ଇସ୍ରୋର ୧୦୦ତମ ମିଶନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ; ଲଞ୍ଚ୍ ପ୍ୟାଡରେ NVS-2 ପ୍ରସ୍ତୁତ
ନୂଆଦିଲ୍ଲୀ: ଇତିହାସ ରଚିବା ଦିଗରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା । ଇସ୍ରୋର ୧୦୦ତମ ଲଞ୍ଚର ୨୭ ଘଣ୍ଟା ପୂର୍ବରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଏହି ଐତିହାସିକ ମିଶନରେ ଏକ ନଭିଗେସନ ସାଟେଲାଇଟକୁ ଜିଏସଏଲବି ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯିବ । ଅନ୍ଧ୍ର ପ୍ରଦେଶର ଶ୍ରୀହରି କୋଟା ସତୀଶଧବନ କ୍ଷେପଣାସ୍ତ୍ର ଘାଟିକୁ ଏହାକୁ ଲଞ୍ଚ୍ କରାଯିବ । ଇସ୍ରୋର ନୂଆ ଅଧ୍ୟକ୍ଷ ବି. ନାରାୟଣନ ଦାୟିତ୍ବ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ମିଶନ ।ସୂଚନା, ଜାନୁଆରୀ ୨୯ ତାରିଖ ଅର୍ଥାତ୍ ମଙ୍ଗଳବାର ବିଳମ୍ବିତ ରାତି ୨.୫୩ ମିନିଟରେ ଶ୍ରୀହରି କୋଟାରୁ ଜିଏସଏଲବି-ଏଫ-୧୫ରେ ୧୦୦ତମ ମିଶନ ଉତ୍କ୍ଷେପଣ କରାଯିବ । ସ୍ବଦେଶୀ ଜ୍ଞାନ କୌଶଳିରେ ତିଆରେ ଏହି ରକେଟ୍ ଏନବିଏଏସ୍-୦୨ ଉପଗ୍ରହକୁ ଜିଓସିଂକ୍ରୋନ୍ସ ଟ୍ରାନ୍ପଫର ଅର୍ବିଟକୁ ପଠାଇବ । ଲଞ୍ଚର ୨୭ ଘଣ୍ଟା ପୂର୍ବରୁ ଇସ୍ରୋ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଏନବିଏଏସ-୦୨ ଉପଗ୍ରହ ଭାରତୀୟ ନାଭିଗେସନ ପ୍ରଣାଳୀର ଏହା ଅଂଶ । ଏହା ଦ୍ବିତୀୟ ପିଢ଼ିର ଉପଗ୍ରହ, ଯିଏ ନାଭିଗେସନ ମ୍ୟାପ୍ ପାଇଁ କାର୍ଯ୍ୟ କରିବ । ଭାରତରେ ପ୍ରାୟ ୧୫ଶହ କି.ମି. ପର୍ଯ୍ୟନ୍ତ ଏହା ସଠିକ୍ ସ୍ଥିତି, ବେଗ ଏବଂ ସମୟ ସେବା ଦେବା ପାଇଁ ଏହାକୁ ଡିଜଇନ୍ କରାଯାଇଛି ।
ନୂଆଦିଲ୍ଲୀ: ଇତିହାସ ରଚିବା ଦିଗରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା । ଇସ୍ରୋର ୧୦୦ତମ ଲଞ୍ଚର ୨୭ ଘଣ୍ଟା ପୂର୍ବରୁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି । ଏହି ଐତିହାସିକ ମିଶନରେ ଏକ ନଭିଗେସନ ସାଟେଲାଇଟକୁ ଜିଏସଏଲବି ରକେଟ୍ ସାହାଯ୍ୟରେ ଉତକ୍ଷେପଣ କରାଯିବ । ଅନ୍ଧ୍ର ପ୍ରଦେଶର ଶ୍ରୀହରି କୋଟା ସତୀଶଧବନ କ୍ଷେପଣାସ୍ତ୍ର ଘାଟିକୁ ଏହାକୁ ଲଞ୍ଚ୍ କରାଯିବ । ଇସ୍ରୋର ନୂଆ ଅଧ୍ୟକ୍ଷ ବି. ନାରାୟଣନ ଦାୟିତ୍ବ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ମିଶନ ।
ସୂଚନା, ଜାନୁଆରୀ ୨୯ ତାରିଖ ଅର୍ଥାତ୍ ମଙ୍ଗଳବାର ବିଳମ୍ବିତ ରାତି ୨.୫୩ ମିନିଟରେ ଶ୍ରୀହରି କୋଟାରୁ ଜିଏସଏଲବି-ଏଫ-୧୫ରେ ୧୦୦ତମ ମିଶନ ଉତ୍କ୍ଷେପଣ କରାଯିବ । ସ୍ବଦେଶୀ ଜ୍ଞାନ କୌଶଳିରେ ତିଆରେ ଏହି ରକେଟ୍ ଏନବିଏଏସ୍-୦୨ ଉପଗ୍ରହକୁ ଜିଓସିଂକ୍ରୋନ୍ସ ଟ୍ରାନ୍ପଫର ଅର୍ବିଟକୁ ପଠାଇବ । ଲଞ୍ଚର ୨୭ ଘଣ୍ଟା ପୂର୍ବରୁ ଇସ୍ରୋ କାଉଣ୍ଟଡାଉନ ଆରମ୍ଭ ହୋଇଛି । ଏନବିଏଏସ-୦୨ ଉପଗ୍ରହ ଭାରତୀୟ ନାଭିଗେସନ ପ୍ରଣାଳୀର ଏହା ଅଂଶ । ଏହା ଦ୍ବିତୀୟ ପିଢ଼ିର ଉପଗ୍ରହ, ଯିଏ ନାଭିଗେସନ ମ୍ୟାପ୍ ପାଇଁ କାର୍ଯ୍ୟ କରିବ । ଭାରତରେ ପ୍ରାୟ ୧୫ଶହ କି.ମି. ପର୍ଯ୍ୟନ୍ତ ଏହା ସଠିକ୍ ସ୍ଥିତି, ବେଗ ଏବଂ ସମୟ ସେବା ଦେବା ପାଇଁ ଏହାକୁ ଡିଜଇନ୍ କରାଯାଇଛି ।