କେବେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି, ଏହା ପୂର୍ବରୁ ହେବ ରୋଡ ଶୋ’
ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରାଣାସୀ ଲୋକ ସଭା ଆସନରୁ ଏମପି। ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଥର ବାରାଣାସୀରୁ ପ୍ରାର୍ଥୀ କରିଛନ୍ତି। ଶେଷ ପର୍ଯ୍ୟାୟରେ ବାରାଣାସୀରେ ଭୋଟ ଅନୁଷ୍ଠିତ ହେବ, ଅର୍ଥାତ୍ ଜୁନ ୧ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ। ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନପତ୍ର ଦାଖଲ କରିବାକୁ ମେ ୧୩ରେ ବାରାଣାସୀରେ ପହଞ୍ଚିବେ। ତେବେ ସେ ପରଦିନ ଅର୍ଥାତ୍ ମେ ୧୪ରେ ନାମାଙ୍କନ ଦାଖଲ କରିବେ। […] The post କେବେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି, ଏହା ପୂର୍ବରୁ ହେବ ରୋଡ ଶୋ’ appeared first on Dharitri Odia News.
ନୂଆଦିଲ୍ଲୀ,୩।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରାଣାସୀ ଲୋକ ସଭା ଆସନରୁ ଏମପି। ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଥର ବାରାଣାସୀରୁ ପ୍ରାର୍ଥୀ କରିଛନ୍ତି। ଶେଷ ପର୍ଯ୍ୟାୟରେ ବାରାଣାସୀରେ ଭୋଟ ଅନୁଷ୍ଠିତ ହେବ, ଅର୍ଥାତ୍ ଜୁନ ୧ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ କରାଯିବ।
ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମାଙ୍କନପତ୍ର ଦାଖଲ କରିବାକୁ ମେ ୧୩ରେ ବାରାଣାସୀରେ ପହଞ୍ଚିବେ। ତେବେ ସେ ପରଦିନ ଅର୍ଥାତ୍ ମେ ୧୪ରେ ନାମାଙ୍କନ ଦାଖଲ କରିବେ। ଏହାପୂର୍ବରୁ, ଅର୍ଥାତ୍ ମେ ୧୩ ରେ, ପ୍ରଧାନମନ୍ତ୍ରୀ ମୋଦି ବାରାଣାସୀରେ ଏକ ବିରାଟ ରୋଡ ସୋ କରିବେ।
ବାରାଣାସୀ ଜିଲା ମାଜିଷ୍ଟ୍ରେଟଙ୍କ ତରଫରୁ ପୂର୍ବ ନିର୍ବାଚନ ତୁଳନାରେ ଏହି ଲୋକ ସଭା ନିର୍ବାଚନରେ ବାରାଣାସୀ ଆସନ ପାଇଁ ଭୋଟ ପ୍ରତିଶତ ବୃଦ୍ଧି ଦିଗରେ କାର୍ଯ୍ୟ କରିବାକୁ ଏକ ନିବେଦନ କରାଯାଇଛି। ଏ ସମ୍ପର୍କରେ ଏକ ଜୋରଦାର ସଚେତନତା ଅଭିଯାନ ଚାଲିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ଲୋକ ସଭା ନିର୍ବାଚନ ପାଇଁ ଦୁଇଟି ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ତୃତୀୟ ପର୍ଯ୍ୟାୟ ଭୋଟ ମେ ୭ ରେ ହେବ, ଯାହା ଅଧୀନରେ ଦେଶର ୯୪ ଟି ଆସନରେ ଭୋଟ ଗ୍ରହଣ କରାଯିବ।
The post କେବେ ପ୍ରାର୍ଥିପତ୍ର ଦାଖଲ କରିବେ ମୋଦି, ଏହା ପୂର୍ବରୁ ହେବ ରୋଡ ଶୋ’ appeared first on Dharitri Odia News.