ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ହାଇକୋର୍ଟ ନୋଟିସ୍‌

ନାଗପୁର: ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନାଗପୁର ଦକ୍ଷିଣ-ପଶ୍ଚିମ ଆସନରେ ବିଜେପିରୁ ଦେବେନ୍ଦ୍ର ଫଡନାବିସ୍‌ ପ୍ରତିପକ୍ଷ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ବିନୋଦରାଓଙ୍କୁ ପରାଜିତ କରିଥିଲେ। ଏହି ନିର୍ବାଚନ ବିରୋଧରେ ହାଇକୋର୍ଟରେ ପ୍ରଫୁଲ୍ଲ ଆବେଦନ କରିଥିଲେ। ଆବେଦନକୁ ବିଚାରକୁ ନେଇ ମୁମ୍ବାଇ ହାଇକୋର୍ଟ ବିଚାରପତି ପ୍ରବୀଣ ପାଟିଲ୍‌ ମୁଖ୍ୟନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମଇ ୮ ତାରିଖ ସୁଦ୍ଧା ଜବାବ ଦାଖଲନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଆସନରୁ ଦେବେନ୍ଦ୍ର ୩୯ ହଜାର ୭୧୦ ଭୋଟରେ […]

ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ହାଇକୋର୍ଟ ନୋଟିସ୍‌

ନାଗପୁର: ୨୦୨୪ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ନାଗପୁର ଦକ୍ଷିଣ-ପଶ୍ଚିମ ଆସନରେ ବିଜେପିରୁ ଦେବେନ୍ଦ୍ର ଫଡନାବିସ୍‌ ପ୍ରତିପକ୍ଷ କଂଗ୍ରେସ ପ୍ରାର୍ଥୀ ପ୍ରଫୁଲ୍ଲ ବିନୋଦରାଓଙ୍କୁ ପରାଜିତ କରିଥିଲେ। ଏହି ନିର୍ବାଚନ ବିରୋଧରେ ହାଇକୋର୍ଟରେ ପ୍ରଫୁଲ୍ଲ ଆବେଦନ କରିଥିଲେ। ଆବେଦନକୁ ବିଚାରକୁ ନେଇ ମୁମ୍ବାଇ ହାଇକୋର୍ଟ ବିଚାରପତି ପ୍ରବୀଣ ପାଟିଲ୍‌ ମୁଖ୍ୟନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍‌ଙ୍କୁ ନୋଟିସ୍‌ ଜାରି କରିଛନ୍ତି। ମଇ ୮ ତାରିଖ ସୁଦ୍ଧା ଜବାବ ଦାଖଲନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଆସନରୁ ଦେବେନ୍ଦ୍ର ୩୯ ହଜାର ୭୧୦ ଭୋଟରେ ଜିତିଥିଲେ।