ଫିସ ନିଅନ୍ତିନି ତିନି ଖାନ୍
ବଲିଉଡ୍ର ସୁପରଷ୍ଟାର ଭାବେ ପରିଚିତ ତିନି ଖାନ୍ ଫିଲ୍ମରୁ ଫିସ୍ ନିଅନ୍ତି ନାହିଁ । ଏକଥାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଘଟଣାଟି ସତ । ତିନିଜଣ ଯାକ ଖାନ୍ ଫିଲ୍ମ କରିବା ପାଇଁ ଫିସ୍ ବଦଳରେ ପୂରା ଫିଲ୍ମର ଲାଭରୁ ନିଜ ସେୟାର ନେଇଥାଆନ୍ତି । ଏନେଇ ଫିଲ୍ମମେକର ଅନୁରାଗ କଶ୍ୟପ ସୂଚନା ଦେଇଛନ୍ତି । ଏମାନେ ସୁପରଷ୍ଟାର ହେବାରେ ପରେ ବର୍ତ୍ତମାନ ପ୍ରଫିଟ୍ ସେୟାରିଂରେ କାମ କରୁଛନ୍ତି, ଯାହା ଅନେକ ଦର୍ଶକଙ୍କୁ ଜଣା ନଥାଏ […]

ବଲିଉଡ୍ର ସୁପରଷ୍ଟାର ଭାବେ ପରିଚିତ ତିନି ଖାନ୍ ଫିଲ୍ମରୁ ଫିସ୍ ନିଅନ୍ତି ନାହିଁ । ଏକଥାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଘଟଣାଟି ସତ । ତିନିଜଣ ଯାକ ଖାନ୍ ଫିଲ୍ମ କରିବା ପାଇଁ ଫିସ୍ ବଦଳରେ ପୂରା ଫିଲ୍ମର ଲାଭରୁ ନିଜ ସେୟାର ନେଇଥାଆନ୍ତି । ଏନେଇ ଫିଲ୍ମମେକର ଅନୁରାଗ କଶ୍ୟପ ସୂଚନା ଦେଇଛନ୍ତି । ଏମାନେ ସୁପରଷ୍ଟାର ହେବାରେ ପରେ ବର୍ତ୍ତମାନ ପ୍ରଫିଟ୍ ସେୟାରିଂରେ କାମ କରୁଛନ୍ତି, ଯାହା ଅନେକ ଦର୍ଶକଙ୍କୁ ଜଣା ନଥାଏ ବୋଲି ଅନୁରାଗ ମତ ରଖିଛନ୍ତି । ତେବେ ଏଥିରେ ମଧ୍ୟ ସେମାନେ ରିସ୍କ ନେଇଥାଆନ୍ତି ବୋଲି ଅନୁରାଗ କହିଛନ୍ତି । ବଲିଉଡରେ ହାତ ଗଣତି କିଛି ଅଭିନେତା ହିଁ ଏଭଳି ପ୍ରଫିଟ୍ ସେୟାରିଂରେ କାମ କରିଥାଆନ୍ତି ବୋଲି ସେ ମତ ଦେଇଛନ୍ତି । ନିକଟରେ ତିନି ଖାନ୍ଙ୍କର କିଛି ଫିଲ୍ମ ରିଲିଜ୍ ହୋଇଥିଲା ଯାହା ବକ୍ସ ଅଫିସ୍ରେ ଖୁବ ଧୁମ ମଚାଇଥିଲା । ତେଣୁ ସେହି ଫିଲ୍ମ ଗୁଡିକରେ ତିନି ଖାନ୍ଙ୍କର ଖୁବ ଅଧିକ ଆମଦାନୀ ହୋଇଥିଲା । ସେହିଭଳି ଆଗକୁ ମଧ୍ୟ ସେମାନଙ୍କର ଫିଲ୍ମ ରିଲିଜ୍ ହେବାକୁ ଯାଉଛି, ଯେଉଁଥିରେ ସେମାନେ ପ୍ରଫିଟ୍ ସେୟାରରେ କାମ କରିଛନ୍ତି ।