ଓଡ଼ିଶା ଫେରିଲା ଜିନତ୍ : ମଧ୍ୟ ରାତିରେ ଆସିଲା
ବାରିପଦା,୧।୧: ମଧ୍ୟରାତ୍ରିରେ ବାଘୁଣୀ ଜିନତ୍ ଓଡ଼ିଶା ଫେରିଛି। ପ୍ରାୟ ୪୮ ଘଣ୍ଟାଯାଏ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ଭିତରେ ତାର ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ ପରୀକ୍ଷାନିରୀକ୍ଷା ସରିବା ପରେ ଜିନତ୍କୁ ଶିମିଳିପାଳ ଅଣାଯାଇଛି। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟ ରାତ୍ରିରେ ଜୀନତ ଶିମିଳିପାଳରେ ପହଞ୍ଚିବା ପରେ ତାକୁ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି। ରାତି ୮ଟାରେ ଆଲିପୁର ଚିଡିଆଖାନାରୁ ପଶ୍ଚିମବଙ୍ଗ ବନବିଭାଗ ଆମକୁ ଜୀନତକୁ ହସ୍ତାନ୍ତର କରାଯାଇଥିଲା। ତାଙ୍କର […] The post ଓଡ଼ିଶା ଫେରିଲା ଜିନତ୍ : ମଧ୍ୟ ରାତିରେ ଆସିଲା appeared first on Dharitri Odia News.
ବାରିପଦା,୧।୧: ମଧ୍ୟରାତ୍ରିରେ ବାଘୁଣୀ ଜିନତ୍ ଓଡ଼ିଶା ଫେରିଛି। ପ୍ରାୟ ୪୮ ଘଣ୍ଟାଯାଏ କୋଲକାତାସ୍ଥିତ ଆଲିପୁର ପ୍ରାଣୀ ଉଦ୍ୟାନରେ ରହିଲା ଭିତରେ ତାର ସମସ୍ତ ପ୍ରକାର ସ୍ବାସ୍ଥ୍ୟଜନିତ ପରୀକ୍ଷାନିରୀକ୍ଷା ସରିବା ପରେ ଜିନତ୍କୁ ଶିମିଳିପାଳ ଅଣାଯାଇଛି। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟ ରାତ୍ରିରେ ଜୀନତ ଶିମିଳିପାଳରେ ପହଞ୍ଚିବା ପରେ ତାକୁ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି। ରାତି ୮ଟାରେ ଆଲିପୁର ଚିଡିଆଖାନାରୁ ପଶ୍ଚିମବଙ୍ଗ ବନବିଭାଗ ଆମକୁ ଜୀନତକୁ ହସ୍ତାନ୍ତର କରାଯାଇଥିଲା। ତାଙ୍କର ଏକ ଟିମ୍ ଆମ ସହ ଶିମିଳିପାଆଳ ଆସିଥିଲେ।
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଶିମିଳିପାଳରୁ ଜିନତ୍ ଖସିଯାଇ ଝାଡ଼ଖଣ୍ଡ ପାଇଥିଲା। ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା। ହେଲେ ଓଡ଼ିଶା ନ ଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା। ମହାରାଷ୍ଟ୍ରର ତ ଜଙ୍ଗଲରୁ ଜିନତ୍କୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା। ପରେ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା।
The post ଓଡ଼ିଶା ଫେରିଲା ଜିନତ୍ : ମଧ୍ୟ ରାତିରେ ଆସିଲା appeared first on Dharitri Odia News.