ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ…
ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍(ଏଫ୍ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ ମୋଟା ଅଙ୍କର ସୁଧ ପାଇବା ଆଶାରେ ଏଥିରେ ଅନେକ ପୁଞ୍ଜିନିବେଶ କରିଥାନ୍ତି। ହେଲେ କ’ଣ ଆପଣ ଜାଣନ୍ତି କି ଯେ ଯଦି ଆପଣ ନିଜ ପତ୍ନୀଙ୍କ ନାମରେ ଏଫ୍ଡି କରାନ୍ତି ତେବେ ଅଧିକ ଲାଭବାନ ହେବେ। ଆଜି ଆମେ ଆପଣଙ୍କୁ ସେହି ଲାଭ ବିଷୟରେ କହିବାକୁ ଯାଉଛି। ଯଦି ଆପଣ […] The post ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ… appeared first on Dharitri Odia News.
ନୂଆଦିଲ୍ଲୀ,୫।୧୦: ଫିକ୍ସ ଡିପୋଜିଟ୍(ଏଫ୍ଡି) ଯୋଜନା ଉପରେ ସାରା ଦେଶର ଜଣାଶୁଣା ବ୍ୟାଙ୍କଗୁଡ଼ିକ ପକ୍ଷରୁ ବାର୍ଷିକ ୮% ଆକର୍ଷକ ଋଣ ଦିଆଯାଉଛି। ଟଙ୍କାକୁ ସୁରକ୍ଷିତ ରଖିବା ସହ ମୋଟା ଅଙ୍କର ସୁଧ ପାଇବା ଆଶାରେ ଏଥିରେ ଅନେକ ପୁଞ୍ଜିନିବେଶ କରିଥାନ୍ତି। ହେଲେ କ’ଣ ଆପଣ ଜାଣନ୍ତି କି ଯେ ଯଦି ଆପଣ ନିଜ ପତ୍ନୀଙ୍କ ନାମରେ ଏଫ୍ଡି କରାନ୍ତି ତେବେ ଅଧିକ ଲାଭବାନ ହେବେ। ଆଜି ଆମେ ଆପଣଙ୍କୁ ସେହି ଲାଭ ବିଷୟରେ କହିବାକୁ ଯାଉଛି। ଯଦି ଆପଣ ଆଗାମୀ ଦିନରେ ଏଫ୍ଡି କରାନ୍ତି ତେବେ ଏସବୁ ଜାଣି ରଖନ୍ତୁ।
ଏଫ୍ଡି ଯୋଜନାରେ ପୁଞ୍ଜିନିବେଶ କରାଯାଇଥିବା ଟଙ୍କାର ସୁଧ ଉପରେ ଟିଡିଏସ୍ କାଟ୍ ହୋଇଥାଏ। କାରଣ ଏଫ୍ଡିରେ ପ୍ରାପ୍ତ ସୁଧ ଆପଣଙ୍କ ମୋଟ ଆୟ ସହ ଜଡ଼ିତ ହୋଇଥାଏ। ଏଣୁ ନିୟମ ଅନୁଯାୟୀ ଏହି ରୋଜଗାର ଉପରେ ଟିଡିଏସ୍ କାଟ୍ ହୋଇଥାଏ। ନିୟମ ମୁତାବକ ଏଫ୍ଡିରେ ୪୦,୦୦୦ରୁ ଅଧିକ ସୁଧ କମାଇଲେ ବାର୍ଷିକ ୧୦% ଦରରେ ଟିଡିଏସ୍ ଦେବାକୁ ପଡ଼ିଥାଏ।
ସ୍ତ୍ରୀଙ୍କ ନାମରେ କରନ୍ତୁ ଏଫ୍ଡି:
ଅପରପକ୍ଷେ ଯଦି ପତ୍ନୀଙ୍କ ନାମରେ ଏଫ୍ଡି କରାନ୍ତି ତେବେ ସୁଧ ଟଙ୍କାରେ ଟିଡିଏସ୍ ଦେବାକୁ ପଡ଼ି ନ ଥାଏ। ଏଣୁ ଏଭଳି ଆପଣ ରୋଜଗାର ଟଙ୍କାକୁ ରଖିପାରିବେ। କେବଳ ଏତିକି ନୁହେଁ ଯଦି ଆପଣ ପତ୍ନୀଙ୍କ ସହ ମିଶି ମିଳିତ ଏଫ୍ଡି କରନ୍ତି ତେବେ ଟିକସ ଦେବାରୁ ବଞ୍ଚିତ ହେବେ। ଯଦି କେହି ମହିଳା ଗୃହିଣୀ ହୋଇଥିବେ ତେବେ ତାଙ୍କୁ କୌଣସି ପ୍ରକାର ଟିକସ ଦେବାକୁ ପଡ଼ି ନ ଥାଏ। ହେଲେ ଯଦି ସେ ନିମ୍ନ ଟିକସ ସାରଣୀରେ ଆସନ୍ତି ତେବେ ତାଙ୍କୁ କମ୍ ଟିକସ ଦେବାକୁ ପଡ଼ିଥାଏ।
The post ନିଜ ନାମରେ ନୁହେଁ, ବରଂ ସ୍ତ୍ରୀଙ୍କ ନାମରେ କରନ୍ତୁ FD; ଲାଭ ଜାଣିଲେ ଚକିତ ହେବେ… appeared first on Dharitri Odia News.