ଓଡ଼ିଶା ସରକାରରେ ନିଯୁକ୍ତି ସୁଯୋଗ; ବିଜ୍ଞପ୍ତି ପ୍ରକାଶ କଲା OSSC
ତିନି ଶହରୁ ଅଧିକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି OSSC।
ଓଡ଼ିଶା ସରକାରରେ ଚାକିରି ସୁଯୋଗ। ଓଡିଶା କର୍ମଚାରୀ ଚୟନ ଆୟୋଗ, OSSC CHSL (କମ୍ୱାଇନ୍ଡ ହାଇନ ସେକଣ୍ଡାରୀ ଲେଭଲ୍) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ମାଧ୍ୟମରେ 324ଟି ପଦବୀ ପୂରଣ ହେବ।
ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ossc.gov.inରେ OSSCର ଅଫିସିଆଲ୍ ୱେବସାଇଟରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ। ନଭେମ୍ବର 27ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଆବେଦନର ଶେଷ ତାରିଖ 26 ଡିସେମ୍ବର।
ମୋଟ ପଦବୀ: 324ଟି ପୋଷ୍ଟ
- UR: 188
- ମହିଳା: 109
- SEBC: 2
- SC: 60
- ST: 74
ଯୋଗ୍ୟତା
ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କର୍ମୀ ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ କୃଷି ସମ୍ବନ୍ଧୀୟ ବିଷୟ, ଯେପରିକି ଫସଲ ଉତ୍ପାଦନ (କ୍ରପ୍ ପ୍ରଡକ୍ସନ, CP), ଉଦ୍ୟାନ କୃଷି, କିମ୍ବା ପାୱାର ଚାଳିତ ଫାର୍ମ ଯନ୍ତ୍ରପାତିର ମରାମତି ଏବଂ ରକ୍ଷଣାବେକ୍ଷଣ (PDFM)ରେ +2 ବିଜ୍ଞାନ କିମ୍ବା +2 ଭୋକେସନାଲ୍ କୋର୍ସ କରିଥିବା ଆବଶ୍ୟକ।
ବୟସ ସୀମା
- ସର୍ବନିମ୍ନ ବୟସ ସୀମା: 21
- ସର୍ବାଧିକ: 38
- ଜାନୁଆରୀ 1, 2024ରୁ ବୟସ ଗଣନା ହେବ।
ଚୟନ ପ୍ରକ୍ରିୟା
- ପ୍ରାଥମିକ ପରୀକ୍ଷା
- ମୁଖ୍ୟ ଲିଖିତ ପରୀକ୍ଷା
- ସାର୍ଟିଫିକେଟ୍ ଯାଞ୍ଚ
ଅଧିକ ବିବରଣୀ ପାଇଁ ଅଫିସିଆଲ୍ OSSC ୱେବସାଇଟ୍ ଭିଜିଟ୍ କରିପାରିବେ।