ଓଡ଼ିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’

ଭୁବନେଶ୍ୱର,୪ା୭: ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିରେ ୱାନ୍ ଷ୍ଟପ ସେଣ୍ଟର, ମହିଳା ହେଲ୍ପ ଲାଇନ୍, ବେଟି ବଚାଓ ବେଟି ପଢାଓ, ମହିଳା ସଶକ୍ତିକରଣ ପାଇଁ ହବ୍ ନିର୍ମାଣ, ସଖୀ ନିବାସ, ଶକ୍ତି ସଦନ, ଶିଶୁଗୃହ ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା […] The post ଓଡ଼ିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ appeared first on Dharitri Odia News.

ଓଡ଼ିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’

ଭୁବନେଶ୍ୱର,୪ା୭: ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ ସୁରକ୍ଷା, ନିରାପତ୍ତା ଓ ସଶକ୍ତିକରଣକୁ ସୁଦୃଢ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଏଥିରେ ୱାନ୍ ଷ୍ଟପ ସେଣ୍ଟର, ମହିଳା ହେଲ୍ପ ଲାଇନ୍, ବେଟି ବଚାଓ ବେଟି ପଢାଓ, ମହିଳା ସଶକ୍ତିକରଣ ପାଇଁ ହବ୍ ନିର୍ମାଣ, ସଖୀ ନିବାସ, ଶକ୍ତି ସଦନ, ଶିଶୁଗୃହ ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଭଳି କାର୍ଯ୍ୟକ୍ରମ ରହିଛି।

ଏହି ନିଷ୍ପତ୍ତି ଦ୍ୱାରା ଓଡିଶା ସରକାର ଓ ଭାରତ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରହିବ। ସୂଚନାଯୋଗ୍ୟ ଯେ ବିଭିନ୍ନ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ପୂର୍ଣ୍ଣ ଲାଭ ନେବା ପାଇଁ ନୂତନ ସରକାର ସ୍ଥିର କରିଛନ୍ତି।

The post ଓଡ଼ିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’ appeared first on Dharitri Odia News.