ଓଡ଼ିଶା ବିଧାନସଭା: କିଏ କେଉଁଠି ଜିତିଲେ ?
ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଓଡ଼ିଶାରେ ଉଭୟ ଲୋକସଭା ଓ ରାଜ୍ୟସଭା ଭୋଟ... The post ଓଡ଼ିଶା ବିଧାନସଭା: କିଏ କେଉଁଠି ଜିତିଲେ ? appeared first on .
ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନର ଭୋଟ ଗଣତି ଜାରି ରହିଛି । ଓଡ଼ିଶାରେ ଉଭୟ ଲୋକସଭା ଓ ରାଜ୍ୟସଭା ଭୋଟ ଗଣତି ଚାଲିଛି । ଅପରାହ୍ନ ୩ଟା ସୁଦ୍ଧା ମିଳିଥିବା ଖବର ଅନୁସାରେ ଉଭୟ ବିଜେଡି ୮ ଓ ବିଜେପି ୭ଟି ଲେଖାଏଁ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଆସନରେ ଜିତିଛି ।
ମିଳିଥିବା ସୂଚନା ଅନୁସାରେ, ବରୀରୁ ବିଜେଡି ପ୍ରାର୍ଥୀ ବିଶ୍ବରଞ୍ଜନ ମଲ୍ଲିକଙ୍କ ବିଜୟ ହୋଇଛି । ସେହିପରି ବାଙ୍କୀରୁ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ, ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା, ଭୁବନେଶ୍ବର ମଧ୍ୟ ଆସନରୁ ଅନନ୍ତ ନାରାୟଣ ଜେନା, ବସ୍ତାରୁ ସୁଭାଷିନୀ ଜେନା, ବିଞ୍ଝାରପୁର ପ୍ରମିଳା ମଲ୍ଲିକ, ଆଠମଲ୍ଲିକ ନଳିନୀକାନ୍ତ ପ୍ରଧାନ ଏବଂ ଆଳିରୁ ପ୍ରତାପ କେଶରୀ ଦେବ ବିଜୟୀ ହୋଇଛନ୍ତି ।
ସେହିପରି ବ୍ରଜରାଜନଗରରେ ବିଜେପି ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ, ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ, ରଘୁନାଥପାଲ୍ଲୀରୁ ଦୁର୍ଗାଚରଣ ସେଠୀ, କୁଚିଣ୍ଡା ରବି ନାରାୟଣ ନାଏକ, ରଣପୁରରୁ ସୁରମା ପାଢ଼ୀ, ଖଣ୍ଡପଡ଼ାରୁ ଦୁଷ୍ମନ୍ତ ସ୍ବାଇଁ ଏବଂ ମାଲକାନଗିରିରୁ ନରସିଂହ ମାଡକାମୀଙ୍କ ବିଜୟ ହୋଇଛି । ସେହିପରି କଂଗ୍ରେସର ବିଧାୟକ ପ୍ରାର୍ଥୀ ମଙ୍ଗୁ ଖିଲା ଚିତ୍ରକୋଣ୍ଡା ଆସନରେ ବିଜୟୀ ହୋଇଛନ୍ତି ।
ରିପୋର୍ଟ ଲେଖାଯିବା ବେଳକୁ ବିଜେଡି ୪୬, ବିଜେପି ୭୫ ଏବଂ ସିପିଆଇ (ଏମ୍) ଗୋଟିଏ ଆସନରେ ଆଗୁଆ ଅଛନ୍ତି ।
The post ଓଡ଼ିଶା ବିଧାନସଭା: କିଏ କେଉଁଠି ଜିତିଲେ ? appeared first on .