ଓଡ଼ିଶା ବିଧାନସଭା ନିର୍ବାଚନରେ ୪୧୨ ଜଣ ପ୍ରାର୍ଥୀ କୋଟିପତି, ଜାଣନ୍ତୁ କିଏ ସବୁଠୁ ଧନୀ

ଭୁବନେଶ୍ୱର: ସାରା ଦେଶରେ ଜାରି ଲୋକସଭା ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ପାଇଁ ମଧ୍ୟ ମତଦାନ ହେଉଛି । ରାଜ୍ୟର ୧୪୭ ବିଧାନସଭା ଆସନ ପାଇଁ ଭୋଟ ହେଉଛି । ଏପରିସ୍ଥଳେ ଚଳିତ ବିଧାନସଭା ନିର୍ବାଚନରେ ମୋଟ ୪୧୨ ଜଣ କୋଟିପତି ପ୍ରାର୍ଥୀ ମୈଦାନରେ ଅଛନ୍ତି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ADR) ଏବଂ ଓଡ଼ିଶା ଇଲେକ୍ସନ ୱାଚ୍ ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୮୩ ଜଣଙ୍କ ନିର୍ବାଚନୀ ସତ୍ୟପାଠର ବିଶ୍ଲେଷଣ କରିଛି ।ଏଡିଆର ନିଜ ରିପୋର୍ଟରେ କହିଛି ଯେ ୧୨୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୪୧୨ (୩୨ ପ୍ରତିଶତ) ପ୍ରାର୍ଥୀ କୋଟିପତି ଅଛନ୍ତି । ଅନ୍ୟପଟେ ୨୦୧୯ ବିଧାନସଭା ନିର୍ବାଚନରେ ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୦୪ (୨୭ ପ୍ରତିଶତ) ପ୍ରାର୍ଥୀ କୋଟିପତି ଥିଲେ । ଏଥିରେ କୁହାଯାଇଛି ଯେ ବିଜେଡିର ୧୨୮ ପ୍ରାର୍ଥୀ, ବିଜେପିର ୯୬ ପ୍ରାର୍ଥୀ, କଂଗ୍ରେସର ୮୮ ପ୍ରାର୍ଥୀ ଏବଂ ଆମ୍ ଆଦମୀ ପାର୍ଟିର ୧୧ ପ୍ରାର୍ଥୀ ଏକ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିବା ଘୋଷଣା କରିଛନ୍ତି । ଚଳିତ ବିଧାନସଭା ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨.୮୯ କୋଟି ଟଙ୍କା । ଅନ୍ୟପଟେ ୨୦୧୯ରେ ନିର୍ବାଚନୀ ମୈଦାନରେ ଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୧.୬୯ କୋଟି ଟଙ୍କା ଥିଲା ।ରିପୋର୍ଟ ଅନୁସାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଓଡ଼ିଶା ବିଧାନସଭା ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ । ରାଉରକେଲା ବିଧାନସଭା ଆସନରେ ବିଜେପ

ଓଡ଼ିଶା ବିଧାନସଭା ନିର୍ବାଚନରେ ୪୧୨ ଜଣ ପ୍ରାର୍ଥୀ କୋଟିପତି, ଜାଣନ୍ତୁ କିଏ ସବୁଠୁ ଧନୀ

ଭୁବନେଶ୍ୱର: ସାରା ଦେଶରେ ଜାରି ଲୋକସଭା ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ପାଇଁ ମଧ୍ୟ ମତଦାନ ହେଉଛି । ରାଜ୍ୟର ୧୪୭ ବିଧାନସଭା ଆସନ ପାଇଁ ଭୋଟ ହେଉଛି । ଏପରିସ୍ଥଳେ ଚଳିତ ବିଧାନସଭା ନିର୍ବାଚନରେ ମୋଟ ୪୧୨ ଜଣ କୋଟିପତି ପ୍ରାର୍ଥୀ ମୈଦାନରେ ଅଛନ୍ତି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ (ADR) ଏବଂ ଓଡ଼ିଶା ଇଲେକ୍ସନ ୱାଚ୍ ୧୨୮୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୮୩ ଜଣଙ୍କ ନିର୍ବାଚନୀ ସତ୍ୟପାଠର ବିଶ୍ଲେଷଣ କରିଛି ।

ଏଡିଆର ନିଜ ରିପୋର୍ଟରେ କହିଛି ଯେ ୧୨୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୪୧୨ (୩୨ ପ୍ରତିଶତ) ପ୍ରାର୍ଥୀ କୋଟିପତି ଅଛନ୍ତି । ଅନ୍ୟପଟେ ୨୦୧୯ ବିଧାନସଭା ନିର୍ବାଚନରେ ୧୧୨୧ ପ୍ରାର୍ଥୀଙ୍କ ମଧ୍ୟରୁ ୩୦୪ (୨୭ ପ୍ରତିଶତ) ପ୍ରାର୍ଥୀ କୋଟିପତି ଥିଲେ । ଏଥିରେ କୁହାଯାଇଛି ଯେ ବିଜେଡିର ୧୨୮ ପ୍ରାର୍ଥୀ, ବିଜେପିର ୯୬ ପ୍ରାର୍ଥୀ, କଂଗ୍ରେସର ୮୮ ପ୍ରାର୍ଥୀ ଏବଂ ଆମ୍ ଆଦମୀ ପାର୍ଟିର ୧୧ ପ୍ରାର୍ଥୀ ଏକ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିବା ଘୋଷଣା କରିଛନ୍ତି । ଚଳିତ ବିଧାନସଭା ନିର୍ବାଚନ ଲଢୁଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨.୮୯ କୋଟି ଟଙ୍କା । ଅନ୍ୟପଟେ ୨୦୧୯ରେ ନିର୍ବାଚନୀ ମୈଦାନରେ ଥିବା ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୧.୬୯ କୋଟି ଟଙ୍କା ଥିଲା ।

ରିପୋର୍ଟ ଅନୁସାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଓଡ଼ିଶା ବିଧାନସଭା ନିର୍ବାଚନରେ ସବୁଠୁ ଧନୀ ପ୍ରାର୍ଥୀ । ରାଉରକେଲା ବିଧାନସଭା ଆସନରେ ବିଜେପି ଟିକଟରେ ଲଢୁଥିବା ଦିଲୀପ ରାୟ ୩୧୩.୫୩ କୋଟି ଟଙ୍କାର ମୋଟ ସମ୍ପତ୍ତି ଘୋଷଣା କରିଛନ୍ତି । ତାଙ୍କ ପଛରେ ଚମ୍ପୁଆରୁ ବିଜେଡି ପ୍ରାର୍ଥୀ ସନାତନ ମହାକୁଡ ୨୨୭.୬୭ କୋଟି ଟଙ୍କାର ସମ୍ପତ୍ତି ଘୋଷଣା କରିଛନ୍ତି । ତୃତୀୟ ସ୍ଥାନରେ ବସ୍ତା ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ସୁବାସିନୀ ଜେନା ୧୩୫.୧୭ କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଘୋଷଣା କରିଛନ୍ତି । ରିପୋର୍ଟ ଅନୁସାରେ ଓଡ଼ିଶା ବିଧାନସଭା ନିର୍ବାଚନରେ ୫ ଜଣ ପ୍ରାର୍ଥୀ ନିଜ ସତ୍ୟପାଠରେ ଶୂନ ସମ୍ପତ୍ତି ଘୋଷଣା କରିଛନ୍ତି ।