ଓଡ଼ିଶା ଯାତ୍ରୀ ଉପରେ ମହିଳାଙ୍କ ଭରସା, ୫୭% ୟୁଜର ମହିଳା

ଭୁବନେଶ୍ବର: ରାଜ୍ୟରେ ସାର୍ବଜନୀନ ପରିବହନ ଇକୋସିଷ୍ଟମ ପ୍ରତି ବଢ଼ୁଛି ଲୋକଙ୍କ ଆତ୍ମବିଶ୍ୱାସ। ଯାହାର ଏକ ବଡ଼ ଉଦାହରଣ ହେଉଛି ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମ। ବିଶେଷ କରି ପ୍ଲାଟଫର୍ମ ଉପରେ ମହିଳାଙ୍କ ଭରସା ବଢ଼ିଛି। କାରଣ ୨୦୨୪ ଅକ୍ଟୋବର ୨୦୨୫ ଜୁଲାଇ ମଧ୍ୟରେ ଓଡ଼ିଶା ଯାତ୍ରୀ ବ୍ୟବହାର କରିଥିବା ମୋଟ ଉପଭୋକ୍ତାଙ୍କ ମଧ୍ୟରୁ ୫୭.୪୪% ମହିଳା। ସଂଖ୍ୟା ଦେଖିଲେ ପ୍ଲାଟଫର୍ମ ବ୍ୟବହାର କରିଥିବା ୨.୫୭ ଲକ୍ଷ ଯାତ୍ରୀଙ୍କ ମଧ୍ୟରୁ ୧.୪୮ ଲକ୍ଷରୁ ଅଧିକ ମହିଳା ଉପଭୋକ୍ତା ଥିଲେ । ଯାହା ରାଜ୍ୟର ପରିବହନ କ୍ଷେତ୍ରରେ ଏହା ଉତ୍ତମ ସୁଗମତା, ସୁରକ୍ଷା ଏବଂ ଲିଙ୍ଗ ଅନ୍ତର୍ଭୁକ୍ତିର ଏକ ଉଲ୍ଲେଖନୀୟ ସୂଚକ।ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ଜାନୁଆରୀରେ ଏହି ପ୍ଲାଟଫର୍ମ ଲଞ୍ଚ କରିଥିଲେ।ଅବଶ୍ୟ ୨୦୨୪ ଅକ୍ଟୋବରରେ ଏହାର ପାଇଲଟ୍ କାର୍ଯ୍ୟ ଆରମ୍ଭ କରିଥିଲା। ମାସିକ ଆଧାରରେ ଦେଖିଲେ ୨୦୨୫ ଜାନୁଆରୀରେ ମହିଳା ୟୁଜରଙ୍କ ସଂଖ୍ୟା ୬୧. ୬୩%ରେ ପହଞ୍ଚିଥିଲା। ସେହିଭଳି ୨୦୨୫ ଜୁଲାଇ କଥା ଦେଖିଲେ ଏପର୍ଯ୍ୟନ୍ତ ମହିଳା ଉପଭୋକ୍ତାଙ୍କ ସଂଖ୍ୟା ୫୫. ୩୮% ରହିଛି। 

ଓଡ଼ିଶା ଯାତ୍ରୀ ଉପରେ ମହିଳାଙ୍କ ଭରସା, ୫୭% ୟୁଜର ମହିଳା

ଭୁବନେଶ୍ବର: ରାଜ୍ୟରେ ସାର୍ବଜନୀନ ପରିବହନ ଇକୋସିଷ୍ଟମ ପ୍ରତି ବଢ଼ୁଛି ଲୋକଙ୍କ ଆତ୍ମବିଶ୍ୱାସ। ଯାହାର ଏକ ବଡ଼ ଉଦାହରଣ ହେଉଛି ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମ। ବିଶେଷ କରି ପ୍ଲାଟଫର୍ମ ଉପରେ ମହିଳାଙ୍କ ଭରସା ବଢ଼ିଛି। କାରଣ ୨୦୨୪ ଅକ୍ଟୋବର ୨୦୨୫ ଜୁଲାଇ ମଧ୍ୟରେ ଓଡ଼ିଶା ଯାତ୍ରୀ ବ୍ୟବହାର କରିଥିବା ମୋଟ ଉପଭୋକ୍ତାଙ୍କ ମଧ୍ୟରୁ ୫୭.୪୪% ମହିଳା। ସଂଖ୍ୟା ଦେଖିଲେ ପ୍ଲାଟଫର୍ମ ବ୍ୟବହାର କରିଥିବା ୨.୫୭ ଲକ୍ଷ ଯାତ୍ରୀଙ୍କ ମଧ୍ୟରୁ ୧.୪୮ ଲକ୍ଷରୁ ଅଧିକ ମହିଳା ଉପଭୋକ୍ତା ଥିଲେ । ଯାହା ରାଜ୍ୟର ପରିବହନ କ୍ଷେତ୍ରରେ ଏହା ଉତ୍ତମ ସୁଗମତା, ସୁରକ୍ଷା ଏବଂ ଲିଙ୍ଗ ଅନ୍ତର୍ଭୁକ୍ତିର ଏକ ଉଲ୍ଲେଖନୀୟ ସୂଚକ।

ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ଜାନୁଆରୀରେ ଏହି ପ୍ଲାଟଫର୍ମ ଲଞ୍ଚ କରିଥିଲେ।ଅବଶ୍ୟ ୨୦୨୪ ଅକ୍ଟୋବରରେ ଏହାର ପାଇଲଟ୍ କାର୍ଯ୍ୟ ଆରମ୍ଭ କରିଥିଲା। ମାସିକ ଆଧାରରେ ଦେଖିଲେ ୨୦୨୫ ଜାନୁଆରୀରେ ମହିଳା ୟୁଜରଙ୍କ ସଂଖ୍ୟା ୬୧. ୬୩%ରେ ପହଞ୍ଚିଥିଲା। ସେହିଭଳି ୨୦୨୫ ଜୁଲାଇ କଥା ଦେଖିଲେ ଏପର୍ଯ୍ୟନ୍ତ ମହିଳା ଉପଭୋକ୍ତାଙ୍କ ସଂଖ୍ୟା ୫୫. ୩୮% ରହିଛି।