ଓଡ଼ିଶା ପୋଲିସ ନିଯୁକ୍ତି ୨୦୨୪: ବଢ଼ିଲା ପଦବୀ ସଂଖ୍ୟା, ଆବେଦନ ସମୟସୀମା
ଭୁବନେଶ୍ୱର,୨୪।୧୦: ଓଡ଼ିଶା ପୋଲିସ ଷ୍ଟେଟ୍ ସିଲେକ୍ସନ ବୋର୍ଡ(ଏସଏସବି) ପକ୍ଷରୁ ହେବାକୁ ଥିବା କନଷ୍ଟେବଳ ନିଯୁକ୍ତି ୨୦୨୪ ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ସବିଶେଷ ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟାରେ ଅତିରିକ୍ତ ୭୨୦ ପଦବୀ ଯୋଗ କରାଯାଇଛି। ଫଳରେ ନିଯୁକ୍ତି ହେବାକୁ ଥିବା ପଦବୀ ୧୩୬୦ରୁ ୨୦୩୦ କୁ ବୃଦ୍ଧି ପାଇଛି। ନିକଟରେ ଓଡ଼ିଶା ପୋଲିସ ପକ୍ଷରୁ ଆବେଦନର ସମୟସୀମା ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହା […] The post ଓଡ଼ିଶା ପୋଲିସ ନିଯୁକ୍ତି ୨୦୨୪: ବଢ଼ିଲା ପଦବୀ ସଂଖ୍ୟା, ଆବେଦନ ସମୟସୀମା appeared first on Dharitri Odia News.
ଭୁବନେଶ୍ୱର,୨୪।୧୦: ଓଡ଼ିଶା ପୋଲିସ ଷ୍ଟେଟ୍ ସିଲେକ୍ସନ ବୋର୍ଡ(ଏସଏସବି) ପକ୍ଷରୁ ହେବାକୁ ଥିବା କନଷ୍ଟେବଳ ନିଯୁକ୍ତି ୨୦୨୪ ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରାଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ସବିଶେଷ ବିଜ୍ଞପ୍ତି ଅନୁଯାୟୀ ଏହି ନିଯୁକ୍ତି ପ୍ରକ୍ରିୟାରେ ଅତିରିକ୍ତ ୭୨୦ ପଦବୀ ଯୋଗ କରାଯାଇଛି। ଫଳରେ ନିଯୁକ୍ତି ହେବାକୁ ଥିବା ପଦବୀ ୧୩୬୦ରୁ ୨୦୩୦ କୁ ବୃଦ୍ଧି ପାଇଛି।
ନିକଟରେ ଓଡ଼ିଶା ପୋଲିସ ପକ୍ଷରୁ ଆବେଦନର ସମୟସୀମା ଅକ୍ଟୋବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ ୧୩ ଅକ୍ଟୋବର ୨୦୨୪ ଯାଏ ଥିଲା।
ମୋଟ ପଦବୀ: ୨୦୮୦
ଏସସି-୩୦୫
ଏସଟି: ୪୦୮
ଏସଇବିସି-୩୧
ସାଧାରଣ-୧୩୩୬
ଯୋଗ୍ୟତା: ଦଶମ ପାସ
ବୟସ: ୧ ଜାନୁଆରୀ ୨୦୨୪ ସୁଦ୍ଧା ୧୮ ରୁ ୨୩ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ନିଯୁକ୍ତି ପ୍ରକ୍ରିୟା: ଅଶାୟୀମାନଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଚାରୋଟି ପର୍ଯ୍ୟାୟ ପରୀକ୍ଷା ଦେବାକୁ ହେବ।
ଆବେଦନ ଫି: ସମସ୍ତ ବର୍ଗର ଆଶାୟୀଙ୍କ ପାଇଁ ଫି ଛାଡ କରାଯାଇଛି।
ଆଶାୟୀମାନେ ଅଧିକ ସୂଚନା ପାଇଁ ଅଫିସିଆଲ ୱେବସାଇଟ ଯାଇ ଯାଞ୍ଚ କରିପାରିବେ।
The post ଓଡ଼ିଶା ପୋଲିସ ନିଯୁକ୍ତି ୨୦୨୪: ବଢ଼ିଲା ପଦବୀ ସଂଖ୍ୟା, ଆବେଦନ ସମୟସୀମା appeared first on Dharitri Odia News.