ଓଡ଼ିଶାରେ ଦେଖାଗଲା ଧୂମକେତୁ ‘ସି/୨୦୨୩ ଏ-୩’
ଭୁବନେଶ୍ୱର, ୨।୧୦(ବନ୍ଦନା ସେଠୀ):ଅକ୍ଟୋବର ୧ ମଙ୍ଗଳବାର ଭୋର୍ ସମୟରେ ଓଡ଼ିଶା ସମେତ ଦେଶର କେତେକ ସ୍ଥାନରେ ‘ସି/୨୦୨୩ ଏ-୩’ ଧୂମକେତୁ ଦେଖାଦେଇଛି। ଅଳ୍ପ ସମୟ ପାଇଁ ଦୃଶ୍ୟମାନ ହୋଇଥିବା ଏହି ଧୁମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍ରେ ଦେଖାଜ୍ଯାଇଥିଲା। ‘ସି/୨୦୨୩ ଏ-୩’ଧୂମକେତୁ ଅକ୍ଟୋବର ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ଖାଲି ଆଖିକୁ ଦେଖାଯିବାର ସମ୍ଭାବନା ରହିଛି। ଅକ୍ଟୋବର ୧୨ତାରିଖରେ ଏହା ପୃଥିବୀର ପ୍ରାୟ ୭କୋଟି କିଲୋମିଟର ଦୂର ନିକଟତମ ଅବସ୍ଥାକୁ ଆସିବ। ସେହିପରି ୧୫ ତାରିଖ […] The post ଓଡ଼ିଶାରେ ଦେଖାଗଲା ଧୂମକେତୁ ‘ସି/୨୦୨୩ ଏ-୩’ appeared first on Dharitri Odia News.
ଭୁବନେଶ୍ୱର, ୨।୧୦(ବନ୍ଦନା ସେଠୀ):ଅକ୍ଟୋବର ୧ ମଙ୍ଗଳବାର ଭୋର୍ ସମୟରେ ଓଡ଼ିଶା ସମେତ ଦେଶର କେତେକ ସ୍ଥାନରେ ‘ସି/୨୦୨୩ ଏ-୩’ ଧୂମକେତୁ ଦେଖାଦେଇଛି। ଅଳ୍ପ ସମୟ ପାଇଁ ଦୃଶ୍ୟମାନ ହୋଇଥିବା ଏହି ଧୁମକେତୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାର୍ରେ ଦେଖାଜ୍ଯାଇଥିଲା। ‘ସି/୨୦୨୩ ଏ-୩’ଧୂମକେତୁ ଅକ୍ଟୋବର ୧୫ ରୁ ୨୦ ତାରିଖ ପର୍ଯ୍ୟନ୍ତ ଖାଲି ଆଖିକୁ ଦେଖାଯିବାର ସମ୍ଭାବନା ରହିଛି। ଅକ୍ଟୋବର ୧୨ତାରିଖରେ ଏହା ପୃଥିବୀର ପ୍ରାୟ ୭କୋଟି କିଲୋମିଟର ଦୂର ନିକଟତମ ଅବସ୍ଥାକୁ ଆସିବ। ସେହିପରି ୧୫ ତାରିଖ ସା ୬ଟା ୧୫ ସମୟରେ ପଶ୍ଚିମ ଦିଗ୍ବଳୟର ପ୍ରାୟ ୧୬ଡିଗ୍ରୀ ଉପରେ ଏହା ଦୃଶ୍ୟମାନ ହେବ। ପରେ ଧୀରେଧୀରେ ତଳୁଆ ଗତିକରି ପ୍ରାୟ ଅଧଘଣ୍ଟା ପରେ ଅସ୍ତ ହୋଇଯିବ। ପରବର୍ତ୍ତୀ ଦିନଗୁଡ଼ିକରେ ସେହି ଏକା ସମୟ ଅର୍ଥାତ୍ ସା ୬ଟା ୧୫ରେ ପୂର୍ବଦିନ ଠାରୁ ପ୍ରାୟ ୪ଡିଗ୍ରୀ ଉପରେ ଦେଖାଯିବ। ସେହିପରି ପୂର୍ବଦିନ ତୁଳନାରେ ଅସ୍ତ ହେବାକୁ ୧୦ରୁ ୧୨ ମିନିଟ ଅଧିକ ସମୟ ନେବ। ଏହିପରି ଦିନ ପରେ ଦିନ ଧୀରେଧୀରେ ଏହା ଉପରକୁ ଉପରକୁ ଦେଖାଯାଇ ୨୦ ତାରିଖରେ ୩୬ଡିଗ୍ରୀ ଉପରେ ପହଞ୍ଚତ୍ବ। ଧୂମକେତୁ ସୂର୍ଯ୍ୟଠାରୁ ଦୂରେଇ ଯାଉଥିବା ଫଳରେ ଏହାର ଉଜ୍ଜଳତା କମିକମି ଯିବ ଏବଂ ୨୦ତାରିଖ ପରେ ଏହାକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ। ‘ସି/୨୦୨୩ ଏ-୩’ ଧୂମକେତୁ ୮୦ହଜାର ବର୍ଷ ପରେ ପୁନର୍ବାର ଦୃଶ୍ୟମାନ ହେବ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ୍ର ପୂର୍ବତନ ଉପନିର୍ଦ୍ଦେଶକ ଡ. ଶୁଭେନ୍ଦୁ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଧୂମକେତୁଟି ଖାଲି ଆଖିକୁ ଏକ ତାରା ଓ ତା’କୁ ଲାଗି ରହିଥିବା ମେଘ ଭଳିଆ ଛୋଟ ଝାପ୍ସା ଲାଞ୍ଜଟିଏ ଭଳି ଦେଖାଯିବ ବୋଲି ପଟ୍ଟନାୟକ କହିଛନ୍ତି। ମଙ୍ଗଳବାର ଭୋର୍ ସମୟରେ ଦୃଶ୍ୟମାନ ହୋଇଥିବା ଧୂମକେତୁର ଚିତ୍ର ରାକେଶ କୁମାର ରାଉଳ ଖୋର୍ଦ୍ଧା-ନୟାଗଡ଼ ରାସ୍ତାରୁ ଉତ୍ତୋଳନ କରିଛନ୍ତି।
The post ଓଡ଼ିଶାରେ ଦେଖାଗଲା ଧୂମକେତୁ ‘ସି/୨୦୨୩ ଏ-୩’ appeared first on Dharitri Odia News.