ଓଡ଼ିଶା ଏଫ୍ସି-ବେଙ୍ଗାଲୁରୁ ମ୍ୟାଚ ଆଜି
ଭୁବନେଶ୍ୱର, ୩୦।୩,(ତପନ ସ୍ବାଇଁ): ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଓଡ଼ିଶା ଏଫ୍ସି ଓ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଭାରତର ଅନ୍ତର୍ଜାତୀୟ ମ୍ୟାଚ ପାଇଁ କିଛି ଦିନର ବ୍ରେକ୍ ପରେ ପୁଣି ଆଇଏସ୍ଏଲ୍ ଆରମ୍ଭ ହେବାକୁ ଯାଉଥିବାବେଳେ ଓଡ଼ିଶା ଏଫ୍ସି ବିଜୟ ଆଶାରେ ରହିଛି। ମାର୍ଚ୍ଚ ୩ରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଏଫ୍ସି ଅପ୍ରତ୍ୟାଶିତ ଭାବେ ଚେନ୍ନାଇନ୍ ଏଫ୍ସି ନିକଟରୁ ହାରିଯିବାରୁ […] The post ଓଡ଼ିଶା ଏଫ୍ସି-ବେଙ୍ଗାଲୁରୁ ମ୍ୟାଚ ଆଜି appeared first on Dharitri Odia News.
ଭୁବନେଶ୍ୱର, ୩୦।୩,(ତପନ ସ୍ବାଇଁ): ଚଳିତ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଶନିବାର ଓଡ଼ିଶା ଏଫ୍ସି ଓ ବେଙ୍ଗାଲୁରୁ ଏଫ୍ସି ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ବେଙ୍ଗାଲୁରୁସ୍ଥିତ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଭାରତର ଅନ୍ତର୍ଜାତୀୟ ମ୍ୟାଚ ପାଇଁ କିଛି ଦିନର ବ୍ରେକ୍ ପରେ ପୁଣି ଆଇଏସ୍ଏଲ୍ ଆରମ୍ଭ ହେବାକୁ ଯାଉଥିବାବେଳେ ଓଡ଼ିଶା ଏଫ୍ସି ବିଜୟ ଆଶାରେ ରହିଛି। ମାର୍ଚ୍ଚ ୩ରେ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ଏଫ୍ସି ଅପ୍ରତ୍ୟାଶିତ ଭାବେ ଚେନ୍ନାଇନ୍ ଏଫ୍ସି ନିକଟରୁ ହାରିଯିବାରୁ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି। ଦଳ ପାଇଁ ଆଉ ୪ଟି ଲିଗ୍ ମ୍ୟାଚ ବାକିଥିବାରୁ ଆଗାମୀ ମ୍ୟାଚରେ ବିଜୟ ସହ ପଏଣ୍ଟ ଟେବୁଲରେ ନିଜର ସ୍ଥାନ ଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଓଡ଼ିଶା ଏଫ୍ସି ଏ ପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳିଥିବାବେଳେ ୧୦ ବିଜୟ, ୫ ଡ୍ର ଓ ୩ ପରାଜୟ ସହ ୩୫ ପଏଣ୍ଟ ପାଇଛି।
ବେଙ୍ଗାଲୁରୁ ଏଫ୍ସି ମଧ୍ୟ ଏହାର ପୂର୍ବ ମ୍ୟାଚରେ ଏଫ୍ସି ଗୋଆ ନିକଟରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା। ଏହି ମ୍ୟାଚର ୪୭ତମ ମିନିଟରେ ସୁରେଶ ସିଂ ଓ୍ବାଙ୍ଗଜାମ ରେଡ୍କାର୍ଡ ପାଇଥିଲେ। ୧୯ ମ୍ୟାଚରୁ ୫ ବିଜୟ, ୬ ଡ୍ର ଓ ୮ ପରାଜୟ ସହ ବେଙ୍ଗାଲୁରୁ ୨୧ ପଏଣ୍ଟରେ ରହିଛି। ତେଣୁ ଅବଶିଷ୍ଟ ମ୍ୟାଚଗୁଡ଼ିକ ଜିତି ପ୍ଲେ-ଅଫ୍ରେ ସ୍ଥାନ ହାସଲ ଲକ୍ଷ୍ୟରେ ରହିଛି ଏହି ଦଳ। ପଏଣ୍ଟ ଟେବୁଲରେ ବେଙ୍ଗାଲୁରୁ ଏବେ ୭ମ ସ୍ଥାନରେ ରହିଛି।
ଓଡ଼ିଶା ଏଫ୍ସି ଓ ବେଙ୍ଗାଲୁରୁ ମଧ୍ୟରେ ପୂର୍ବରୁ ଗତ ଅକ୍ଟୋବରରେ ମୁକାବିଲା ହୋଇଥିଲା। ଘରୋଇ ପରିବେଶରେ କଳିଙ୍ଗ ଓ୍ବାରିୟର୍ସ ୩-୨ ଗୋଲରେ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ଏଥର ଆଇଏସ୍ଏଲ୍ ଶିଲ୍ଡ ଉପରେ ନଜର ରଖିଥିବାରୁ ଓଡ଼ିଶା ଏଫ୍ସି ଆଗାମୀ ମ୍ୟାଚରୁ ୩ ପଏଣ୍ଟ ହାସଲ ପାଇଁ ଲକ୍ଷ୍ୟ ରଖିଛି। ”ଆମ ପାଇଁ ଆଗାମୀ କାର୍ଯ୍ୟସୂଚୀ ଚିନ୍ତାଜନକ ରହିଛି। ୪ ଦିନ ବ୍ୟବଧାନରେ ଆମକୁ ୨ଟି ମ୍ୟାଚ ଖେଳିବାକୁ ହେବ। ତେଣୁ ଦଳକୁ ପ୍ରସ୍ତୁତ କରିବା ନିଶ୍ଚିତ କଷ୍ଟକର। ମାତ୍ର ଏହାକୁ ବାହାନା କଲେ ଚଳିବନି। ଆମକୁ ପରିସ୍ଥିତି ସହ ଖାପ ଖୁଆଇବାକୁ ହେବ ଏବଂ ଏଥିପାଇଁ ଆମେ ପ୍ରସ୍ତୁତ। ଏହା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ। ବ୍ରେକ୍ ପରେ ଆମେ ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟଗ୍ର ଅଛୁ“ ବୋଲି ଶୁକ୍ରବାର ମ୍ୟାଚ ପୂର୍ବ ଖବରଦାତା ସମ୍ମିଳନୀରେ ଓଡ଼ିଶା ଏଫ୍ସି କୋଚ୍ ସର୍ଗିଓ ଲୋବେରା ପ୍ରକାଶ କରିଛନ୍ତି। ସିଜନ ଶେଷ ପର୍ଯ୍ୟାୟରେ ଥିବାରୁ ଏଣିକି ପ୍ରତ୍ୟେକ ମ୍ୟାଚ ସବୁ ଦଳ ପାଇଁ ଫାଇନାଲ ସଦୃଶ। ଉତ୍ତମ ଖେଳାଳିଙ୍କୁ ନେଇ ବେଙ୍ଗାଲୁରୁ ଏକ ଶକ୍ତିଶାଳୀ ଦଳ। ବେଙ୍ଗାଲୁରୁ ଦଳ ଏହାର ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳିବାକୁ ଯାଉଛି। ତେଣୁ ଆମ ପାଇଁ କଷ୍ଟସାଧ୍ୟ ହେବ ନିଶ୍ଚିତ। ଆମେ ଆମର ଶ୍ରେଷ୍ଠ ପ୍ରଦର୍ଶନ ଉପରେ ଫୋକସ କରୁଛୁ ବୋଲି ଲୋବେରା କହିଛନ୍ତି। ଲୋବେରାଙ୍କ ସହ ଉପସ୍ଥିତ ଥିବା ଓଏଫ୍ସି ଖେଳାଳି ଥୋଇବା ସିଂ ମଧ୍ୟ ଆଗାମୀ ମ୍ୟାଚକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି। ନିକଟରେ ନିଜର ଅନ୍ତର୍ଜାତୀୟ ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରି ସେ କହିଛନ୍ତି ଯେ, ”ମାଲେସିଆ ବିପକ୍ଷରେ ଗୋଲ ଦେବା ବହୁତ ବଡ଼ ଉପଲବ୍ଧି। ଦୀର୍ଘ ବ୍ୟବଧାନ ଅର୍ଥାତ୍ ୨୦୧୭ ପରେ ଏହା ସମ୍ଭବ ହୋଇଛି। ଗୋଲ ସ୍କୋର ସହ ଦଳକୁ ସହାୟତା କରିଥିବାରୁ ମୋ ଆତ୍ମବିଶ୍ୱାସ ଖୁବ୍ ବଢ଼ିଛି। ଏବେ ଆଇଏସଏଲ୍ ମ୍ୟାଚ ଉପରେ ମୋ ନଜର ରହିଛି। ବେଙ୍ଗାଲୁରୁ ଏକ ଶକ୍ତିଶାଳୀ ଦଳ। ମାତ୍ର ଓଡ଼ିଶା ଏଫ୍ସି ମଧ୍ୟ ଏକ ଭଲ ଦଳ। ଆମେ ଗେମ୍ପ୍ଲାନ୍ ଅନୁସାରେ ଖେଳିଲେ ନିଶ୍ଚିତ ସକାରାତ୍ମକ ଫଳ ପାଇବୁ“ ବୋଲି ଥୋଇବା ପ୍ରକାଶ କରିଛନ୍ତି।
ଉଭୟ ଦଳ ମଧ୍ୟରେ ମୋଟ ୧୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏହା ମଧ୍ୟରୁ ଓଡ଼ିଶା ଏଫ୍ସି ୫ଟିରେ ବିଜୟୀ ହୋଇଥିବାବେଳେ ବେଙ୍ଗାଲୁରୁ ଏଫ୍ସି ୭ଟି ଜିତିଛି। ଅବଶିଷ୍ଟ ଗୋଟିଏ ମ୍ୟାଚ ଡ୍ର ରହିଛି।
The post ଓଡ଼ିଶା ଏଫ୍ସି-ବେଙ୍ଗାଲୁରୁ ମ୍ୟାଚ ଆଜି appeared first on Dharitri Odia News.