ସନ୍ଦୀପ ଘୋଷଙ୍କ ଉପରେ ମମତା ସରକାରଙ୍କ ‘ଭରସା’, ଇସ୍ତଫାର ୬ ଘଣ୍ଟା ପରେ ନୂଆ ଦାୟିତ୍ୱ

କୋଲକାତା ୧୩।୦୮ : ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଘଟଣାରେ କୋଲକାତା ଆର୍‌ଜି ମେଡିକାଲ କଲେଜର ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ରରେ ସେ କହିଛନ୍ତି ଯେ, ମୃତକ ଡାକ୍ତର ମୋ ଝିଅ ପରି । ତେଣୁ ମୁଁ ଚାହୁଁଛି ଭବିଷ୍ୟତରେ ଏପରି କୌଣସି ବି ଘଟଣା ନଘଟୁ । ସେଥିପାଇଁ ମୁଁ ମୋ ପଦରେ ଇସ୍ତଫା ଦେଉଛି । ହେଲେ ଇସ୍ତଫାର କିଛି ଘଣ୍ଟା ମଧ୍ୟରେ ସରକାର ତାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ଇସ୍ତଫାର ୬ ଘଣ୍ଟା ମଧ୍ୟରେ ନ୍ୟାସନାଲ କଲେଜ ଆଣ୍ଡ ହସ୍ପିଟାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । କଲେଜ ଅଧ୍ୟକ୍ଷ ସନ୍ଦୀପ ଘୋଷ କିଛି କାରଣରୁ ଚର୍ଚ୍ଚାରେ ରହିଥିଲେ । ତାଙ୍କ ଉପରେ ଦୁର୍ନୀତିର ଅଭିଯୋଗ, ହତ୍ୟା ଘଟଣା ପରେ ଜୁନିୟର ବହୁତ ଆକ୍ରୋଶ ହୋଇ ଲଗାତର ଭାବେ ପ୍ରଦର୍ଶନ କରୁଥିଲେ । ଏହି ସବୁ କାରଣକୁ ନେଇ ସରକାରୀ ହସ୍ପିଟାଲରେ ସେବା ବାଧାପ୍ରାପ୍ତ ହୋଇଥିଲା । ତେବେ ସବୁ ପରିସ୍ଥିତିକୁ ଦେଖି ସନ୍ଦୀପ ଘୋଷ ସୋମବାର ଦିନ ନିଜ ପଦରୁ ଇସ୍ତଫା ଦେଇଥିଲେ । ହେଲେ ଇସ୍ତଫାର କିଛି ସମୟ ପରେ ସନ୍ଦୀପ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ, ଆଉ ଆଗକୁ କାମ କରିବାକୁ କହିଥିଲେ ।ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୀଡିତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ । ହେଲେ କିଛି ସମୟ ମଧ୍ୟରେ ସନ୍ଦୀପ ଘୋଷଙ୍କୁ ନୂଆ ନିଯୁକ୍ତି ମିଳିଥିଲା । ସ୍ୱାସ୍ଥ୍ୟ ବିଭାଗ ପକ

ସନ୍ଦୀପ ଘୋଷଙ୍କ ଉପରେ ମମତା ସରକାରଙ୍କ ‘ଭରସା’, ଇସ୍ତଫାର ୬ ଘଣ୍ଟା ପରେ ନୂଆ ଦାୟିତ୍ୱ

କୋଲକାତା ୧୩।୦୮ : ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା । ଘଟଣାରେ କୋଲକାତା ଆର୍‌ଜି ମେଡିକାଲ କଲେଜର ଅଧ୍ୟକ୍ଷ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ରରେ ସେ କହିଛନ୍ତି ଯେ, ମୃତକ ଡାକ୍ତର ମୋ ଝିଅ ପରି । ତେଣୁ ମୁଁ ଚାହୁଁଛି ଭବିଷ୍ୟତରେ ଏପରି କୌଣସି ବି ଘଟଣା ନଘଟୁ । ସେଥିପାଇଁ ମୁଁ ମୋ ପଦରେ ଇସ୍ତଫା ଦେଉଛି । ହେଲେ ଇସ୍ତଫାର କିଛି ଘଣ୍ଟା ମଧ୍ୟରେ ସରକାର ତାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି । ଇସ୍ତଫାର ୬ ଘଣ୍ଟା ମଧ୍ୟରେ ନ୍ୟାସନାଲ କଲେଜ ଆଣ୍ଡ ହସ୍ପିଟାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । 

କଲେଜ ଅଧ୍ୟକ୍ଷ ସନ୍ଦୀପ ଘୋଷ କିଛି କାରଣରୁ ଚର୍ଚ୍ଚାରେ ରହିଥିଲେ । ତାଙ୍କ ଉପରେ ଦୁର୍ନୀତିର ଅଭିଯୋଗ, ହତ୍ୟା ଘଟଣା ପରେ ଜୁନିୟର ବହୁତ ଆକ୍ରୋଶ ହୋଇ ଲଗାତର ଭାବେ ପ୍ରଦର୍ଶନ କରୁଥିଲେ । ଏହି ସବୁ କାରଣକୁ ନେଇ ସରକାରୀ ହସ୍ପିଟାଲରେ ସେବା ବାଧାପ୍ରାପ୍ତ ହୋଇଥିଲା । ତେବେ ସବୁ ପରିସ୍ଥିତିକୁ ଦେଖି ସନ୍ଦୀପ ଘୋଷ ସୋମବାର ଦିନ ନିଜ ପଦରୁ ଇସ୍ତଫା ଦେଇଥିଲେ । ହେଲେ ଇସ୍ତଫାର କିଛି ସମୟ ପରେ ସନ୍ଦୀପ ଘୋଷ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଥିଲେ, ଆଉ ଆଗକୁ କାମ କରିବାକୁ କହିଥିଲେ ।

ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୀଡିତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଭେଟିଥିଲେ । ହେଲେ କିଛି ସମୟ ମଧ୍ୟରେ ସନ୍ଦୀପ ଘୋଷଙ୍କୁ ନୂଆ ନିଯୁକ୍ତି ମିଳିଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଦ୍ୱିପହର ସମୟରେ ନ୍ୟାସନାଲ୍‌ ମେଡିକାଲ କଲେଜର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିଲା । ପୂର୍ବତନ ଅଧ୍ୟକ୍ଷ ଅଜୟ ରାୟଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ସନ୍ଦୀପ ଘୋଷଙ୍କୁ ନିଯୁକ୍ତି ଦିଆଯାଇଛି । ଅଜୟ ରାୟଙ୍କ ଅଧ୍ୟକ୍ଷ ପଦରୁ ହଟାଇ ସ୍ୱାସ୍ଥ୍ୟ ବିଭାଗର ଓଏସ୍‌ଡି ଭାବେ ଦାୟିତ୍ୱ ଦେଇଛନ୍ତି ସରକାର । ସେହିପରି ସୁହରିତା ପାଲ୍‌ଙ୍କୁ ଆର୍‌ଜେ ହସ୍ପିଟାଲର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।