ଓଟିଟି ମାଡ଼ରେ କମୁଛି ଡିଟିଏଚ୍ର ଚାହିଦା, ଫାଇବର ସେବା ପ୍ରତି ବି ବଢ଼ୁଛି ଲୋକଙ୍କ ଆକର୍ଷଣ
ନୂଆଦିଲ୍ଲୀ: ଭାରତର ଡାଇରେକ୍ଟ-ଟୁ-ହୋମ ବା ଡିଟିଏଚ ଉଦ୍ୟୋଗର ରାଜସ୍ବ ହ୍ରାସ ହେବାରେ ଲାଗିଛି।ଏହାର ଏକ ପ୍ରମୁଖ କାରଣ ଭାବରେ ଉଭା ହୋଇଛି ଓଟିଟି ପ୍ଲାଟଫର୍ମ। ଏହି ପ୍ଲାଟଫର୍ମମାନଙ୍କ ଦ୍ବାରା ଦିଆଯାଉଥିବା ଡିଜିଟାଲ କଣ୍ଟେଣ୍ଟକୁ ମଧ୍ୟ ଉପଭୋକ୍ତାମାନ ପ୍ରାଥମିକତା ଦେବାକୁ ଲାଗିଲେଣି। ଡେଲଏଟ ଇଣ୍ଡିଆର ସହଯୋଗୀ ଚନ୍ଦ୍ରଶେଖର ମନ୍ଥା କହିଛନ୍ତି ଚାରି ପ୍ରମୁଖ ଡିଟିଏଚ୍ ଅପରେଟରର ମିଳିତ ରାଜସ୍ବ ଆର୍ଥିକ ବର୍ଷ ୨୦୨୨ର ୧୨,୨୮୪ କୋଟି ଟଙ୍କାରୁ ଖସି, ଆର୍ଥିକ ବର୍ଷ ୨୦୨୩ରେ ୧୧,୦୭୨ କୋଟି ଟଙ୍କା ରହିଛି। ଏଥିରୁ ଜଣାପଡ଼ୁଛି ଏବେ ଗ୍ରାହକ ଡିଟିଏଚ୍ ଛାଡ଼ି ଡିଜିଟାଲ କଣ୍ଟେଣ୍ଟ ଅର୍ଥାତ ଓଟିଟିକୁ ପ୍ରାଥମିକତା ଦେବାକୁ ଲାଗିଲେଣି। କ୍ରିସିଲ ମାର୍କେଟ ଇଣ୍ଟେଲିଜେନ୍ସ ଆଣ୍ଡ୍ ଆନାଲିଟିକ୍ସର ରିସର୍ଚ୍ଚ ଓ୍ବିଙ୍ଗ୍ର ନିର୍ଦ୍ଦେଶକ ପୂଷଣ ଶର୍ମା କହିଛନ୍ତି ଡିଟିଏଚ୍ ଅପରେଟର ଏବଂ ଓଟିଟି ପ୍ଲାଟଫର୍ମ ମଧ୍ୟରେ ଥିବା ରାଜସ୍ବ ଅନ୍ତର ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ଆହୁରି ବଢ଼ିଯିବ।ଡିସ୍ ଟିଭିର ମୁଖ୍ୟ କାର୍ଯ ଅଧିକାରୀ କାର୍ଯ୍ୟକାରୀ ନିର୍ଦ୍ଦେଶକ ମନୋଜ ଡୋଭାଲ କହିଛନ୍ତି ପୂର୍ବରୁ ଲୋକେ ମୁଖ୍ୟତଃ ଡିଟିଏଚ ସେବା ଦ୍ବାରା ଟିଭି ଦେଖୁଥିଲେ, କିନ୍ତୁ କୋଭିଡ ମହାମାରୀ ପୂର୍ବରୁ ହାଇବ୍ରିଡ ମଡେଲ (ଟିଭି ଏବଂ ଓଟିଟି ଭଳି ଷ୍ଟ୍ରିମିଂ ପ୍ଲାଟଫର୍ମ) ଆରମ୍ଭ ହୋଇଥିଲା। ଯାହା ମହାମାରୀ ପରେ ଆହୁରି ବଢ଼ିଛି। ଏବେ ଲୋକେ ନିଜ
ନୂଆଦିଲ୍ଲୀ: ଭାରତର ଡାଇରେକ୍ଟ-ଟୁ-ହୋମ ବା ଡିଟିଏଚ ଉଦ୍ୟୋଗର ରାଜସ୍ବ ହ୍ରାସ ହେବାରେ ଲାଗିଛି।ଏହାର ଏକ ପ୍ରମୁଖ କାରଣ ଭାବରେ ଉଭା ହୋଇଛି ଓଟିଟି ପ୍ଲାଟଫର୍ମ। ଏହି ପ୍ଲାଟଫର୍ମମାନଙ୍କ ଦ୍ବାରା ଦିଆଯାଉଥିବା ଡିଜିଟାଲ କଣ୍ଟେଣ୍ଟକୁ ମଧ୍ୟ ଉପଭୋକ୍ତାମାନ ପ୍ରାଥମିକତା ଦେବାକୁ ଲାଗିଲେଣି।
ଡେଲଏଟ ଇଣ୍ଡିଆର ସହଯୋଗୀ ଚନ୍ଦ୍ରଶେଖର ମନ୍ଥା କହିଛନ୍ତି ଚାରି ପ୍ରମୁଖ ଡିଟିଏଚ୍ ଅପରେଟରର ମିଳିତ ରାଜସ୍ବ ଆର୍ଥିକ ବର୍ଷ ୨୦୨୨ର ୧୨,୨୮୪ କୋଟି ଟଙ୍କାରୁ ଖସି, ଆର୍ଥିକ ବର୍ଷ ୨୦୨୩ରେ ୧୧,୦୭୨ କୋଟି ଟଙ୍କା ରହିଛି। ଏଥିରୁ ଜଣାପଡ଼ୁଛି ଏବେ ଗ୍ରାହକ ଡିଟିଏଚ୍ ଛାଡ଼ି ଡିଜିଟାଲ କଣ୍ଟେଣ୍ଟ ଅର୍ଥାତ ଓଟିଟିକୁ ପ୍ରାଥମିକତା ଦେବାକୁ ଲାଗିଲେଣି। କ୍ରିସିଲ ମାର୍କେଟ ଇଣ୍ଟେଲିଜେନ୍ସ ଆଣ୍ଡ୍ ଆନାଲିଟିକ୍ସର ରିସର୍ଚ୍ଚ ଓ୍ବିଙ୍ଗ୍ର ନିର୍ଦ୍ଦେଶକ ପୂଷଣ ଶର୍ମା କହିଛନ୍ତି ଡିଟିଏଚ୍ ଅପରେଟର ଏବଂ ଓଟିଟି ପ୍ଲାଟଫର୍ମ ମଧ୍ୟରେ ଥିବା ରାଜସ୍ବ ଅନ୍ତର ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ଆହୁରି ବଢ଼ିଯିବ।
ଡିସ୍ ଟିଭିର ମୁଖ୍ୟ କାର୍ଯ ଅଧିକାରୀ କାର୍ଯ୍ୟକାରୀ ନିର୍ଦ୍ଦେଶକ ମନୋଜ ଡୋଭାଲ କହିଛନ୍ତି ପୂର୍ବରୁ ଲୋକେ ମୁଖ୍ୟତଃ ଡିଟିଏଚ ସେବା ଦ୍ବାରା ଟିଭି ଦେଖୁଥିଲେ, କିନ୍ତୁ କୋଭିଡ ମହାମାରୀ ପୂର୍ବରୁ ହାଇବ୍ରିଡ ମଡେଲ (ଟିଭି ଏବଂ ଓଟିଟି ଭଳି ଷ୍ଟ୍ରିମିଂ ପ୍ଲାଟଫର୍ମ) ଆରମ୍ଭ ହୋଇଥିଲା। ଯାହା ମହାମାରୀ ପରେ ଆହୁରି ବଢ଼ିଛି। ଏବେ ଲୋକେ ନିଜ ବଜେଟ ହିସାବରେ ଯେଉଁଠି ସୁବିଧା ମିଳୁଛି ସେଠାରୁ କଣ୍ଟେଣ୍ଟ ଦେଖୁଛନ୍ତି। ଟିଭି କିଣିବାରେ ଗ୍ରାହକଙ୍କ ସଂଖ୍ୟା ବଢ଼ିଥିଲେବି ଟିଭି ଦେଖିବା କମ୍ ହୋଇଛି। ଯାହାଦ୍ବାରା ଡିଟିଏଚ୍ କମ୍ପାନିଙ୍କ ରାଜସ୍ବ ଏବଂ ଗ୍ରାହକଙ୍କ ସଂଖ୍ୟା ପ୍ରଭାବିତ ହୋଇଛି। ଅବଶ୍ୟ ସେ କହିଛନ୍ତି ଏବେବି ଡିଟିଏସ ସେବାରୁ ଲୋକେ ଦୂରେଇ ଯାଇନାହାଁନ୍ତି।ଲୋକେ ଏବେବି ଡିଟିଏଚ ସେବା ନେଉଛନ୍ତି। ତଥାପି ଦର୍ଶକଙ୍କ ସଂଖ୍ୟାରେ ହ୍ରାସ ଏବଂ ଘଣ୍ଟା କମିବାରେ ଲାଗିଛି।
ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଟ୍ରାଇର ପରଫରମାନ୍ସ ଇଣ୍ଡିକେଟର ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ମାର୍ଚ୍ଚ ୨୦୨୧ରେ ଡିଟିଏଚ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୭ କୋଟି ଥିଲା ଯାହା ଚଳିତ ବର୍ଷ ଜୁନରେ ୬.୨ କୋଟିକୁ ଖସିଛି। ଆଉ ଓଟିଟି ପ୍ରତି ବଢ଼ୁଥିବା ଗ୍ରାହକଙ୍କ ଆଗ୍ରହ କାରଣରୁ ଆଗାମୀ ଦୁଇରୁ ତିନି ବର୍ଷରେ ବାର୍ଷିକ ଆଧାରରେ ୧୦ରୁ ୧୨ ପ୍ରତିଶତ ବୃଦ୍ଧି ହୋଇପାରେ।