ଓଡ଼ିଆରେ ଉପଲବ୍ଧ ହେବ ପାଣିପାଗ ସୂଚନା

ନୂଆଦିଲ୍ଲୀ,୧୬ା୧:ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପ୍ରତିଷ୍ଠାର ୧୫୦ତମ ବର୍ଷ ଅବସରରେ କୃଷକମାନଙ୍କ ପାଇଁ ପାଣିପାଗ ପୂର୍ବାନୁମାନ ପୋର୍ଟାଲ ‘ପଞ୍ଚାୟତ ମୌସମ ସେବା’ର ଶୁଭାରମ୍ଭ କରାଯାଇଛି। ଏହା ଚାଷୀଙ୍କୁ ଠିକ୍‌ ସମୟରେ ପାଣିପାଗ ଏବଂ କୃଷି କାର୍ଯ୍ୟ ସମ୍ପର୍କିତ ଯୋଜନା ସମ୍ପର୍କରେ ସତର୍କ କରାଇବ। ଉକ୍ତ ପୋର୍ଟାଲରେ ଇଂଲିଶ, ହିନ୍ଦୀ ଏବଂ ଓଡ଼ିଆ ସମେତ ୧୨ଟି ଆଞ୍ଚଳିକ ଭାଷାରେ କୃଷି ସୂଚନା ଉପଲବ୍ଧ ହେବ। ପ୍ରତି ପଞ୍ଚାୟତର ମୁଖ୍ୟ ଏବଂ ପଞ୍ଚାୟତ ସମ୍ପାଦକଙ୍କୁ ଏହି ପୋର୍ଟାଲ ଜରିଆରେ ପାଣିପାଗ […] The post ଓଡ଼ିଆରେ ଉପଲବ୍ଧ ହେବ ପାଣିପାଗ ସୂଚନା appeared first on Dharitri Odia News.

ଓଡ଼ିଆରେ ଉପଲବ୍ଧ ହେବ ପାଣିପାଗ ସୂଚନା

ନୂଆଦିଲ୍ଲୀ,୧୬ା୧:ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପ୍ରତିଷ୍ଠାର ୧୫୦ତମ ବର୍ଷ ଅବସରରେ କୃଷକମାନଙ୍କ ପାଇଁ ପାଣିପାଗ ପୂର୍ବାନୁମାନ ପୋର୍ଟାଲ ‘ପଞ୍ଚାୟତ ମୌସମ ସେବା’ର ଶୁଭାରମ୍ଭ କରାଯାଇଛି। ଏହା ଚାଷୀଙ୍କୁ ଠିକ୍‌ ସମୟରେ ପାଣିପାଗ ଏବଂ କୃଷି କାର୍ଯ୍ୟ ସମ୍ପର୍କିତ ଯୋଜନା ସମ୍ପର୍କରେ ସତର୍କ କରାଇବ। ଉକ୍ତ ପୋର୍ଟାଲରେ ଇଂଲିଶ, ହିନ୍ଦୀ ଏବଂ ଓଡ଼ିଆ ସମେତ ୧୨ଟି ଆଞ୍ଚଳିକ ଭାଷାରେ କୃଷି ସୂଚନା ଉପଲବ୍ଧ ହେବ। ପ୍ରତି ପଞ୍ଚାୟତର ମୁଖ୍ୟ ଏବଂ ପଞ୍ଚାୟତ ସମ୍ପାଦକଙ୍କୁ ଏହି ପୋର୍ଟାଲ ଜରିଆରେ ପାଣିପାଗ ସୂଚନା ଯୋଗାଇଦିଆଯିବା ସହ ସବୁ ଗ୍ରାମରେ ପହଞ୍ଚାଇବାକୁ କୁହାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଇଏମ୍‌ଡି, ଭୂବିଜ୍ଞାନ ମନ୍ତ୍ରଣାଳୟ, ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଗ୍ରୀନ୍‌ ଆଲର୍ଟ ମୌସମ ସେବା ମିଳିତ ଭାବରେ ପଞ୍ଚାୟତ ମୌସମ ସେବା ପୋର୍ଟାଲକୁ ବିକଶିତ କରିଛନ୍ତି। ପାଣିପାଗ ସୂଚନା, ସତର୍କତା ଆଦି ସମ୍ପର୍କରେ ଚାଷୀଙ୍କୁ ଜଣାଇଦିଆଯିବା ସହ ବିହନ ବୁଣା, ତଳି ରୁଆଁ, ଜଳସେଚନ, ସାର ଓ କୀଟନାଶକ ପ୍ରୟୋଗ ସମ୍ପର୍କରେ ସୂଚନା ଦିଆଯିବ। ଫଳରେ ସେମାନଙ୍କର କୃଷି ବ୍ୟୟ ହ୍ରାସ ପାଇବା ସହ ଉତ୍ପାଦନ ଏବଂ ଆୟ ବୃଦ୍ଧି ପାଇବ। ଉପରାଷ୍ଟ୍ରପତି ଜଗଦୀପ୍‌ ଧନ୍‌କର ଉକ୍ତ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଭୂବିଜ୍ଞାନ ମନ୍ତ୍ରୀ କିରେନ ରିଜିଜୁ, ଭୂବିଜ୍ଞାନ ସଚିବ ଏମ୍‌. ରବିଚନ୍ଦ୍ରନ, ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର, ମନ୍ତ୍ରଣାଳୟର ପୂର୍ବତନ ସଚିବ ଏବଂ ଆଇଏମ୍‌ଡିର ପୂର୍ବତନ ଡିଜି ଯୋଗଦେଇଥିଲେ।

The post ଓଡ଼ିଆରେ ଉପଲବ୍ଧ ହେବ ପାଣିପାଗ ସୂଚନା appeared first on Dharitri Odia News.