ଓଡ଼ିଶା ଜିଓ ୧ ନଂ. ଡିଜିଟାଲ ସେବା ପ୍ରଦାନକାରୀ

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାରେ ୧ ନଂ. ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ସ୍ଥାନ ସୁଦୃଢ଼ କରିଛି। ଏପରିକି ରିଲାଏନ୍ସ ଜିଓ ୨୦୨୪ ମେ’ରେ ଉଭୟ ଓୟାରଲେସ୍‌ ଏବଂ ଓୟାରଲାଇନ କ୍ଷେତ୍ରରେ ମଧ୍ୟ ରାଜ୍ୟରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୪ ମେ’ରେ ଜିଓ ରାଜ୍ୟର ସର୍ବାଧିକ ୧.୮୫ […] The post ଓଡ଼ିଶା ଜିଓ ୧ ନଂ. ଡିଜିଟାଲ ସେବା ପ୍ରଦାନକାରୀ appeared first on Dharitri Odia News.

ଓଡ଼ିଶା ଜିଓ ୧ ନଂ. ଡିଜିଟାଲ ସେବା ପ୍ରଦାନକାରୀ

ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଓଡ଼ିଶାରେ ୧ ନଂ. ଡିଜିଟାଲ ସେବା ପ୍ରଦାନକାରୀ ଭାବେ ନିଜର ସ୍ଥାନ ସୁଦୃଢ଼ କରିଛି। ଏପରିକି ରିଲାଏନ୍ସ ଜିଓ ୨୦୨୪ ମେ’ରେ ଉଭୟ ଓୟାରଲେସ୍‌ ଏବଂ ଓୟାରଲାଇନ କ୍ଷେତ୍ରରେ ମଧ୍ୟ ରାଜ୍ୟରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିଛି। ଭାରତୀୟ ଦୂରସଞ୍ଚାର ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟ ଅନୁଯାୟୀ ୨୦୨୪ ମେ’ରେ ଜିଓ ରାଜ୍ୟର ସର୍ବାଧିକ ୧.୮୫ ଲକ୍ଷରୁ ଊଦ୍ଧର୍‌ବ ନୂଆ ମୋବାଇଲ ଉପଭୋକ୍ତା ଯୋଡ଼ିଥିବା ବେଳେ ଏୟାରଟେଲ୍‌, ଭୋଡାଫୋନ୍‌ ଆଇଡିଆ (ୱି) ଓ ବିଏସ୍‌ଏନ୍‌ଏଲ୍‌ ଭଳି ଅପରେଟର ଏହି ମାସରେ ଓଡ଼ିଶାରୁ ହଜାର ହଜାର ଗ୍ରାହକ ହରାଇଛନ୍ତି। ଏଥିସହ ୨୦୨୪ ମେ’ ୩୧ ସୁଦ୍ଧା ଓଡ଼ିଶାରେ ଜିଓ ନେଟ୍‌ୱର୍କର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ପ୍ରାୟ ୧.୫୫ କୋଟି ହୋଇଛି। ୨୦୨୪ ମେ’ରେ ଓଡ଼ିଶାର ମୋଟ ମୋବାଇଲ ଉପଭୋକ୍ତା ସଂଖ୍ୟାରେ ୧,୫୪,୧୪୧ ବୃଦ୍ଧି ସହ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ମେ’ ଶେଷ ସୁଦ୍ଧା ୩.୩୮କୋଟିକୁ ବୃଦ୍ଧି ହୋଇଛି। ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ଜିଓ କ୍ରମାଗତ ଭାବେ ଅଗ୍ରଣୀ ସ୍ଥାନ ହାସଲ କରିଥିବାବେଳେ ପ୍ରତି ମାସରେ ସର୍ବାଧିକ ନୂଆ ଗ୍ରାହକ ଯୋଡ଼ିବା ସହ ଓଡ଼ିଶା ଟେଲିକମ୍‌ ବଜାରରେ ନିଜର ନେତୃତ୍ୱ ସ୍ଥାନକୁ ଆହୁରି ସୁଦୃଢ଼ କରିଛି।

The post ଓଡ଼ିଶା ଜିଓ ୧ ନଂ. ଡିଜିଟାଲ ସେବା ପ୍ରଦାନକାରୀ appeared first on Dharitri Odia News.