ଶିକ୍ଷକଙ୍କ ମାଡ଼ରେ ଆଖି ହରାଇଲେ ଛାତ୍ର

କର୍ଣ୍ଣାଟକର ଏକ ସରକାରୀ ସ୍କୁଲରେ ଜଣେ ଶିକ୍ଷକଙ୍କ ବେତ ମାଡ଼ରେ ପ୍ରଥମ ଶ୍ରେଣୀର ଏକ ଛାତ୍ର ସବୁଦିନ ପାଇଁ ଗୋଟିଏ ଆଖିର ଦୃଷ୍ଟି ଶକ୍ତି ହରାଇଛି ସୂଚନାନୁଯାୟୀ ଘଟଣାଟି ୨୦୨୪ ମାର୍ଚ୍ଚ ୬ରେ ଚିକ୍କାବାଲ୍ଲାପୁର ଜିଲ୍ଲା ଅଧୀନ ଚିନ୍ତାମଣି ତାଲୁକର ଏକ ସରକାରୀ ସ୍କୁଲରେ ଘଟିଛି। ଶ୍ରେଣୀରେ କଥାବାର୍ତ୍ତା କରୁଥିବାରୁ ଶ୍ରେଣୀ ଶିକ୍ଷକ ରାଗିଯାଇ ଯଶବନ୍ତ (୬) ଉପରକୁ ହାତରେ ଧରିଥିବା ବେତବାଡ଼ି ଫିଙ୍ଗିଥିଲେ। ବାଡ଼ିଟି ଯଶବନ୍ତଙ୍କ ଡାହାଣ ଆଖିରେ ବାଜିଥିଲା। କିଛି ଦିନ ପରେ ଯଶବନ୍ତଙ୍କ […] The post ଶିକ୍ଷକଙ୍କ ମାଡ଼ରେ ଆଖି ହରାଇଲେ ଛାତ୍ର appeared first on Odisha.News.

ଶିକ୍ଷକଙ୍କ ମାଡ଼ରେ ଆଖି ହରାଇଲେ ଛାତ୍ର

କର୍ଣ୍ଣାଟକର ଏକ ସରକାରୀ ସ୍କୁଲରେ ଜଣେ ଶିକ୍ଷକଙ୍କ ବେତ ମାଡ଼ରେ ପ୍ରଥମ ଶ୍ରେଣୀର ଏକ ଛାତ୍ର ସବୁଦିନ ପାଇଁ ଗୋଟିଏ ଆଖିର ଦୃଷ୍ଟି ଶକ୍ତି ହରାଇଛି

ସୂଚନାନୁଯାୟୀ ଘଟଣାଟି ୨୦୨୪ ମାର୍ଚ୍ଚ ୬ରେ ଚିକ୍କାବାଲ୍ଲାପୁର ଜିଲ୍ଲା ଅଧୀନ ଚିନ୍ତାମଣି ତାଲୁକର ଏକ ସରକାରୀ ସ୍କୁଲରେ ଘଟିଛି। ଶ୍ରେଣୀରେ କଥାବାର୍ତ୍ତା କରୁଥିବାରୁ ଶ୍ରେଣୀ ଶିକ୍ଷକ ରାଗିଯାଇ ଯଶବନ୍ତ (୬) ଉପରକୁ ହାତରେ ଧରିଥିବା ବେତବାଡ଼ି ଫିଙ୍ଗିଥିଲେ।

ବାଡ଼ିଟି ଯଶବନ୍ତଙ୍କ ଡାହାଣ ଆଖିରେ ବାଜିଥିଲା। କିଛି ଦିନ ପରେ ଯଶବନ୍ତଙ୍କ ଆଖିରେ ଗଭୀର ଯନ୍ତ୍ରଣା ହୋଇଥିଲା। ତାଙ୍କ ପିତାମାତା ଜିଲ୍ଲା ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞଙ୍କୁ ଦେଖାଇଥିଲେ। ସେଠାରେ ସାମୟିକ ଚିକିତ୍ସାରେ କୌଣସି ଉନ୍ନତି ନଘଟିବାରୁ ଡିସେମ୍ବରରେ ବେଙ୍ଗାଲୁରୁର ଭିକ୍ଟୋରିଆ ହସ୍‌ପିଟାଲ୍‌ରେ ଦୁଇ ଦୁଇଥର ଅସ୍ତ୍ରୋପଚାର କରାଯାଇଥିଲା। ଏଥିରେ ମଧ୍ୟ ସୁଧାର ନହେବାରୁ ଯଶବନ୍ତଙ୍କୁ ଆଉ ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା କରିବା ପରେ ଡାହାଣ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି।

The post ଶିକ୍ଷକଙ୍କ ମାଡ଼ରେ ଆଖି ହରାଇଲେ ଛାତ୍ର appeared first on Odisha.News.