ଓଡ଼ିଶାରେ ଟ୍ୟାକ୍ସ ଫ୍ରି ହେଲା ହିନ୍ଦୀ ଫିଲ୍ମ ‘ସାବରମତୀ ରିପୋର୍ଟ’

ଓଡ଼ିଶାରେ ଟ୍ୟାକ୍ସ ଫ୍ରି ହେଲା ହିନ୍ଦୀ ଫିଲ୍ମ ‘ସାବରମତୀ ରିପୋର୍ଟ’ । ବଲିଉଡ୍‌ ଚଳଚ୍ଚିତ୍ର ‘ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି କି, ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କିଛି ସ୍ଵାର୍ଥବାଦୀ ବ୍ୟକ୍ତିଙ୍କ ନିଜସ୍ୱ […]

ଓଡ଼ିଶାରେ ଟ୍ୟାକ୍ସ ଫ୍ରି ହେଲା ହିନ୍ଦୀ ଫିଲ୍ମ ‘ସାବରମତୀ ରିପୋର୍ଟ’
bollywood-movie The Sabarmati Report’ declared tax free in odisha

ଓଡ଼ିଶାରେ ଟ୍ୟାକ୍ସ ଫ୍ରି ହେଲା ହିନ୍ଦୀ ଫିଲ୍ମ ‘ସାବରମତୀ ରିପୋର୍ଟ’ । ବଲିଉଡ୍‌ ଚଳଚ୍ଚିତ୍ର ‘ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ‘ଏକ୍ସ’ରେ ଲେଖିଛନ୍ତି କି, ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ସାବରମତୀ ରିପୋର୍ଟ’କୁ ଓଡ଼ିଶାରେ କରମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କିଛି ସ୍ଵାର୍ଥବାଦୀ ବ୍ୟକ୍ତିଙ୍କ ନିଜସ୍ୱ ସ୍ଵାର୍ଥ ପୂରଣ ଏବଂ ଅସ୍ଥିରତା ସୃଷ୍ଟି ପାଇଁ ଗୋଧ୍ରା ଅଗ୍ନି କାଣ୍ଡରେ କିଭଳି ଭାବରେ କାରସେବକଙ୍କୁ ଜୀବନ୍ତ ଦଗ୍ଧ କରାଯାଇଥିଲା ତାହା ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶାଯାଇଛି। ଏହି ଚଳଚ୍ଚିତ୍ର ଅତୀତର ଏଭଳି ଏକ ଲୋମହର୍ଷଣକାରୀ, ହୃଦୟ ବିଦାରକ ସତ୍ୟ ଘଟଣାକୁ ଲୋକଙ୍କ ନିକଟରେ ପହଞ୍ଚାଇବ ଏବଂ ସାଧାରଣ ଜନତା ଅଧିକ ସଚେତନ ହେବେ।