ଓଡ଼ିଶାର ଆଦିବାସୀ ସ୍ବାଧୀନତା ସଂଗ୍ରାମୀ
ଓଡ଼ିଶାର ଆଦିବାସୀ ସ୍ବାଧୀନତା ସଂଗ୍ରାମୀମାନେ ବ୍ରିଟିଶ ଶାସନ ବିରୋଧରେ ବୀରତ୍ୱ ପ୍ରଦର୍ଶନ କରି ଭାରତୀୟ ଇତିହାସରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଯାଇଛନ୍ତି। ଓଡ଼ିଶାର କନ୍ଧ ସମ୍ପ୍ରଦାୟ ଅଞ୍ଚଳରେ ଜଣେ ପ୍ରମୁଖ ନେତା ଭାବରେ ଉଭା ହୋଇଥିଲେ କମଳଲୋଚନ ଦୋରା ବିଶୋୟୀ। କନ୍ଧ ଆଦିବାସୀମାନେ ବ୍ରିଟିଶ ଶାସନ ଅଧୀନରେ ଶୋଷଣର ଶିକାର ହେଉଥିବାବେଳେ ସେମାନଙ୍କ ଅଧିକାର ପାଇଁ କମଳଲୋଚନ କନ୍ଧ ସମ୍ପ୍ରଦାୟକୁ ସଂଗଠିତ କରିଥିଲେ। ଓଡ଼ିଶାର ଆଦିବାସୀ ଆନ୍ଦୋଳନର ଆଉଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ ଚକରା ବିଶୋୟୀ। ରାୟଗଡ଼ା […] The post ଓଡ଼ିଶାର ଆଦିବାସୀ ସ୍ବାଧୀନତା ସଂଗ୍ରାମୀ appeared first on Dharitri Odia News.
ଓଡ଼ିଶାର ଆଦିବାସୀ ସ୍ବାଧୀନତା ସଂଗ୍ରାମୀମାନେ ବ୍ରିଟିଶ ଶାସନ ବିରୋଧରେ ବୀରତ୍ୱ ପ୍ରଦର୍ଶନ କରି ଭାରତୀୟ ଇତିହାସରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଯାଇଛନ୍ତି। ଓଡ଼ିଶାର କନ୍ଧ ସମ୍ପ୍ରଦାୟ ଅଞ୍ଚଳରେ ଜଣେ ପ୍ରମୁଖ ନେତା ଭାବରେ ଉଭା ହୋଇଥିଲେ କମଳଲୋଚନ ଦୋରା ବିଶୋୟୀ। କନ୍ଧ ଆଦିବାସୀମାନେ ବ୍ରିଟିଶ ଶାସନ ଅଧୀନରେ ଶୋଷଣର ଶିକାର ହେଉଥିବାବେଳେ ସେମାନଙ୍କ ଅଧିକାର ପାଇଁ କମଳଲୋଚନ କନ୍ଧ ସମ୍ପ୍ରଦାୟକୁ ସଂଗଠିତ କରିଥିଲେ। ଓଡ଼ିଶାର ଆଦିବାସୀ ଆନ୍ଦୋଳନର ଆଉଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଥିଲେ ଚକରା ବିଶୋୟୀ। ରାୟଗଡ଼ା ଜିଲା ଉପରେ ବ୍ରିଟିଶ ଆକ୍ରମଣ ବିରୋଧରେ ସେ ବିଦ୍ରୋହର ନେତୃତ୍ୱ ନେଇଥିଲେ। ଗଞ୍ଜାମ ଜିଲାର ଜଣେ ପ୍ରମୁଖ ନେତା ଭାବରେ ନବଘନ କହଁର ଉଭା ହୋଇଥିଲେ। ବ୍ରିଟିଶ ନୀତି ଆଦିବାସୀ ସମ୍ପ୍ରଦାୟକୁ ବହୁଳ ମାତ୍ରାରେ ପ୍ରଭାବିତ କରିଥିବାବେଳେ ଔପନିବେଶିକ ଶାସନ ବିରୋଧରେ ଆଦିବାସୀମାନଙ୍କୁ ସଂଗଠିତ କରି ବିଦ୍ରୋହର ଡାକରା ଦେଇଥିଲେ। ଆଦିବାସୀ ଜମି ଅଧିକାରର ସୁରକ୍ଷାକୁ ତଥା ବ୍ରିଟିଶମାନଙ୍କ ଦ୍ୱାରା ଲାଗୁ ହୋଇଥିବା କର ବ୍ୟବସ୍ଥାକୁ ଦୂରଦୃଷ୍ଟିସମ୍ପନ୍ନ ଆଚରଣ ଦ୍ୱାରା ବିରୋଧ କରିଥିଲେ । କଳାହାଣ୍ଡି ଅଞ୍ଚଳରେ ଉପନିବେଶ ବିରୋଧୀ ସଂଗ୍ରାମରେ ରେଣ୍ଡୋ ମାଝୀଙ୍କର ଅବଦାନ ମହତ୍ତ୍ୱପୂର୍ଣ ଥିଲା। ମାଝୀ ବ୍ରିଟିଶ କର୍ତ୍ତୃପକ୍ଷଙ୍କ ବିରୋଧରେ ଅନେକ ବିଦ୍ରୋହର ନେତୃତ୍ୱ ନେଇଥିଲେ।
ଆଦିବାସୀ ଆନ୍ଦୋଳନର ମଙ୍ଗ ଧରିଥିବା ଜଣେ ପ୍ରମୁଖ ଆଦିବାସୀ ନେତା ଦୟାନିଧି ଧାରୁଆ। ଅନ୍ୟାୟରେ ଜମି ଅଧିଗ୍ରହଣ ଏବଂ ଅତ୍ୟଧିକ ଟିକସ ବ୍ୟବସ୍ଥା ସମେତ ବ୍ରିଟିଶମାନଙ୍କ ଶୋଷଣନୀତି ବିରୋଧରେ ଧାରୁଆ ଅନେକ ଅଭିଯାନର ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱ ଆଦିବାସୀ ସମ୍ପ୍ରଦାୟକୁ ସଂଗଠିତ କରି ଉପନିବେଶ ଶାସନ ବିରୋଧରେ ପ୍ରତିରୋଧ ବଜାୟ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।
ଭୂୟାଁ ସମ୍ପ୍ରଦାୟର ଜଣେ ନିର୍ଭୀକ ନେତା ଭାବେ ପରିଚିତ ରତ୍ନା ନାୟକଙ୍କର ମଧ୍ୟ ସ୍ବାଧୀନତା ସଂଗ୍ରାମରେ ଅତୁଳନୀୟ ଅବଦାନ ରହିଛି। କେନ୍ଦୁଝର ଅଞ୍ଚଳରେ ବ୍ରିଟିଶ ଶାସନ ବିରୋଧରେ ସଶସ୍ତ୍ର ବିଦ୍ରୋହର ନେତୃତ୍ୱ ନେଇଥିଲେ। ଗଞ୍ଜାମ ଏବଂ ବ୍ରହ୍ମପୁର ଅଞ୍ଚଳରେ ପ୍ରତିବାଦ ଆନ୍ଦୋଳନର ଆୟୋଜନ କରି ଏହାକୁ ଦୃଢ଼ତାର ସହ ଆଗେଇନେବାରେ ଭୂୟାଁ ଆଦିବାସୀ ସମ୍ପ୍ରଦାୟର ବୀରପୁରୁଷ ଧରଣୀଧର ନାୟକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବ୍ରିଟିଶ ଶାସନ ବିରୋଧରେ ଆଦିବାସୀ ସମ୍ପ୍ରଦାୟକୁ ସଂଗଠିତ କରିବାରେ ତାଙ୍କର ରଣନୀତିକ କାର୍ଯ୍ୟ ଏବଂ ସାଂଗଠନିକ ଦକ୍ଷତା ଗୁରୁତ୍ୱପୂର୍ଣ୍ଣ ଥିଲା। ତାଙ୍କର ଉଦ୍ୟମ ସ୍ବାଧୀନତା ପାଇଁ ବ୍ୟାପକ ସଂଗ୍ରାମ ଏବଂ କୋହ୍ଲ ଜୁଆଙ୍ଗ, ଭୂୟାଁ ଆଦିବାସୀ ସମ୍ପ୍ରଦାୟର ଅଧିକାରର ସୁରକ୍ଷା ପାଇଁ ଯଥେଷ୍ଟ ଅବଦାନ ଦେଇଥିଲା।
ଆଦିବାସୀ ପ୍ରତିରୋଧ ଆନ୍ଦୋଳନରେ ତମା ଦୋରାଙ୍କ ନିଷ୍ଠା ବ୍ରିଟିଶ ଅତ୍ୟାଚାର ବିରୋଧରେ ଆଦିବାସୀମାନଙ୍କ ପ୍ରେରଣାର ଉତ୍ସ ପାଲଟିଥିଲା। ଦୋରାଙ୍କ ଉଦ୍ୟମରେ ବ୍ରିଟିଶଙ୍କ ବିରୋଧରେ କୋୟା ବିଦ୍ରୋହ ମୁଣ୍ଡ ଟେକିଥିଲା। ମାଦ୍ରି କାଲୋ ଆଦିବାସୀ ଆନ୍ଦୋଳନର ଅନ୍ୟଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ବ୍ରିଟିଶ ଅତ୍ୟାଚାରର ମୁକାବିଲା ପାଇଁ ସେ ଯେଉଁ ପ୍ରୟାସ କରିଥିଲେ ତାହା ତାଙ୍କ ସାହସ ଏବଂ ଆଦିବାସୀ ସମ୍ପ୍ରଦାୟକୁ ସଂଗ୍ରାମ ପାଇଁ ସଂଗଠିତ କରିବାର କ୍ଷମତାକୁ ବର୍ଣ୍ଣନା କରିଥାଏ। ଆଦିବାସୀଙ୍କ ଅଧିକାର ତଥା ସମ୍ମାନ ପାଇଁ ମାଦ୍ରିଙ୍କ ସଂଘର୍ଷ ଲଲ୍ଲେଖନୀୟ ଥିଲା।
ଦୂରଦୃଷ୍ଟିସମ୍ପନ୍ନ ଯୋଦ୍ଧା ନିର୍ମଳ ମୁଣ୍ଡା ବ୍ରିଟିଶ ଶାସନ ବିରୋଧରେ ଚଳାଇଥିବା ଆନ୍ଦୋଳନ ବିଶେଷ ଭାବରେ ଓଡ଼ିଶାର ଆଦିବାସୀ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏକ ସ୍ବାଧୀନ ତଥା ସ୍ବୟଂଶାସିତ ଆଦିବାସୀ କ୍ଷେତ୍ର ପାଇଁ ତାଙ୍କର ଦୃଷ୍ଟିକୋଣ ତାଙ୍କ ନେତୃତ୍ୱର କେନ୍ଦ୍ର ଥିଲା। ମାଲକାନଗିରିର ଗାନ୍ଧୀ ଭାବେ ପରିଚିତ ସମ୍ମାନସ୍ପଦ ନେତା ଲକ୍ଷ୍ମଣ ନାଏକ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ତାଙ୍କର ନେତୃତ୍ୱ ବ୍ରିଟିଶ ଶାସନ ବିରୋଧରେ ନିରନ୍ତର ସଂଘର୍ଷ ଦ୍ୱାରା ଚିହ୍ନିତ ହୋଇଥିଲା। ସେ କୋରାପୁଟ ଅଞ୍ଚଳରେ ଆଦିବାସୀ ସମ୍ପ୍ରଦାୟଙ୍କୁ ଏକତ୍ର କରି ଅନେକ ବିଦ୍ରୋହର ନେତୃତ୍ୱ ନେଇଥିଲେ। ମା’ ମାଟି ପାଇଁ ୧୯୪୩ ମାର୍ଚ୍ଚ ୨୯ରେ ବ୍ରିଟିଶ ଶାସକଙ୍କ ଦ୍ୱାରା ତାଙ୍କୁ ଫାଶୀ ଖୁଣ୍ଟାରେ ଝୁଲିବାକୁ ପଡ଼ିଥିଲା। ଏହି ଆଦିବାସୀ ସ୍ବାଧୀନତା ସଂଗ୍ରାମୀମାନଙ୍କର ପ୍ରୟାସ କେବଳ ସ୍ଥାନୀୟ ସଂଘର୍ଷ ନୁହେଁ, ବରଂ ଭାରତୀୟ ସ୍ବାଧୀନତା ପାଇଁ ହୋଇଥିବା ବ୍ୟାପକ ସଂଗ୍ରାମର ଅବିଚ୍ଛେଦ୍ୟ ଅଙ୍ଗ ଥିଲା।
ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ
ମୋ: ୯୪୩୭୪୯୨୦୦୮
The post ଓଡ଼ିଶାର ଆଦିବାସୀ ସ୍ବାଧୀନତା ସଂଗ୍ରାମୀ appeared first on Dharitri Odia News.