ଓଡ଼ିଶାରୁ ଲଣ୍ଡନ୍‌ ଗଲା ଗ୍ରୀନ୍‌ ଅମୃତଭଣ୍ଡା

ଢେଙ୍କାନାଳ,୧୫ା୩(ରତନ ନାୟାର): ଆମ୍ବ ପରେ ଢେଙ୍କାନାଳର ଅମୃତଭଣ୍ଡାର ଚାହିଦା ବିଦେଶରେ ବଢ଼ିବାରେ ଲାଗିଛି। ଏହାର ସୁସ୍ବାଦକୁ ନେଇ ବିଦେଶରେ ଲୋକମାନେ ଏହି ଅମୃତଭଣ୍ଡା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି। ଢେଙ୍କାନାଳ ଜିଲା ସପ୍ତଶଯ୍ୟା ଆଗ୍ରୋ ପ୍ରଡୁସର କମ୍ପାନୀର ୧୪ଜଣ ମହିଳା ଚାଷୀଙ୍କ ଦ୍ୱାରା କରାଯାଉଥିବା ଅମୃତଭଣ୍ଡା ଚାଷରୁ ୧ଟନ ସଂଗ୍ରହ କରାଯାଇ ଗତ ସପ୍ତାହରେ ଲଣ୍ଡନକୁ ରତ୍ପାନୀ କରାଯାଇଛି। ସେହିପରି ଓଡ଼ାପଡ଼ା ବ୍ଲକ ଘଟିପିରି ଅଞ୍ଚଳରୁ ମଦନ ମୋହନ କୋପରେଟିଭ୍‌ ସୋସାଇଟି ମାଧ୍ୟମରେ ଆୟର୍ଲାଣ୍ଡର ଡବଲିନ […] The post ଓଡ଼ିଶାରୁ ଲଣ୍ଡନ୍‌ ଗଲା ଗ୍ରୀନ୍‌ ଅମୃତଭଣ୍ଡା appeared first on Dharitri Odia News.

ଓଡ଼ିଶାରୁ ଲଣ୍ଡନ୍‌ ଗଲା ଗ୍ରୀନ୍‌ ଅମୃତଭଣ୍ଡା

ଢେଙ୍କାନାଳ,୧୫ା୩(ରତନ ନାୟାର): ଆମ୍ବ ପରେ ଢେଙ୍କାନାଳର ଅମୃତଭଣ୍ଡାର ଚାହିଦା ବିଦେଶରେ ବଢ଼ିବାରେ ଲାଗିଛି। ଏହାର ସୁସ୍ବାଦକୁ ନେଇ ବିଦେଶରେ ଲୋକମାନେ ଏହି ଅମୃତଭଣ୍ଡା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିଛନ୍ତି। ଢେଙ୍କାନାଳ ଜିଲା ସପ୍ତଶଯ୍ୟା ଆଗ୍ରୋ ପ୍ରଡୁସର କମ୍ପାନୀର ୧୪ଜଣ ମହିଳା ଚାଷୀଙ୍କ ଦ୍ୱାରା
କରାଯାଉଥିବା ଅମୃତଭଣ୍ଡା ଚାଷରୁ ୧ଟନ ସଂଗ୍ରହ କରାଯାଇ ଗତ ସପ୍ତାହରେ ଲଣ୍ଡନକୁ ରତ୍ପାନୀ କରାଯାଇଛି। ସେହିପରି ଓଡ଼ାପଡ଼ା ବ୍ଲକ ଘଟିପିରି ଅଞ୍ଚଳରୁ ମଦନ ମୋହନ କୋପରେଟିଭ୍‌ ସୋସାଇଟି ମାଧ୍ୟମରେ ଆୟର୍ଲାଣ୍ଡର ଡବଲିନ ସହରକୁ ଗ୍ରୀନ ଅମୃତଭଣ୍ଡ ରତ୍ପାନୀ କରାଯାଇଛି।

ପ୍ରଥମକରି ଢେଙ୍କାନାଳର ଅମୃତ ଭଣ୍ଡାକୁ ବିଦେଶକୁ ରତ୍ପାନୀ କରାଯାଇଥିବା ଜଣାପଡିଛି। ଆପେଡା (ଏଗ୍ରିକଲଚରାଲ ଆଣ୍ଡ୍‌ ପ୍ରୋସେସଡ୍‌ ଫୁଡ ପ୍ରଡକ୍ଟ ଏକ୍ସପର୍ଟ ଡେଭେଲପମେଣ୍ଟ ଅଥରିଟି) ମାଧ୍ୟମରେ ଢେଙ୍କାନାଳର ଅମୃତ ଭଣ୍ଡାକୁ ବିଦେଶକୁ ରତ୍ପାନୀ କରାଯାଇଛି। ପୂର୍ବରୁ ଢେଙ୍କାନାଳର ଆମ୍ବକୁ ଦୁବାଇ ରତ୍ପାନୀ କରାଯାଇଥିଲା।

The post ଓଡ଼ିଶାରୁ ଲଣ୍ଡନ୍‌ ଗଲା ଗ୍ରୀନ୍‌ ଅମୃତଭଣ୍ଡା appeared first on Dharitri Odia News.