ଓଡ଼ିଶାରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ମିଳିବ ୩୧୦୦ ଟଙ୍କା: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର: ଗତକାଲି କେନ୍ଦ୍ରୀୟ କ୍ୟାବିନେଟ୍ ୧୪ ଫସଲ ଉପରେ ଏମଏସପି ବୃଦ୍ଧି କରାଯାଇଥିଲା। ଏଥିରେ ଧାନ କୁଇଣ୍ଟାଲ ପିଛା ଏମଏସପି ୨୩ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ଖବର ଓଡ଼ିଶାରେ ଲୋକଙ୍କ ମନରେ ଶଙ୍କା ସୃଷ୍ଟି କରିଥିଲା ଯେ, ଓଡ଼ିଶାର ଚାଷୀଙ୍କୁ ଧାନ ଉପରେ ୨୩୦୦ ନା ୩୧୦୦ ଟଙ୍କା ମିଳିବ। ଏହା ଉପରେ ଥିବା ଦ୍ଵନ୍ଦ୍ଵକୁ ଦୂର କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ। ଓଡ଼ିଶାରେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ। ଏନେଇ […] The post ଓଡ଼ିଶାରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ମିଳିବ ୩୧୦୦ ଟଙ୍କା: ଖାଦ୍ୟ ଯୋଗାଣ ମନ୍ତ୍ରୀ appeared first on Odisha.News.
ଭୁବନେଶ୍ୱର: ଗତକାଲି କେନ୍ଦ୍ରୀୟ କ୍ୟାବିନେଟ୍ ୧୪ ଫସଲ ଉପରେ ଏମଏସପି ବୃଦ୍ଧି କରାଯାଇଥିଲା। ଏଥିରେ ଧାନ କୁଇଣ୍ଟାଲ ପିଛା ଏମଏସପି ୨୩ ଶହ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ଖବର ଓଡ଼ିଶାରେ ଲୋକଙ୍କ ମନରେ ଶଙ୍କା ସୃଷ୍ଟି କରିଥିଲା ଯେ, ଓଡ଼ିଶାର ଚାଷୀଙ୍କୁ ଧାନ ଉପରେ ୨୩୦୦ ନା ୩୧୦୦ ଟଙ୍କା ମିଳିବ। ଏହା ଉପରେ ଥିବା ଦ୍ଵନ୍ଦ୍ଵକୁ ଦୂର କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ।
ଓଡ଼ିଶାରେ ଧାନ କୁଇଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯେ ଇସ୍ତାହାରରେ ଯାହା କହିଛୁ, ତାହା ପୂରଣ କରାଯିବ। ଏହି ଖରିଫ୍ ଋତୁରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୩୧ ଶହ ଦେବୁ। କାଲି କେନ୍ଦ୍ର ୨୩ଶହ କଲା ପରେ, ଆମକୁ ସୁବିଧା ହୋଇଛି। ଆମକୁ ୯୧୭ ଟଙ୍କା ଅଧିକ ଦେବାକୁ ପଡ଼ିଥାନ୍ତା, ଏବେ ଆମକୁ ୮୦୦ ଟଙ୍କା ପଡ଼ିବ। ସେହିପରି ଚାଷୀ ଧାନ ଦେବାର ୪୮ ଘଣ୍ଟା ମଧ୍ୟରେ ପ୍ରାପ୍ୟ ମିଳିଯିବ। କୌଣସି କଟ୍ନୀଛଟ୍ନୀ କରାଯିବନି। ଯଦି କେହି କରନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ମୋଦୀ ୩.୦ ସରକାରର ବୁଧବାର ଦ୍ୱିତୀୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଥିଲା। ଏଥିରେ ୫ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଚାଷୀଙ୍କୁ ମୋଦୀ ସରକାର ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧିକୁ ବୈଠକର ମଞ୍ଜୁରୀ ମିଳିଛି। ଏଥିରେ ୧୪ ପ୍ରକାର ଫସଲକୁ ସାମିଲ କରାଯାଇଛି।
The post ଓଡ଼ିଶାରେ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ମିଳିବ ୩୧୦୦ ଟଙ୍କା: ଖାଦ୍ୟ ଯୋଗାଣ ମନ୍ତ୍ରୀ appeared first on Odisha.News.