ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏହି ୩ ବଡ଼ ପ୍ରତିଶ୍ରୁତି, କହିଲେ…

ଦେବଗଡ଼,୧୫ା୫: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ବୁଧବାର ଜୋର୍‌ଦାର୍‌ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ଯଥା ବିଏସ୍‌କେଓ୍ବାଇ  , ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ମମତା ଯୋଜନା, ୫-ଟିସ୍କୁଲ, ନୂଆ ଓ ଛାତ୍ରବୃତ୍ତି ଏବଂ କାଳିଆ ଯୋଜନାକୁ ନେଇ ଉପସ୍ଥିତ ଜନସାଧାରଣଙ୍କ ମତାମତ ମାଗିଥିଲେ। ଦେବଗଡ଼ରେ ଥାଇ କାର୍ତ୍ତିକ ପାଣ୍ଡିଆନ ଏବଂ ନବୀନ ପଟ୍ଟନାୟକ ଏକ ଭିଡିଓ ଜରିଆରେ କହିଛନ୍ତି, ଜୁନ୍‌ ୯ରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ […] The post ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏହି ୩ ବଡ଼ ପ୍ରତିଶ୍ରୁତି, କହିଲେ… appeared first on Dharitri Odia News.

ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏହି ୩ ବଡ଼ ପ୍ରତିଶ୍ରୁତି, କହିଲେ…

ଦେବଗଡ଼,୧୫ା୫: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ବୁଧବାର ଜୋର୍‌ଦାର୍‌ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନା ଯଥା ବିଏସ୍‌କେଓ୍ବାଇ  , ମିଶନ ଶକ୍ତି, ଲକ୍ଷ୍ମୀ ବସ୍‌, ମମତା ଯୋଜନା, ୫-ଟିସ୍କୁଲ, ନୂଆ ଓ ଛାତ୍ରବୃତ୍ତି ଏବଂ କାଳିଆ ଯୋଜନାକୁ ନେଇ ଉପସ୍ଥିତ ଜନସାଧାରଣଙ୍କ ମତାମତ ମାଗିଥିଲେ।

ଦେବଗଡ଼ରେ ଥାଇ କାର୍ତ୍ତିକ ପାଣ୍ଡିଆନ ଏବଂ ନବୀନ ପଟ୍ଟନାୟକ ଏକ ଭିଡିଓ ଜରିଆରେ କହିଛନ୍ତି, ଜୁନ୍‌ ୯ରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ। ମୁଖ୍ୟମନ୍ତ୍ରୀ ୩ଟି ଗୁରୁତ୍ୱପୂର୍ଣ୍ଣ ଫାଇଲରେ ଦସ୍ତଖତ କରିବେ। ପ୍ରଥମ ବିଜୁଳି ବିଲ୍‌ ଛାଡ଼, ଦ୍ବିତୀୟରେ ବିଏସ୍‌କଓ୍ବୋଇ ଯୋଜନାରୁ ବାଦ୍‌ ପଡ଼ିଥିବା ସବୁ ଯୋଗ୍ୟ ହିତାଧିକାରୀଙ୍କୁ ନବୀନ-କାର୍ଡ ଓ ତୃତୀୟରେ ୬୦ ବର୍ଷରୁ ଉଦ୍ଧର୍‌ବ ସବୁ ମିଶନ ଶକ୍ତି ମା’ଙ୍କୁ ପେନ୍‌ସନ୍‌ ମିଳିବ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁଳିର ଗ୍ୟାରେଣ୍ଟି ଦେଉଛନ୍ତି ନବୀନ ପଟ୍ଟନାୟକ। ଏହା ଶଙ୍ଖଚିହ୍ନର ଗ୍ୟାରେଣ୍ଟି। ଭିଡିଓଟି ଖୁବ୍‌ ଭାଇରାଲ ହେଉଛି।

 

The post ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ଏହି ୩ ବଡ଼ ପ୍ରତିଶ୍ରୁତି, କହିଲେ… appeared first on Dharitri Odia News.