେଶ୍ ଉତ୍ସାହିତ ଓ ଗୌରବ ଅନୁଭବ କରୁଛୁ। ଏହି ସଫଳତା ଓ ସମର୍ପଣଭାବ ପାଇଁ ସେ ଆମ ଛାତ୍ରୀଛାତ୍ରଙ୍କ ପ୍ରେରଣାର ଆଲୋକ ପାଲଟିଛନ୍ତି। ଓଡିଏମ୍ ମାଷ୍ଟରକ୍ଲାସ୍ ପଦକ୍ଷେପର ଉଦ୍ଦେଶ୍ୟ ତାତ୍ତ୍ୱିକ ଜ୍ଞାନ ଏବଂ ବାସ୍ତବ ଦୁନିଆର ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂରକରିବା ଏବଂ ପାଟିଲଙ୍କ ସହ ଆଜିର ଅଧିବେଶନ,ସେହି ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ରୂପେ ଉପସ୍ଥାପନ କରିଛି। ଆମେ ଆମର ଛାତ୍ରୀଛାତ୍ରମାନଙ୍କୁ ଏପରି ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ, ଯାହା ଉଭୟ ଶୈକ୍ଷିକ ଏବଂ ବ୍ୟକ୍ତିଗତ ଭାବେ ସେମାନଙ୍କ ଅଭିବୃଦ୍ଧି ଏବଂ ବିକାଶକୁ ପ୍ରୋତ୍ସାହିତ କରିବ। ମାଷ୍ଟରକ୍ଲାସ୍ ଛାତ୍ରୀଛାତ୍ରଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଏହି ଇଣ୍ଟରାକ୍ଟିଭ୍ ଅଧିବେଶନରେ ଛାତ୍ରୀଛାତ୍ରମାନେ ପ୍ରଶ୍ନ ପଚାରିବା ଏବଂ ଜଣେ କ୍ରୀଡ଼ା ଆଇକନଙ୍କ୍ଠାରୁ ସିଧାସଳଖ ମତାମତ ହାସଲ କରିଥିଲେ,ଯାହା ଶିକ୍ଷଣ ଅନୁଭୂତିକୁ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ସ୍ମରଣୀୟ କରିଥିଲା।
The post ଓଜିଏସ୍ରେ ଟ୍ରାନ୍ସଫର୍ମେଟିଭ୍ ମାଷ୍ଟରକ୍ଲାସ୍ appeared first on Dharitri Odia News.