ଓଡ଼ିଶା ଅଲିମ୍ପିକ ଆସୋସିଏସନ ଉପରେ ବାକି ପଡିଛି ସାଢେ ୫ କୋଟି, ନୋଟିସ ଜାରି କଲା ସିଏମସି

ନୂଆଦିଲ୍ଲୀ: ଓଡ଼ିଶା ଅଲିମ୍ପିକ ଆସୋସିଏସନ ଉପରେ ବାକି ପଡିଛି ପ୍ରାୟ ସାଢେ ୫ କୋଟି ଟଙ୍କାର ହୋଲଡିଂ ଟିକସ। ଯାହାକୁ ଆଦାୟ କରିବାଲାଗି କଟକ ମହାନଗର ନିଗମ କର୍ତ୍ତୃପକ୍ଷ ସକ୍ଷମ ହୋଇନାହାନ୍ତି। ୧୯୯୭ ମସିହାରୁ ଏବେ ପର୍ଯ୍ୟନ୍ତ ବକେୟା ଦେୟ ଗଡି ଚାଲିଛି। ବିଭିନ୍ନ ଚାପରେ ପଡି ଶେଷରେ ଅଲିମ୍ପିକ ଆସୋସିଏସନକୁ ନୋଟିସ ଜାରି କରିଛି ସିଏମସି। ମେୟର କିନ୍ତୁ ଏବାବଦରେ ସ୍ପଷ୍ଟ ସୂଚନା ଦେବାକୁ ଅମଙ୍ଗ ହୋଇଛନ୍ତି, ଯେତେବେଳେକି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏ ପ୍ରସଙ୍ଗରେ ଖୁବ ବର୍ଷିଛନ୍ତି।ପୁଣି ବିବାଦ ଘେରରେ ବାରବାଟୀ ଷ୍ଟାଡିଅମ। ଷ୍ଟାଡିଅମର ମୂଳ ମାଲିକ ଓଡିଶା ଅଲିମ୍ପିକ ଆସୋସିଏସନ ନାଁରେ ଆସିଛି ସାଙ୍ଘାତିକ ଅବହେଳାର ଅଭିଯୋଗ। ଷ୍ଟାଡିଅମ ହୋଲଡିଂ ଟିକସ ବାବଦୀୟ ପ୍ରାୟ ସାଢେ ୫ କୋଟି ଟଙ୍କା ପୈଠ କରିନାହିଁ OOA। କଥା କିନ୍ତୁ ଏବେର ନୁହେଁ। ୧୯୯୭ ମସିହାରୁ ହୋଲଡିଂ ଟିକସ ପୈଠ ହୋଇନାହିଁ। ଯାହା ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା, ୪ କୋଟି ୪୭ ଲକ୍ଷ ୩୨ ହଜାର ଟଙ୍କାରେ ପହଞ୍ଚିଲାଣି, ଯେହେତୁ ଆଗକୁ ସିଏମସିର ବଜେଟ ଉପସ୍ଥାପନ ହେବ, ତେଣୁ ଏଥର କର୍ତ୍ତୃପକ୍ଷ ବାଧ୍ୟ ହୋଇ ଜରିମନା ସହ ପ୍ରାୟ ସାଢେ ୫ କୋଟି ଟଙ୍କା ଭରଣା କରିବା ଲାଗି ଓଡିଶା ଅଲିମ୍ପିକ ଆସୋସିଏସନକୁ ନୋଟିସ କରିଛନ୍ତି।ବାରବାଟୀ ଷ୍ଟାଡିଅମ ନିର୍ମାଣ ହେବାର ମୂଳ ଉଦ୍ୟେଶ୍ୟ ଥିଲା ରାଜ୍ୟରେ ଖେଳକୁଦର ବିକାଶ କରିବା। ତେବେ ଷ୍ଟାଡିଅମର ସତ୍ବାଧୀକାର ଅଲିମ୍

ଓଡ଼ିଶା ଅଲିମ୍ପିକ ଆସୋସିଏସନ ଉପରେ ବାକି ପଡିଛି ସାଢେ ୫ କୋଟି, ନୋଟିସ ଜାରି କଲା ସିଏମସି

ନୂଆଦିଲ୍ଲୀ: ଓଡ଼ିଶା ଅଲିମ୍ପିକ ଆସୋସିଏସନ ଉପରେ ବାକି ପଡିଛି ପ୍ରାୟ ସାଢେ ୫ କୋଟି ଟଙ୍କାର ହୋଲଡିଂ ଟିକସ। ଯାହାକୁ ଆଦାୟ କରିବାଲାଗି କଟକ ମହାନଗର ନିଗମ କର୍ତ୍ତୃପକ୍ଷ ସକ୍ଷମ ହୋଇନାହାନ୍ତି। ୧୯୯୭ ମସିହାରୁ ଏବେ ପର୍ଯ୍ୟନ୍ତ ବକେୟା ଦେୟ ଗଡି ଚାଲିଛି। ବିଭିନ୍ନ ଚାପରେ ପଡି ଶେଷରେ ଅଲିମ୍ପିକ ଆସୋସିଏସନକୁ ନୋଟିସ ଜାରି କରିଛି ସିଏମସି। ମେୟର କିନ୍ତୁ ଏବାବଦରେ ସ୍ପଷ୍ଟ ସୂଚନା ଦେବାକୁ ଅମଙ୍ଗ ହୋଇଛନ୍ତି, ଯେତେବେଳେକି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏ ପ୍ରସଙ୍ଗରେ ଖୁବ ବର୍ଷିଛନ୍ତି।

ପୁଣି ବିବାଦ ଘେରରେ ବାରବାଟୀ ଷ୍ଟାଡିଅମ। ଷ୍ଟାଡିଅମର ମୂଳ ମାଲିକ ଓଡିଶା ଅଲିମ୍ପିକ ଆସୋସିଏସନ ନାଁରେ ଆସିଛି ସାଙ୍ଘାତିକ ଅବହେଳାର ଅଭିଯୋଗ। ଷ୍ଟାଡିଅମ ହୋଲଡିଂ ଟିକସ ବାବଦୀୟ ପ୍ରାୟ ସାଢେ ୫ କୋଟି ଟଙ୍କା ପୈଠ କରିନାହିଁ OOA। କଥା କିନ୍ତୁ ଏବେର ନୁହେଁ। ୧୯୯୭ ମସିହାରୁ ହୋଲଡିଂ ଟିକସ ପୈଠ ହୋଇନାହିଁ। ଯାହା ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା, ୪ କୋଟି ୪୭ ଲକ୍ଷ ୩୨ ହଜାର ଟଙ୍କାରେ ପହଞ୍ଚିଲାଣି, ଯେହେତୁ ଆଗକୁ ସିଏମସିର ବଜେଟ ଉପସ୍ଥାପନ ହେବ, ତେଣୁ ଏଥର କର୍ତ୍ତୃପକ୍ଷ ବାଧ୍ୟ ହୋଇ ଜରିମନା ସହ ପ୍ରାୟ ସାଢେ ୫ କୋଟି ଟଙ୍କା ଭରଣା କରିବା ଲାଗି ଓଡିଶା ଅଲିମ୍ପିକ ଆସୋସିଏସନକୁ ନୋଟିସ କରିଛନ୍ତି।

ବାରବାଟୀ ଷ୍ଟାଡିଅମ ନିର୍ମାଣ ହେବାର ମୂଳ ଉଦ୍ୟେଶ୍ୟ ଥିଲା ରାଜ୍ୟରେ ଖେଳକୁଦର ବିକାଶ କରିବା। ତେବେ ଷ୍ଟାଡିଅମର ସତ୍ବାଧୀକାର ଅଲିମ୍ପିକ ଆସୋସିଏସନ ପାଖରେ ଥିଲା। ପରେ କିନ୍ତୁ ବାରବାଟୀ ଷ୍ଟାଡିଅମର  ସର୍ବେସର୍ବା ପାଲଟିଯାଇଛି ଓଡିଶା କ୍ରିକେଟ ଆସୋସିଏସନ। ଆଉ ମହାନଗର ନିଗମକୁ ହୋଲଡିଙ୍ଗ ଟ୍ୟାକ୍ସ ଦେବାକୁ ଭୁଲିଯାଇଛି OOA । ଏଭଳି ବିବାଦୀୟ ପରିସବେଶ ଭିତରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଖୁବ କଡା ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି, ବାରବାଟୀ ଷ୍ଟାଡିଅମ ଏବେ ବିବାହ ମଣ୍ଡପରେ ପରିଣତ ହୋଇଛି, ବିବାହ, ବ୍ରତ ପାଇଁ ଅଲିମ୍ପିକ ଆସୋସିଏସନ ଏବଂ ଓସିଏ ଷ୍ଟାଡିଅମକୁ ବ୍ୟବହାର କରି କୋଟି କୋଟି ଟଙ୍କା କମାଉ ଥିବା ବେଳେ ହୋଲଡିଙ୍ଗ ଟିକସ ଦିଆଯାଇ ନାହିଁ କାହିଁକି।

୯୭ ମସିହାରୁ ୨୦୨୪ ଭିତରେ ପ୍ରାୟ ୫ ଟି କାଉନସିଲ ଗଠନ ହେଲାଣି, ରାଜ୍ୟରେ କଂଗ୍ରେସ, ବିଜେଡି ପରେ ବିଜେପିର ସରକାର ହେଲାଣି, କିନ୍ତୁ କାହିଁକି ବାରବାଟୀ ଷ୍ଟାଡିଅମ ନାଁରେ ସାଢେ ୫ କୋଟି ଟଙ୍କାର ହୋଲଡିଂ ଟିକସ ପଡି ରହିଛି, ତାହା ବୁଝାପଡୁନାହିଁ।