ଲୋକଙ୍କୁ ହାତ ଯୋଡି ଏମିତି ଅନୁରୋଧ କଲେ ଭାଜପା ଏମ୍ପି ବ୍ରିଜଭୂଷଣ
ନୂଆଦିଲ୍ଲୀ,୧୪।୧୦: ବାହରାଇଚ ଘଟଣାରେ ଭାଜପା ନେତା ବ୍ରିଜଭୂଷଣ ଶରଣ ସିଂ ପ୍ରତିକ୍ରିୟା ରଖିଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ସେ ନିବେଦନ କରିଛନ୍ତି। ସରକାର ସମସ୍ତଙ୍କୁ ନ୍ୟାୟ ଦେବେ ବୋଲି ପୂର୍ବତନ ଏମ୍ପି କହିଛନ୍ତି। ବ୍ରିଜଭୂଷଣ କହିଛନ୍ତି, ଯେହେତୁ ମୁଁ ବର୍ତ୍ତମାନ ବାହରାଇଚରେ ନାହିଁ ଏବଂ ମୋର କୋର୍ଟ ତାରିଖ ଅଛି, ମୁଁ ଆସିଛି। ମୁଁ ହାତ ଯୋଡି ଶାନ୍ତି ବଜାୟ ରଖିବାକୁ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ଅନୁରୋଧ କରୁଛି। ଅନ୍ୟପକ୍ଷରେ ମୈନପୁରୀରେ […] The post ଲୋକଙ୍କୁ ହାତ ଯୋଡି ଏମିତି ଅନୁରୋଧ କଲେ ଭାଜପା ଏମ୍ପି ବ୍ରିଜଭୂଷଣ appeared first on Dharitri Odia News.
ନୂଆଦିଲ୍ଲୀ,୧୪।୧୦: ବାହରାଇଚ ଘଟଣାରେ ଭାଜପା ନେତା ବ୍ରିଜଭୂଷଣ ଶରଣ ସିଂ ପ୍ରତିକ୍ରିୟା ରଖିଛନ୍ତି। ଶାନ୍ତି ବଜାୟ ରଖିବା ପାଇଁ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ସେ ନିବେଦନ କରିଛନ୍ତି। ସରକାର ସମସ୍ତଙ୍କୁ ନ୍ୟାୟ ଦେବେ ବୋଲି ପୂର୍ବତନ ଏମ୍ପି କହିଛନ୍ତି।
ବ୍ରିଜଭୂଷଣ କହିଛନ୍ତି, ଯେହେତୁ ମୁଁ ବର୍ତ୍ତମାନ ବାହରାଇଚରେ ନାହିଁ ଏବଂ ମୋର କୋର୍ଟ ତାରିଖ ଅଛି, ମୁଁ ଆସିଛି। ମୁଁ ହାତ ଯୋଡି ଶାନ୍ତି ବଜାୟ ରଖିବାକୁ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ଅନୁରୋଧ କରୁଛି।
ଅନ୍ୟପକ୍ଷରେ ମୈନପୁରୀରେ ପହଞ୍ଚିଥିବା ୟୁପି କଂଗ୍ରେସ ସଭାପତି ଅଜୟ ରାୟ କହିଛନ୍ତି, ଯୋଗୀ ସରକାର ବିଫଳ ହୋଇଛନ୍ତି ଏବଂ ସମଗ୍ର ରାଜ୍ୟରେ ଜଙ୍ଗଲ ରାଜ୍ ଚାଲିଛି।
ସୂଚନାଯୋଗ୍ୟ, ବାହରାଇଚର ମାନସୁର ଗାଁର ମହାରାଜଗଞ୍ଜ ଅଞ୍ଚଳରେ ଦୁର୍ଗା ପ୍ରତିମା ବିସର୍ଜନ ସମୟରେ ଘଟିଥିବା ହିଂସାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଲାଉଡ ସ୍ପିକର ବଜାଇବା ନେଇ ବିବାଦ ଆରମ୍ଭ ହୋଇଥିଲା। ପଥର ଫିଙ୍ଗିବା ଓ ଗୁଳି ବିନିମୟରେ ଅନେକ ଆହତ ହୋଇଛନ୍ତି ଏବଂ ୩୦ ଜଣଙ୍କୁ ଅଟକ ରଖାଯାଇଛି।
The post ଲୋକଙ୍କୁ ହାତ ଯୋଡି ଏମିତି ଅନୁରୋଧ କଲେ ଭାଜପା ଏମ୍ପି ବ୍ରିଜଭୂଷଣ appeared first on Dharitri Odia News.