ଓଡ଼ିଆ ଅସ୍ମିତାର ପ୍ରସାର କ୍ଷେତ୍ରରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ହେବ ଏକ ପ୍ରମୁଖ କେନ୍ଦ୍ର:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଓଡ଼ିଆ ନବଜାଗରଣର ପୀଠ ହେଉଛି ସତ୍ୟବାଦୀ ଏବଂ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ଓଡ଼ିଆ ଜାତୀୟ ଚେତନାର କେନ୍ଦ୍ର । ସତ୍ୟବାଦୀର ପଞ୍ଚସଖା ଥିଲେ ସମାଜର ଆଇନା ସଦୃଶ । ସେମାନେ ଶିକ୍ଷା ଦ୍ୱାରା ମାନବ ଜୀବନର ନୀତି ଆଦର୍ଶକୁ ପ୍ରତିଫଳନ କରାଇବା ସହିତ ଓଡ଼ିଶାର ବୌଦ୍ଧିକ ସ୍ୱତନ୍ତ୍ରତାର ବାର୍ତ୍ତାବହକ ଥିଲେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷୀଗୋପାଳ ଠାରେ ସତ୍ୟବାଦୀ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି । ସତ୍ୟବାଦୀର ଅସ୍ମିତା […]

ଓଡ଼ିଆ ଅସ୍ମିତାର ପ୍ରସାର କ୍ଷେତ୍ରରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ହେବ ଏକ ପ୍ରମୁଖ କେନ୍ଦ୍ର:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଓଡ଼ିଆ ନବଜାଗରଣର ପୀଠ ହେଉଛି ସତ୍ୟବାଦୀ ଏବଂ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ଓଡ଼ିଆ ଜାତୀୟ ଚେତନାର କେନ୍ଦ୍ର । ସତ୍ୟବାଦୀର ପଞ୍ଚସଖା ଥିଲେ ସମାଜର ଆଇନା ସଦୃଶ । ସେମାନେ ଶିକ୍ଷା ଦ୍ୱାରା ମାନବ ଜୀବନର ନୀତି ଆଦର୍ଶକୁ ପ୍ରତିଫଳନ କରାଇବା ସହିତ ଓଡ଼ିଶାର ବୌଦ୍ଧିକ ସ୍ୱତନ୍ତ୍ରତାର ବାର୍ତ୍ତାବହକ ଥିଲେ ବୋଲି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାକ୍ଷୀଗୋପାଳ ଠାରେ ସତ୍ୟବାଦୀ ମହୋତ୍ସବ ୨୦୨୫ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ।

ସତ୍ୟବାଦୀର ଅସ୍ମିତା ଓ ଗୌରବକୁ ଆଧାର କରି ଏ ଅଞ୍ଚଳର ଆବଶ୍ୟକୀୟ ଭିତ୍ତିଭୂମି ଏବଂ ସମସ୍ତ ପ୍ରକାର ମୌଳିକ ସୁବିଧା ସୁଯୋଗର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମଗ୍ର ଓଡ଼ିଶାକୁ ଶିକ୍ଷାର ଜ୍ୟୋତିରେ ଆଲୋକିତ କରୁଥିବା ଐତିହ୍ୟ ସମ୍ପନ୍ନ ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ପାଇଁ ଆମ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଏହି ବିଦ୍ୟାଳୟର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ବର୍ତ୍ତମାନର ପିଢ଼ିକୁ ଅବଗତ କରାଇବା ପାଇଁ ବକୁଳ ବନରେ ଏହାର ମୌଳିକ ଢାଞ୍ଚା ଅନୁରୂପ ଶିକ୍ଷା ପରିବେଶ ବିକଶିତ କରାଯିବ । ବକୁଳ ବନ ଓ ସତ୍ୟବାଦୀ ବନ ବିଦ୍ୟାଳୟର ପୁନରୁଦ୍ଧାର ଓ ବିକାଶ କରାଯାଇ ଏହାକୁ ଏକ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ ବୋଲି ସେ କହିଥିଲେ ।