ସାଇକେଲରେ ଯିବା ବେଳେ ଖୁବ୍ ଜୋର୍ରେ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…
କୋଟପାଡ଼,୨୫ା୫(ରାଜକିଶୋର ରାଓ): କୋରାପୁଟ ଜିଲା କୋଟପାଡ଼ ବ୍ଲକ ଏସ.ବି ନୂଆଗାଁ ପଞ୍ଚୟତ ଅଞ୍ଚଳରେ କିଛିଦିନ ହେବ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ରବିବାର ସନ୍ଧ୍ୟାରେ ଏସବି ନୂଆଗାଁ ପଞ୍ଚୟତରେ ଘଡ଼ଘଡ଼ି ସହ ବିଜୁଳି ମାରିବାରୁ ପଞ୍ଚୟତର କୁମାହାଣ୍ଡି ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ କୁମାହାଣ୍ଡି ଗ୍ରାମର ସ୍ବର୍ଗତ ବାସୁଦେବ ଭୂମିଆଙ୍କ ପୁଅ ବଳରାମ (୪୫) ବୋଲି ଜଣାପଡ଼ିଛ। ବଳରାମ କୌଣସି କାମକୁ ନେଇ ଏସ୍ବି ନୂଆଗାଁ ଆସିଥିଲେ। […] The post ସାଇକେଲରେ ଯିବା ବେଳେ ଖୁବ୍ ଜୋର୍ରେ ମାରିଲା ଘଡ଼ଘଡ଼ି, ଆଉ ତା’ପରେ… appeared first on Dharitri Odia News.
କୋଟପାଡ଼,୨୫ା୫(ରାଜକିଶୋର ରାଓ): କୋରାପୁଟ ଜିଲା କୋଟପାଡ଼ ବ୍ଲକ ଏସ.ବି ନୂଆଗାଁ ପଞ୍ଚୟତ ଅଞ୍ଚଳରେ କିଛିଦିନ ହେବ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ରବିବାର ସନ୍ଧ୍ୟାରେ ଏସବି ନୂଆଗାଁ ପଞ୍ଚୟତରେ ଘଡ଼ଘଡ଼ି ସହ ବିଜୁଳି ମାରିବାରୁ ପଞ୍ଚୟତର କୁମାହାଣ୍ଡି ଗ୍ରାମର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ କୁମାହାଣ୍ଡି ଗ୍ରାମର ସ୍ବର୍ଗତ ବାସୁଦେବ ଭୂମିଆଙ୍କ ପୁଅ ବଳରାମ (୪୫) ବୋଲି ଜଣାପଡ଼ିଛ। ବଳରାମ କୌଣସି କାମକୁ ନେଇ ଏସ୍ବି ନୂଆଗାଁ ଆସିଥିଲେ। ସାଇକେଲରେ ଗାଁକୁ ଫେରୁଥିବା ସମୟରେ ହଠାତ୍ ଡଙ୍ଗରୀଗୁଡ଼ା ନିକଟରେ ବଜ୍ରପାତ ହୋଇଥିଲା। ଫଳରେ ସେ ରାସ୍ତା ମଝିକୁ ଛିଟିକି ପଡ଼ିଥିଲେ। ତେବେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହେଇଥିବା ଜଣାପଡ଼ିଛି। ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ତୁରନ୍ତ କୋଟପାଡ଼ ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।
The post ସାଇକେଲରେ ଯିବା ବେଳେ ଖୁବ୍ ଜୋର୍ରେ ମାରିଲା ଘଡ଼ଘଡ଼ି, ଆଉ ତା’ପରେ… appeared first on Dharitri Odia News.