କଂଗ୍ରେସ ଆସିଲେ କୃଷି ଋଣ ଛାଡ଼ କରାଯିବ

ରାଉରକେଲା,୧୭ା୩(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୨୧ ସ୍ଥିତ କଂଗ୍ରେସ ଭବନଠାରେ ଏକ ଖବରଦାତା ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ରାଉରକେଲା ଜିଲା ସାଙ୍ଗଠନିକ ଜିଲା ଅଧ୍ୟକ୍ଷ ରବି ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସାଧାରଣ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ କୃଷ ଋଣ ଛାଡ, କୃଷି ଏବଂ କୃଷକଙ୍କ ବିକାଶ ନିମନ୍ତେ ଚାଷୀଙ୍କ ଧାନ କିଣା ଯିବ, ଧାନ କୁଇଣ୍ଟାଲ ପିଛା ୩ହଜାର ଟଙ୍କା କରାଯିବ। ସେହିପରି ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କୃଷକଙ୍କୁ ମାସିକ […] The post କଂଗ୍ରେସ ଆସିଲେ କୃଷି ଋଣ ଛାଡ଼ କରାଯିବ appeared first on Dharitri Odia News.

କଂଗ୍ରେସ ଆସିଲେ କୃଷି ଋଣ ଛାଡ଼ କରାଯିବ

ରାଉରକେଲା,୧୭ା୩(ବିପ୍ଲବ ରଞ୍ଜନ ଦାଶ): ରାଉରକେଲା ସେକ୍ଟର-୨୧ ସ୍ଥିତ କଂଗ୍ରେସ ଭବନଠାରେ ଏକ ଖବରଦାତା ସମ୍ମିଳନୀ ରବିବାର ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀ ରାଉରକେଲା ଜିଲା ସାଙ୍ଗଠନିକ ଜିଲା ଅଧ୍ୟକ୍ଷ ରବି ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସାଧାରଣ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ କୃଷ ଋଣ ଛାଡ, କୃଷି ଏବଂ କୃଷକଙ୍କ ବିକାଶ ନିମନ୍ତେ ଚାଷୀଙ୍କ ଧାନ କିଣା ଯିବ, ଧାନ କୁଇଣ୍ଟାଲ ପିଛା ୩ହଜାର ଟଙ୍କା କରାଯିବ। ସେହିପରି ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କୃଷକଙ୍କୁ ମାସିକ ୨ହଜାର ଏବଂ ୮୦ବର୍ଷରୁ ଊର୍ଦ୍ଧ୍ୱଙ୍କୁ ୩ହଜାର ଭତ୍ତା ପ୍ରଦାନ ପ୍ରଦାନ କରାଯିବ।

ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନ, ପ୍ରତ୍ୟେକ ଗାଁରେ ଗୋଶାଳା ନିର୍ମାଣ ସହ ଗୋବର ଗ୍ୟାସ ପ୍ଲାଣ୍ଟ ସ୍ଥାପନ, ଓମଫେଡ ମାଧ୍ୟମରେ ସମସ୍ତ ଗୋପାଳକଙ୍କ କ୍ଷୀର କିଣାଯିବା, ରାଜ୍ୟର ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଭାଗରେ କୃଷି ବିଦ୍ୟାଳୟ ପ୍ରତିଷ୍ଠା, ରାଜ୍ୟରେ ଶିଳ୍ପ ଉଦ୍ୟୋଗର ପୁନରୁଦ୍ଧାର, ବ୍ୟାଙ୍କ ଅଫ ଓଡ଼ିଶା ପ୍ରତିଷ୍ଠା, ଖଣିଜ ଉତ୍ତୋଳନରେ ରାଜ୍ୟ ବ୍ୟବସାୟୀଙ୍କୁ ପ୍ରାଥମିକତା, ମହିଳା ସମାଜର ବିକାଶ ନିମନ୍ତେ ଏସ୍‌ଏଚ୍‌ଜି ନାଁରେ ଥିବା ସମସ୍ତ ଋଣ ଛାଡ, ରାଜ୍ୟରେ ଶିକ୍ଷିତ ଯୁବବର୍ଗଙ୍କ ଉନ୍ନତି ପାଇଁ ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି, ସାମାଜିକ ନ୍ୟାୟ, ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶମୁଖି ବିଭିନ୍ନ କାର୍ଯ୍ୟକ୍ରମ ସହିତ ରାଜ୍ୟର ଶିକ୍ଷା, ସଂସ୍କୃତି, ସ୍ବାସ୍ଥ୍ୟ, ବସ୍ତି ଅଞ୍ଚଳ ଉନ୍ନତି ଆଦି କରାଯିବ ବୋଲି ଘୋଷଣା କରାଯାଇଥିଲା। ଖବରଦାତା ସମ୍ମିଳନୀରେ କଂଗ୍ରେସ ନେତା ହମିଦ ହୁସେନ, ପ୍ରଭାତ ମହାପାତ୍ର, ବିରେନ ସେନାପତି, ନିହାର ଦାଶ, ଆଶିଷ ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

The post କଂଗ୍ରେସ ଆସିଲେ କୃଷି ଋଣ ଛାଡ଼ କରାଯିବ appeared first on Dharitri Odia News.