ଗୃହରକ୍ଷୀଙ୍କ ମହତ ସେବାରୁ ପିଲାଙ୍କ ମୁହଁରେ ହସ ଫୁଟୁଛି

ସମ୍ବଲପୁର(ପଡିଆବହାଲ):ଛୋଟ ଏକ ଚାକିରୀ। କିନ୍ତୁ ମନରେ ଅସୁମାରି ଉତ୍ସାହ। ପୋଲିସ ବିଭାଗରେ ପୁଣି ହୋମଗାର୍ଡ ବା ଗୃହରକ୍ଷୀ ଭଳି କାମ।ସେ ଭିତରେବି ଗାଁର ପିଲାଙ୍କ ମନରେ ହସ ଫୁଟାଇ ସୁନାମ ଟେକିବାକୁ ଅସୀମ ଧୈର୍ଯ୍ୟର ବଳ ଆଜି ଆଣିଛି ସମାଜ ପାଇଁ ନୂଆଁ ଏକ ବାର୍ତ୍ତା । ଏଭଳି ସୁଯୋଗ୍ୟ ବାର୍ତ୍ତାବହର ପ୍ରତିକ ସାଜିଛନ୍ତି ଯୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗ୍ରାମର ତଥା ସମ୍ବଲପୁର ସଦର ଥାନାରେ ହୋମଗାର୍ଡ ବା ଗୃହରକ୍ଷୀ ଭାବେ କାର୍ଯ୍ୟ […] The post ଗୃହରକ୍ଷୀଙ୍କ ମହତ ସେବାରୁ ପିଲାଙ୍କ ମୁହଁରେ ହସ ଫୁଟୁଛି appeared first on Odisha.News.

ଗୃହରକ୍ଷୀଙ୍କ ମହତ ସେବାରୁ ପିଲାଙ୍କ ମୁହଁରେ ହସ ଫୁଟୁଛି

ସମ୍ବଲପୁର(ପଡିଆବହାଲ):ଛୋଟ ଏକ ଚାକିରୀ। କିନ୍ତୁ ମନରେ ଅସୁମାରି ଉତ୍ସାହ। ପୋଲିସ ବିଭାଗରେ ପୁଣି ହୋମଗାର୍ଡ ବା ଗୃହରକ୍ଷୀ ଭଳି କାମ।ସେ ଭିତରେବି ଗାଁର ପିଲାଙ୍କ ମନରେ ହସ ଫୁଟାଇ ସୁନାମ ଟେକିବାକୁ ଅସୀମ ଧୈର୍ଯ୍ୟର ବଳ ଆଜି ଆଣିଛି ସମାଜ ପାଇଁ ନୂଆଁ ଏକ ବାର୍ତ୍ତା । ଏଭଳି ସୁଯୋଗ୍ୟ ବାର୍ତ୍ତାବହର ପ୍ରତିକ ସାଜିଛନ୍ତି ଯୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ଅନ୍ତର୍ଗତ ଖଲିଆପାଲି ଗ୍ରାମର ତଥା ସମ୍ବଲପୁର ସଦର ଥାନାରେ ହୋମଗାର୍ଡ ବା ଗୃହରକ୍ଷୀ ଭାବେ କାର୍ଯ୍ୟ କରୁଥିବା ଅକ୍ଷୟ କୁମାର ନାୟକ। ଅକ୍ଷୟଙ୍କ ଦୀର୍ଘ ୫ ବର୍ଷର ଅଦମ୍ୟ ଉତ୍ସାହ ଓ କାର୍ଯ୍ୟ ଦକ୍ଷତା ଆଜି ସମାଜ ପାଇଁ ସାଜିଛି ଅନନ୍ୟ ପ୍ରେରଣା ।
ଏଠାରେ ସୂଚନା ଯୋଗ୍ୟଯେ,ଗତ ୫ ବର୍ଷ ହେଲା ଖଲିଆପାଲି ମାଲିପଡାରେ ଗଣେଷ ଓ ସରସ୍ବତୀ ପୂଜା ପାଳିତ ହୋଇଥାଏ । ପୁର୍ବ ବର୍ଷ ମାନଙ୍କ ପରି ଗତକାଲି ମଧ୍ୟ ବହୁ ଉତ୍ସାହର ସହିତ ସରସ୍ବତୀ ପୂଜା ମାଲିପଡାରେ ପାଳିତ ହେବା ସହ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ତେବେ ଏହି ପୂଜା ବା କ୍ରୀଡା ପ୍ରତିଯୋଗିତା ପାଇଁ ଆୟୋଜକଙ୍କ ଆୟୋଜନ ମଧ୍ୟ ସମାଜ ପାଇଁ ଆଉ ଏକ ପ୍ରେରଣାର ଉତ୍ସ। ଏଥି ପାଇଁ କୌଣସି ଚାନ୍ଦା ସଂଗ୍ରହ ହୋଇନଥାଏ। ବରଂ ଗୃହରକ୍ଷୀ ଅକ୍ଷୟହିଁ ଏହାର ସମସ୍ତ ଖର୍ଚ ତୁଲାଇଥାନ୍ତି। ସେ ବୃତ୍ତିରେ ଜଣେ ଗୃହରକ୍ଷୀ ହେଲେ ମଧ୍ୟ ଜାତିରେ ବ୍ରାହ୍ମଣ ଓ ପିତାଙ୍କ ଅମଳରୁ କୂଳ ବ୍ରାହ୍ମଣ ରୂପରେ ବିଭିନ୍ନ ଧର୍ମକାର୍ଯ୍ୟରେ ପଣ୍ଡିତ କାମ ମଧ୍ୟ କରିଥାନ୍ତି । ତେବେ ଏହି କୌଳିକ ବୃତ୍ତିରୁ ଯାହାବି ଦାନ ଅର୍ଥରେ ସେ ପାଇଥାନ୍ତି ତାହାକୁ ଅନ୍ୟ କାମରେ ବ୍ୟବହାର ନକରି ବାର୍ଷିକ ଆୟ ହୋଇଥିବା ଏହି ଅର୍ଥକୁ ଗାଁରେ ପିଲାଙ୍କ ଉତ୍ସାହ ପାଇଁ ପାଳନ ହେଉଥିବା ଗଣେଷ ଓ ସରସ୍ବତୀ ପୂଜାରେ ବ୍ୟବହାର କରିଥାନ୍ତି। ବାର୍ଷିକ ଆୟରେ ଏହି ବ୍ୟୟ ହୋଇଥାଏ । ଏହାକୁ ନେଇ ଖଲିଆପାଲି ଗ୍ରାମରେ କେବଳ ପିଲାଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇନି। ବରଂ ଅକ୍ଷୟଙ୍କ ଏହି ଅକ୍ଷୟ କରାମତି ପାଇଁ ସମାଜ ଚିତ୍ରରେ ଖଲିଆପାଲି ବିଶେଷ ଗାରିମାର ପରିଚୟ ସାଉଁଟିଛି। ଚଳିତ ବର୍ଷ ସରସ୍ବତୀ ପୂଜା ଅବସରରେ ଜୁନିୟର ଓ ସିନିୟର ମଧ୍ୟରେ ମ୍ୟୁଜିକ ଚେୟାର ,ରାମ ରାବଣ,ସାଇକେଲ ସ୍ଲୋ,ବ୍ଲାଇଣ୍ଡ ଫ୍ଲଡ,ପୁଚି ଓ ମାର୍ବଲ ବେଲେନ୍ସିଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥରେ କୃତି ପ୍ରତିଯୋଗୀଙ୍କ ମଧ୍ୟରେ ଲିପ୍ସା ବାଗ୍,ଶୁଭଶ୍ରୀ ମିଶ୍ର,ସତ୍ୟମ ମହାପାତ୍ର,ସିଲ୍କି ନାୟକ, ଶୋଭିତ ମହାପାତ୍ର,ସକ୍ଷମ ରଣା,କରନ ନାୟକ,ମଞ୍ଜୁଷା ପଣ୍ଡା,କରିନା ନାୟକ, ଶ୍ରେୟାଂସ ନାୟକ,ସୁମିତ କୁମାର ମିଶ୍ର, ନିତି ସିଂ,କିଶନ ମହାପାତ୍ର,ଅଙ୍କିତା ମହାପାତ୍ର,ଟିକି ସେଠ୍,କାଜଲ ସେଠ୍, ଶ୍ରାବଣୀ ବାଗ୍ ପ୍ରମୁଖଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।ସମଗ୍ର କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ନାୟକ ପରିଚାଳନା କରିଥିବା ବେଳେ ଏଥିରେ ତାଙ୍କ ପରିବାର ସଦସ୍ୟ ମାନଙ୍କ ସକ୍ରିୟ ସହଯୋଗ ରହିଥିଲା। ସତରେ ଅକ୍ଷୟ ଗତ ୫ ବର୍ଷ ଧରି ଯେଭଳି ଅନବରତ ଭାବେ ବୁଦ୍ଧି ଓ ବିଦ୍ୟାଦାତାଙ୍କ ପରି ୨ ପୂଜା କରି ଆସୁଛନ୍ତି ତାହାଯେ କେବଳ ଏଥିରେ ସିମିତ ନୁହେଁ, ବରଂ ଏହା ଭିତରେ ରହିଥିବା ଏକତା, ସଂହତି,ପ୍ରଗତି,ସଂସ୍କାର,ପ୍ରତିଭା ବିକାଶ, ଧାର୍ମିକ ମନୋଭାବ,ଦାନ ଧର୍ମ ଭଳି ବହୁ ବାର୍ତ୍ତା ସମାଜର ଦର୍ପଣ ସାଜିବା ଭଳି ଉଦାହରଣ ସାଜିଛି ।ଅକ୍ଷୟଙ୍କ ଏହି ଅକ୍ଷୟ ଉତ୍ସାହ ସମାଜ ପାଇଁ ଦିନେ ପ୍ରେରଣା ସାଜିବ ଏଥିରେ ସନ୍ଦେହର କୌଣସି କାରଣ ନାହିଁ ।

The post ଗୃହରକ୍ଷୀଙ୍କ ମହତ ସେବାରୁ ପିଲାଙ୍କ ମୁହଁରେ ହସ ଫୁଟୁଛି appeared first on Odisha.News.