ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟିଆନ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ
ଭୁବନେଶ୍ୱର : ପବିତ୍ର ଖ୍ରୀଷ୍ଟମାସ ଅବସରରେ ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଭୁବନେଶ୍ବର ସତ୍ୟନଗରସ୍ଥିତ ଚର୍ଚ୍ଚରେ ପହଞ୍ଚି ସେଠାରେ କେକ୍ କାଟିବା ସହିତ ଖ୍ରୀଷ୍ଟିଆନ ଭାଇଭଉଣୀଙ୍କ ସହ ପ୍ରାର୍ଥନାରେ ଯୋଗ ଦେଇଥିଲେ । ନବୀନଙ୍କୁ ପାଖରେ ପାଇ ସେଠାରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଭାବବିହ୍ୱଳ ହୋଇଥିଲେ ଲୋକେ । ଚର୍ଚ୍ଚର ବିକାଶ ପାଇଁ ପୂର୍ବତନ ସରକାର ଅନୁଦାନ ଦେଇଥିବାରୁ ନବୀନଙ୍କୁ […]

ଭୁବନେଶ୍ୱର : ପବିତ୍ର ଖ୍ରୀଷ୍ଟମାସ ଅବସରରେ ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହି ଅବସରରେ ସେ ଭୁବନେଶ୍ବର ସତ୍ୟନଗରସ୍ଥିତ ଚର୍ଚ୍ଚରେ ପହଞ୍ଚି ସେଠାରେ କେକ୍ କାଟିବା ସହିତ ଖ୍ରୀଷ୍ଟିଆନ ଭାଇଭଉଣୀଙ୍କ ସହ ପ୍ରାର୍ଥନାରେ ଯୋଗ ଦେଇଥିଲେ । ନବୀନଙ୍କୁ ପାଖରେ ପାଇ ସେଠାରେ ଖୁସିର ବାତାବରଣ ସୃଷ୍ଟି ହେବା ସହ ଭାବବିହ୍ୱଳ ହୋଇଥିଲେ ଲୋକେ । ଚର୍ଚ୍ଚର ବିକାଶ ପାଇଁ ପୂର୍ବତନ ସରକାର ଅନୁଦାନ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ ଜଣାଇଥିଲେ ଶ୍ରଦ୍ଧାଳୁ।