ଭଲିବଲ ଟୁର୍ନାମେଣ୍ଟ: ଯୋଗଦେଲେ ୧୧ ଦଳ

କର୍ଲାମୁଣ୍ଡା:୧୭।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଯୁବ ସଙ୍ଗଠନ ପକ୍ଷରୁ ରାତ୍ରିକାଳୀନ ଭଲିବଲ ଟୁର୍ନାମେଣ୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରିଞ୍ଜା ସରପଞ୍ଚ ପୂର୍ଣ୍ଣମି ମାଝୀ, ସମ୍ମାନିତ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର, ରିଞ୍ଜ। ବିଜ୍ଞାନ ଶିକ୍ଷକ ତଥା ଗାଳ୍ପିକ ସଞ୍ଜୀବ କୁମାର ନାଗ, ବରିଷ୍ଠ ଖବରଦାତା ପ୍ରଦୀପ କୁମାର ସାହୁ, ଯୁବ ସମାଜସେବୀ ଫକୀର ସାହୁ, […] The post ଭଲିବଲ ଟୁର୍ନାମେଣ୍ଟ: ଯୋଗଦେଲେ ୧୧ ଦଳ appeared first on Dharitri Odia News.

ଭଲିବଲ ଟୁର୍ନାମେଣ୍ଟ: ଯୋଗଦେଲେ ୧୧ ଦଳ

କର୍ଲାମୁଣ୍ଡା:୧୭।୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜଲା କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଯୁବ ସଙ୍ଗଠନ ପକ୍ଷରୁ ରାତ୍ରିକାଳୀନ ଭଲିବଲ ଟୁର୍ନାମେଣ୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରିଞ୍ଜା ସରପଞ୍ଚ ପୂର୍ଣ୍ଣମି ମାଝୀ, ସମ୍ମାନିତ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ରାଜ୍ୟ ସଭାପତି ରିପୁ ଦମନ ସୌରଭ ମିଶ୍ର, ରିଞ୍ଜ। ବିଜ୍ଞାନ ଶିକ୍ଷକ ତଥା ଗାଳ୍ପିକ ସଞ୍ଜୀବ କୁମାର ନାଗ, ବରିଷ୍ଠ ଖବରଦାତା ପ୍ରଦୀପ କୁମାର ସାହୁ, ଯୁବ ସମାଜସେବୀ ଫକୀର ସାହୁ, ଶମ୍ଭୁ ପ୍ରସାଦ ମାଝୀ, ସିଆରସିସି ପ୍ରସନ୍ନ କୁମାର ସାହୁ, ଶିକ୍ଷକ ଜିତେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କ ସହିତ ପରିଚିତ ହେବା ସହ ଉତ୍ସାହିତ କରିଥିଲେ।

ଏଥିରେ କଳାହାଣ୍ଡି ଜିଲାର ମ.ରାମପୁର, କେସିଙ୍ଗା, ନର୍ଲା, କର୍ଲାମୁଣ୍ଡା ଆଦି ବ୍ଲକର ୧୧ଟି ଦଳ ଅଂଶ ଗ୍ରହଣ କରିଥିବା ଯୁବ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପ୍ରଥମ ମ୍ୟାଚ ମ.ରାମପୁର ଓ କେସିଙ୍ଗା ବ୍ଲକର ବନ୍ଧପଡା ମଧ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି। ମ୍ୟାଚର ଖେଳ ପରିଚାଳନାରେ ହୀରାମଣୀ ଭୋଇ ଏବଂ ଖେଳ ଶିକ୍ଷକ ପୁଲକ ଷଡ଼ଙ୍ଗୀ ରହିଥିବା ବେଳେ ସ୍କୋରର ଭାବେ ଚିତ୍ତରଞ୍ଜନ ସାହୁ, ଉଦ୍‌ଘୋଷକ ହେମାନନ୍ଦ ସାହୁ ରହିଛନ୍ତି। ଏଥିରେ ରିଞ୍ଜା ଯୁବ ସଂଗଠନର ସମସ୍ତ କର୍ମକର୍ତ୍ତା, ଗ୍ରାମବାସୀ ଆୟୋଜନରେ ସହଯୋଗ କରୁଛନ୍ତି।

The post ଭଲିବଲ ଟୁର୍ନାମେଣ୍ଟ: ଯୋଗଦେଲେ ୧୧ ଦଳ appeared first on Dharitri Odia News.