ଓଡ଼ିଶାକୁ କେବେ ଭୁଲିପାରିବିନି: ଶ୍ରୀଜେସ୍‌

ଭାରତୀୟ ହକି ଟିମ୍‌ର ଗୋଲକିପର ପି.ଆର୍‌. ଶ୍ରୀଜେସ୍‌ ଏପରି ସ୍ୱାଗତ ଓ ଭଲ ପାଇବା ଦେଖି କହିଛନ୍ତି ଯେ ଓଡ଼ିଶା ହେଉଛି ମୋର ଦ୍ୱିତୀୟ ଘର।

ଓଡ଼ିଶାକୁ କେବେ ଭୁଲିପାରିବିନି: ଶ୍ରୀଜେସ୍‌

ହକି ହିରୋଙ୍କୁ ମିଳିଲା ବିପୁଳ ସମ୍ବର୍ଦ୍ଧନା। ସ୍ୱାଗତ ସମ୍ବର୍ଦ୍ଧନାରେ ପ୍ରକମ୍ପିତ ହେଲା ରାଜଧାନୀ ଭୁବନେଶ୍ୱର। ପ୍ୟାରିସ ଅଲିମ୍ପିକ୍ସରେ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମ ପାଇଁ ଓଡ଼ିଶା ସରକାର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସ ପରେ ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି ଭାରତୀୟ ଟିମ୍‌ର ଭେଟେରାନ ଗୋଲ୍‌କିପର ପିଆର୍ ଶ୍ରୀଜେଶ। ତେବେ ସନ୍ନ୍ୟାସ କାହିଁକି ନେଲେ ସେନେଇ ଶ୍ରୀଜେଶ ମୁହଁ ଖୋଲିଛନ୍ତି।