ଓଡ଼ିଶାରୁ ଜମ୍ମୁ ଯିବେ ବିଏସଏଫ ଯବାନ; ଆତଙ୍କବାଦୀ ମୁକାବିଲା ଲାଗି ସରକାରୀ ସ୍ତରରେ ନିଷ୍ପତ୍ତି
ନୂଆଦିଲ୍ଲୀ,୨୮।୭: ଜମ୍ମୁ-କାଶ୍ମୀରରେ ବଢ଼ିଚାଲିଛି ଆତଙ୍କବାଦୀ କାର୍ଯ୍ୟକଳାପ । ଏଲଓସି ଦେଇ ଭାରତୀୟ ସୀମାକୁ ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ଆତଙ୍କୀ । ଏହାକୁ ନେଇ କେନ୍ଦ୍ର ସରକାର ଓ ସୁରକ୍ଷା ବାହିନୀର ଚିନ୍ତା ବଢ଼ାଇ ଦେଇଛି । ବିଶେଷକରି ଶାନ୍ତି ଅଞ୍ଚଳ ଭାବେ ପରିଚିତ ଜମ୍ମୁରେ ଗତ କିଛିଦିନ ହେଲା ଆତଙ୍କୀ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସୁରକ୍ଷା ବାହିନୀକୁ ନିୟୋଜିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ତେଣୁ ଓଡ଼ିଶାରୁ ୨ ହଜାର ଯବାନ ଜମ୍ମୁକୁ ଯିବେ । ଓଡ଼ିଶାରେ ମାଓବାଦୀ ଦମନ ଅଭିଯାନରେ ସାମିଲ ଥିବା ବିଏସ୍ଏଫର ୨ଟି ବାଟାଲିୟନ ତୁରନ୍ତ ଜମ୍ମୁ ପଠାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।ବିଏସ୍ଏଫ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ଓଡ଼ିଶାରେ ମାଓବାଦୀ ମୁକାବିଲାରେ ଏହି ୨ ବାଟାଲିୟନ ବିଏସ୍ଏଫ ଯବାନ ନିୟୋଜିତ ଅଛନ୍ତି । ତୁରନ୍ତ ସେମାନଙ୍କୁ ମାଓ ଦମନ ଅଭିଯାନ ଗ୍ରୀଡରୁ ପ୍ରତ୍ୟାହାର କରି ଜମ୍ମୁକୁ ପଠାଇବା ଲାଗି ନିର୍ଦ୍ଦେଶ ମିଳିଛି । ନିକଟରେ ଦିଲ୍ଲୀ ଓ ଜମ୍ମୁରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ଜମ୍ମୁରେ ବିଏସ୍ଏଫ ଯବାନଙ୍କୁ ମୁତୟନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ମାଲକାନଗିରିରେ ମାଓହିଂସା କମିଥିବାରୁ ସେଠାରୁ ୧ ବାଟାଲିୟନ ବିଏସ୍ଏଫ ଯବାନଙ୍କୁ ପ୍ରତ୍ୟାହାର କରି ଛତିଶଗଡରେ ମୁତୟନ କରିବା ଲାଗି ପ୍ର
ନୂଆଦିଲ୍ଲୀ,୨୮।୭: ଜମ୍ମୁ-କାଶ୍ମୀରରେ ବଢ଼ିଚାଲିଛି ଆତଙ୍କବାଦୀ କାର୍ଯ୍ୟକଳାପ । ଏଲଓସି ଦେଇ ଭାରତୀୟ ସୀମାକୁ ବାରମ୍ବାର ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ଆତଙ୍କୀ । ଏହାକୁ ନେଇ କେନ୍ଦ୍ର ସରକାର ଓ ସୁରକ୍ଷା ବାହିନୀର ଚିନ୍ତା ବଢ଼ାଇ ଦେଇଛି । ବିଶେଷକରି ଶାନ୍ତି ଅଞ୍ଚଳ ଭାବେ ପରିଚିତ ଜମ୍ମୁରେ ଗତ କିଛିଦିନ ହେଲା ଆତଙ୍କୀ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାର ମୁକାବିଲା ପାଇଁ କେନ୍ଦ୍ର ସରକାର ଅତିରିକ୍ତ ସୁରକ୍ଷା ବାହିନୀକୁ ନିୟୋଜିତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ତେଣୁ ଓଡ଼ିଶାରୁ ୨ ହଜାର ଯବାନ ଜମ୍ମୁକୁ ଯିବେ । ଓଡ଼ିଶାରେ ମାଓବାଦୀ ଦମନ ଅଭିଯାନରେ ସାମିଲ ଥିବା ବିଏସ୍ଏଫର ୨ଟି ବାଟାଲିୟନ ତୁରନ୍ତ ଜମ୍ମୁ ପଠାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ବିଏସ୍ଏଫ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ଓଡ଼ିଶାରେ ମାଓବାଦୀ ମୁକାବିଲାରେ ଏହି ୨ ବାଟାଲିୟନ ବିଏସ୍ଏଫ ଯବାନ ନିୟୋଜିତ ଅଛନ୍ତି । ତୁରନ୍ତ ସେମାନଙ୍କୁ ମାଓ ଦମନ ଅଭିଯାନ ଗ୍ରୀଡରୁ ପ୍ରତ୍ୟାହାର କରି ଜମ୍ମୁକୁ ପଠାଇବା ଲାଗି ନିର୍ଦ୍ଦେଶ ମିଳିଛି । ନିକଟରେ ଦିଲ୍ଲୀ ଓ ଜମ୍ମୁରେ ଉଚ୍ଚସ୍ତରୀୟ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ଜମ୍ମୁରେ ବିଏସ୍ଏଫ ଯବାନଙ୍କୁ ମୁତୟନ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ମାଲକାନଗିରିରେ ମାଓହିଂସା କମିଥିବାରୁ ସେଠାରୁ ୧ ବାଟାଲିୟନ ବିଏସ୍ଏଫ ଯବାନଙ୍କୁ ପ୍ରତ୍ୟାହାର କରି ଛତିଶଗଡରେ ମୁତୟନ କରିବା ଲାଗି ପ୍ରସ୍ତାବ ରହିଥିଲା । କାରଣ ଗତ କିଛିଦିନ ହେଲା ଛତିଶଗଡରେ ମାଓବାଦୀଙ୍କ ସକ୍ରିୟତା ବୃଦ୍ଧି ପାଇଥିଲା । କିନ୍ତୁ ଏବେ ସେହି ଦୁଇ ବାଟାଲିୟନର ଯବାନଙ୍କୁ ତୁରନ୍ତ ଜମ୍ମୁ ପଠାଇବାକୁ କୁହାଯାଇଛି ।
ବିଏସ୍ଏଫ ଯବାନମାନେ ଜମ୍ମୁ, ପଞ୍ଜାବ, ରାଜସ୍ଥାନ ଓ ଗୁଜରାଟକୁ ଲାଗିଥିବା ଦେଶର ୨୨୮୯ କି.ମି ଆନ୍ତର୍ଜାତିକ ସୀମାକୁ ସୁରକ୍ଷା ଦେଉଛନ୍ତି । ସେଥିମଧ୍ୟରୁ କେବଳ ଜମ୍ମୁରେ ୪୮୫ କି.ମି. ସୀମା ରହିଛି । ଯାହାକି ଅଧିକାଂଶ ହେଉଛି ଘଞ୍ଚ ଜଙ୍ଗଲ, ପାହଡିଆ ଅଞ୍ଚଳ । ସେଠାରେ ଆତଙ୍କବାଦ ଦମନ ଅଭିଯାନ ଚଳାଇବା କଷ୍ଟକର । ଏହି ସୁଯୋଗରେ ଆତଙ୍କୀମାନେ ସୀମା ପାର କରି ଜମ୍ମୁରେ ଅନୁପ୍ରବେଶ କରିବାରେ ସଫଳ ହେଉଛନ୍ତି । ନିକଟରେ କେନ୍ଦ୍ର ସରକାର ସେଠାରେ ସେନାର ସ୍ୱତନ୍ତ୍ର ବାହିନୀର ୫୦୦ ପାରା କମାଣ୍ଡୋଙ୍କୁ ଆତଙ୍କବାଦ ଦମନ ଅଭିଯାନରେ ସାମିଲ କରିଛନ୍ତି । ଆତଙ୍କବାଦୀ ବିରୋଧୀ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ଼ କରିବା ଲାଗି ୨ ହଜାର ଯବାନଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।