ସ୍ବାଧୀନତା ଦିବସରେ ହେବେ ପୁରସ୍କୃତ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ମୁଲବାର ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବରଗଡ଼ର ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ବିଦ୍ୟାଳୟର ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ଆଜୀବନ ସଦସ୍ୟ ଦୟାନିଧି ପ୍ରଧାନ, ଟ୍ରଷ୍ଟର ପ୍ରତିଷ୍ଠାତା ମୁକୁନ୍ଦ ଦାଶ ପ୍ରମୁଖ ଯୋଗଦେଇ ସାଧାରଣଜ୍ଞାନ ପ୍ରତିଯୋଗିତା ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। […] The post ସ୍ବାଧୀନତା ଦିବସରେ ହେବେ ପୁରସ୍କୃତ appeared first on Dharitri Odia News.

ସ୍ବାଧୀନତା ଦିବସରେ ହେବେ ପୁରସ୍କୃତ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ମୁଲବାର ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବରଗଡ଼ର ସାମାଜିକ ଅନୁଷ୍ଠାନ ଜନକଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ବିଦ୍ୟାଳୟର ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜନ କଲ୍ୟାଣ ସେବା ଟ୍ରଷ୍ଟର ଆଜୀବନ ସଦସ୍ୟ ଦୟାନିଧି ପ୍ରଧାନ, ଟ୍ରଷ୍ଟର ପ୍ରତିଷ୍ଠାତା ମୁକୁନ୍ଦ ଦାଶ ପ୍ରମୁଖ ଯୋଗଦେଇ ସାଧାରଣଜ୍ଞାନ ପ୍ରତିଯୋଗିତା ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ କୈଲାଶ ଭୁଏ ଅଧ୍ୟକ୍ଷତା କରିଥିଲେ। ସେହିପରି ଆଶିଷ କୁମାର ରଥ ଏବଂ କୈଳାସ ଭୁଏ ଜନ କଲ୍ୟାଣ ସେବା ଟ୍ରଷ୍ଟର ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ। ଉକ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସରେ ପୁରସ୍କୃତ କରାଯିବ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଦାଶ ସୂଚନା ଦେଇଛନ୍ତି। ଶ୍ରୁତିମୟୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

The post ସ୍ବାଧୀନତା ଦିବସରେ ହେବେ ପୁରସ୍କୃତ appeared first on Dharitri Odia News.