ଓଡ଼ିଶା DRDOରେ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୩।୯: ଡିଆରଡିଓ(DRDO) ITR ଖାଲି ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଶୀଘ୍ର ଆବେଦନ କରିନିଅନ୍ତୁ। ଆବେଦନ କରିବା ପୂର୍ବରୁ ଆପଣଙ୍କୁ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିବାକୁ ପଡିବ ଏବଂ ପ୍ରକ୍ରିୟା ସଠିକ ଭାବରେ ପ୍ରୟୋଗ କରିବାକୁ ପଡିବ ତେବେ ଆପଣ DRDO ଓଡ଼ିଶା ନିଯୁକ୍ତି ୨୦୨୪ ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏଥିରେ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ। […] The post ଓଡ଼ିଶା DRDOରେ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ, ଦରମା ରହିଛି… appeared first on Dharitri Odia News.

ଓଡ଼ିଶା DRDOରେ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୩।୯: ଡିଆରଡିଓ(DRDO) ITR ଖାଲି ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ତେଣୁ ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀମାନେ ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଶୀଘ୍ର ଆବେଦନ କରିନିଅନ୍ତୁ। ଆବେଦନ କରିବା ପୂର୍ବରୁ ଆପଣଙ୍କୁ ସରକାରୀ ବିଜ୍ଞପ୍ତି ଯାଞ୍ଚ କରିବାକୁ ପଡିବ ଏବଂ ପ୍ରକ୍ରିୟା ସଠିକ ଭାବରେ ପ୍ରୟୋଗ କରିବାକୁ ପଡିବ ତେବେ ଆପଣ DRDO ଓଡ଼ିଶା ନିଯୁକ୍ତି ୨୦୨୪ ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏଥିରେ ଉଭୟ ମହିଳା ଏବଂ ପୁରୁଷ ଆବେଦନ କରିପାରିବେ। ଚୁକ୍ତିଭିତ୍ତିକ ଆଧାର ଆପଣଙ୍କୁ ବାଲେଶ୍ୱରରେ ପୋଷ୍ଟିଂ ମିଳିବ। ଉଭୟ ଅନଲାଇନ / ଅଫଲାଇନ ସମସ୍ତ ଓଡ଼ିଶା ପ୍ରାର୍ଥୀ ଆବେଦନ କରିପାରିବେ।
ଯୋଗ୍ୟ ପ୍ରାର୍ଥୀଙ୍କୁ ମାସିକ-୮୦୦୦ରୁ ୯୦୦୦ ଟଙ୍କା ମିଳିବ। ପ୍ରାର୍ଥୀମାନେ ଏକ ସ୍ବୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ବି.କମ୍‌/ ବିବିଏ/ ବିଟେକ/ ଡିପ୍ଲୋମା /ଇସିଇ / ଇଇଇ/ ଆଇଟି ସମାପ୍ତ କରିଥିବା ଉଚିତ୍‌। ଆବେଦନ ପ୍ରକ୍ରିୟା ୨୮ ଅଗଷ୍ଟରୁ ଆରମ୍ଭ ହୋଇଯାଇଛି ଏବଂ ୭ ସେପ୍ଟେମ୍ବର ଶେଷ ତାରିଖ ରହିଛି।

ଚୟନ ପ୍ରକ୍ରିୟା-
୧. ଲିଖିତ ପରୀକ୍ଷା
୨ବ୍ୟକ୍ତିଗତ ସାକ୍ଷାତକାର
୩. ଡକ୍ୟୁମେଣ୍ଟ ଯାଞ୍ଚ

ଖାଲିଥିବା ପଦବୀ-
୧. ଗ୍ରାଜୁଏଟ୍‌ ଆପ୍ରେଣ୍ଟିସ- ୩୦ ଟି ପୋଷ୍ଟ
୨. ଟେକ୍ନିସିଆନ ଆପ୍ରେଣ୍ଟିସ – ୨୩ ଟି ପୋଷ୍ଟ
ସମୁଦାୟ ୫୪ଟି ପୋଷ୍ଟ ।

ବୟସ ସୀମା:
ସର୍ବନିମ୍ନ ବୟସ ସୀମା- ୨୧ ବର୍ଷ ଆଉ ସର୍ବାଧିକ ବୟସ ସୀମା- ୩୫ ବର୍ଷ ରହିଛି।

 

The post ଓଡ଼ିଶା DRDOରେ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ, ଦରମା ରହିଛି… appeared first on Dharitri Odia News.